ବିବାହ ବନ୍ଧନରେ ବାନ୍ଧି ହେବାକୁଯାଉଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ(Punjab CM) ଭଗବନ୍ତ ମାନ(Bhagwant Mann) । ଗୁରୁବାର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ବିବାହ(CM Bhagwant Mann marriage) କରିବେ । ସୂଚନା ଅନୁଯାୟୀ, ଚଣ୍ଡିଗଡ଼ରେ ଏହି ବିବାହ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଡ. ଗୁରୁପ୍ରୀତ କୌରଙ୍କୁ ବିବାହ କରିବେ ବୋଲି କୁହାଯାଉଛି । ଏହି ବିବାହ ସମାରୋହରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ(cm arvind kejriwal) ସପରିବାର ଉପସ୍ଥିତ ରହିବେ ।
48 ବର୍ଷୀୟ ଭଗବନ୍ତ ମାନଙ୍କ ଦ୍ବିତୀୟ ବିବାହ ହେବ । ଭଗବନ୍ତ ମାନଙ୍କର 6 ବର୍ଷ ପୂର୍ବେ ବିବାହ ବିଚ୍ଛେଦ ହୋଇଥିଲା । ତାଙ୍କର ପ୍ରଥମ ପତ୍ନୀ ଇନ୍ଦରଜିତ୍ କୌର ଏବଂ ପିଲାମାନେ ଆମେରିକାରେ ରୁହନ୍ତି । 2016ରେ, ଦୁହିଁଙ୍କ ଛାଡପତ୍ର ପରେ ଇନ୍ଦ୍ରଜିତ୍ ପିଲାମାନଙ୍କ ସହ ଆମେରିକା ଯାଇଥିଲେ । ଏହାପରେ ଯେତେବେଳେ ମାର୍ଚ୍ଚରେ ବିଧାନସଭା ନିର୍ବାଚନ ପରେ ଆମ୍ ଆଦମୀ ପାର୍ଟି ସରକାର ଗଠନ ହୋଇଥିଲା, ସେତେବେଳେ ଦୁଇ ପିଲା ଭଗବତ ମାନଙ୍କ ଶପଥ ଗ୍ରହଣ ସମାରୋହକୁ ଆସିଥିଲେ।
ସୂଚନାନୁସାରେ, ଭଗବତ ମାନଙ୍କ ମା ହରପାଲଙ୍କର ଇଚ୍ଛା ଥିଲା ଯେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ପୁଣି ଘର ସଂସାର କରନ୍ତୁ । ମା ଏବଂ ଭଉଣୀ ମନପ୍ରୀତ କୌର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଭଗବତ ମାନଙ୍କ ପାଇଁ ଝିଅ ବାଛିଛନ୍ତି । ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ଭଗବନ୍ତ ମାନ ପଞ୍ଜାବ ସଂଗରୁର ଲୋକସଭା ଆସନରୁ ସାଂସଦ ଥିଲେ । ସେ 2014 ଏବଂ 2019 ବର୍ଷରେ କ୍ରମାଗତ ଦୁଇଟି ଥର ସାଂସଦ ହୋଇଥିଲେ।
ଚଳିତ ବର୍ଷ ମାର୍ଚ୍ଚରେ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟି ଭଗବନ୍ତ ମାନଙ୍କ ନାଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ଘୋଷଣା କରିଥିଲେ । ରାଜ୍ୟରେ ଆମ ଆଦମୀ ପାର୍ଟିର ସରକାର ଗଠନ ପରେ ଭାଗବନ୍ତ ମାନ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ।
ଭଗବନ୍ତ ମାନ କହିଥିଲେ ଯେ ରାଜନୀତି ହେତୁ ସେ ପରିବାରକୁ ସମୟ ଦେବାରେ ଅସମର୍ଥ। ତେଣୁ ସେ ନିଜ ପତ୍ନୀଙ୍କଠାରୁ ନିଜକୁ ଦୂରେଇ ରଖିଥିଲେ। କେବଳ ଏତିକି ନୁହେଁ, ଛାଡପତ୍ର ପରେ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ମଧ୍ୟ ଲେଖିଥିଲେ । ଏଥିରେ ମାନ କହିଥିଲେ ଯେ ନିଜ ପରିବାର ଭାବେ ସେ ପଞ୍ଜାବକୁ ବାଛିଛନ୍ତି । ରାଜନୀତି ପାଇଁ ସେ ତାଙ୍କ ପତ୍ନୀଙ୍କଠାରୁ ଅଲଗା ଅଛନ୍ତି ।