1. କୃଷି ଖବର

କେଜ୍ରିୱାଲଙ୍କ ଦାବି, କୃଷି କ୍ଷେତ୍ରରେ ମଡେଲ ହେବ ପଞ୍ଜାବ

ଯେଭଳି ଭାବରେ ଦେଶର ରାଜଧାନୀରେ ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଆପ କାର୍ଯ୍ୟ କରିଛି, ଠିକ ସେଭଳି ପଞ୍ଜାବରେ ହେବ ବୋଲି କେଜ୍ରିୱାଲ କହିଛନ୍ତି ।

Shuvanshu Kar
Shuvanshu Kar
Punjab's agriculture sector to be presented as model before India: Arvind Kejriwal

Punjab's agriculture sector to be presented as model before India: Arvind Kejriwal

ପଞ୍ଜାବ ସରକାର ରାଜ୍ୟର କୃଷି କ୍ଷେତ୍ରକୁ ଦେଶ ଆଗରେ ଏକ ମଡେଲ ଭାବରେ ପ୍ରଦର୍ଶିତ କରିବେ ବୋଲି ଦାବି କରିଛନ୍ତି ଆମ ଆଦମ ପାର୍ଟିର ମୁଖିଆ ଅରବିନ୍ଦ କେଜ୍ରିୱାଲ( Arvind Kejriwal) । ଯେଭଳି ଭାବରେ ଦେଶର ରାଜଧାନୀରେ ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଆପ କାର୍ଯ୍ୟ କରିଛି, ଠିକ ସେଭଳି ପଞ୍ଜାବରେ ହେବ ବୋଲି କେଜ୍ରିୱାଲ କହିଛନ୍ତି ।

ଚାଷୀଙ୍କ ହିତରେ ପଞ୍ଜାବ ସରକାର ନିଷ୍ପତ୍ତି ନେଉଥିବାରୁ ମୁଖ୍ଯମନ୍ତ୍ରୀ ଭଗବତ ମାନଙ୍କୁ ପ୍ରଶଂସା କରିଛନ୍ତି ଅରବିନ୍ଦ କେଜ୍ରିୱାଲ( Arvind Kejriwal) । ଆପ ମୁଖ୍ୟ କେଜ୍ରିୱାଲ କହିଛନ୍ତି, ପଞ୍ଜାବରେ କୃଷି ଏକ ବଡ଼ ପ୍ରସଙ୍ଗ । ଆମେ ପ ପଞ୍ଜାବରେ କୃଷି କ୍ଷେତ୍ରକୁ ଦେଶ ସମ୍ମୁଖରେ ଏକ ମଡେଲ ରୂପେ ଉପସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛୁ । ଯେପରି ଆମେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ବିଦ୍ୟୁତ୍ କ୍ଷେତ୍ରକୁ ଦିଲ୍ଲୀରେ ଏକ ମଡେଲ୍ ରୂପେ ପ୍ରୋଜେକ୍ଟ କରିଛୁ ।

କେଜ୍ରିୱାଲ କେନ୍ଦ୍ରର କୃଷି ଆଇନ ବିରୋଧରେ ଏକ ବର୍ଷ ଧରି ଚାଲିଥିବା ଆନ୍ଦୋଳନରେ ପ୍ରାଣ ହରାଇଥିବା ଚାଷୀ ପରିବାର ସମାବେଶକୁ ସମ୍ବୋଧିତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ମଧ୍ୟ ଏହି ସଭାରେ ଉପସ୍ଥିତ ଥିଲେ।

କେଜ୍ରିୱାଲ କହିଛନ୍ତି ଯେ ପଞ୍ଜାବରେ ତାଙ୍କ ଦଳର ସରକାରଙ୍କ ପ୍ରଥମ ପ୍ରାଥମିକତା ହେଉଛି ଚାଷୀଙ୍କ ଆୟ ବୃଦ୍ଧି । ସେ କହିଛନ୍ତି ଯେ ଯେପର୍ଯ୍ୟନ୍ତ ଚାଷୀଙ୍କ ଆୟ ବୃଦ୍ଧି ନହୁଏ, ଚାଷୀମାନେ ଆତ୍ମହତ୍ୟା କରିଚାଲୁଥିବେ ଏବଂ ଋୁଣ ଜାଲରେ ପସୁଥିବେ ।

 

କେନ୍ଦ୍ରର ବଡ଼ ଘୋଷଣା: ପେଟ୍ରୋଲ-ଡିଜେଲ ପରେ ଶସ୍ତା ହେଲା LPG,ଜାଣନ୍ତୁ କେତେ?

ସାରୁ ଚାଷ କରିବାକୁ ଚାହୁଁଛନ୍ତି କି? ଜାଣି ରଖନ୍ତୁ ସମ୍ପୂର୍ଣ ବିଧି

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments