1. କୃଷି ଖବର

କେନ୍ଦ୍ରର ବଡ଼ ଘୋଷଣା: ପେଟ୍ରୋଲ-ଡିଜେଲ ପରେ ଶସ୍ତା ହେଲା LPG,ଜାଣନ୍ତୁ କେତେ?

ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି । ପେଟ୍ରୋଲ-ଡିଜେଲ ପରେ LPG cylinder ଶସ୍ତା ହୋଇଛି ।

Sudesna Nayak
Sudesna Nayak
centre will give rs 200 subsidy per Gas Cylinder to pradhan mantri ujjwala yojana beneficiaries

centre will give rs 200 subsidy per Gas Cylinder to pradhan mantri ujjwala yojana beneficiaries

ବର୍ତ୍ତମାନ କେନ୍ଦ୍ର ସରକାର (Central Government)ଙ୍କ ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି । ପେଟ୍ରୋଲ-ଡିଜେଲ ପରେ LPG cylinder ଶସ୍ତା ହୋଇଛି ।

ସୂଚନା ଅନୁଯାୟୀ, ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା (Pradhan Mantri Ujjwala Yojana)ର ୯ କୋଟିରୁ ଅଧିକ ହିତାଧିକାରୀଙ୍କୁ ଗ୍ୟାସ ସିଲିଣ୍ଡର (Gas Cylinder) ପିଛା ୨୦୦ ଟଙ୍କା ସବସିଡି ପ୍ରଦାନ କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Finance Minister Nirmala Sitharaman)ଘୋଷଣା କରିଛନ୍ତି । ଏଥିପାଇଁ ବର୍ଷକୁ ପ୍ରାୟ ୬୧୦୦ କୋଟି ଟଙ୍କା ରାଜସ୍ୱ ପ୍ରଭାବିତ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

ଗତ ଏକ ମାସ ମଧ୍ୟରେ ରନ୍ଧନ ଗ୍ୟାସ୍ ସିଲିଣ୍ଡର (Gas Cylinder) ମୂଲ୍ୟ ଦ୍ୱିତୀୟ ଥର ପାଇଁ ହିଁ ବୃଦ୍ଧି ପାଇଛି । ମାର୍ଚ୍ଚରେ ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ପାଇଥିବା ବେଳେ ହିଁ ସପ୍ତାହେ ପୂର୍ବେ ଘରୋଇ LPG ଦର ୩.୫୦ ଟଙ୍କା ବୃଦ୍ଧି ଘଟିଛି । ଏହି ବୃଦ୍ଧି ସାରା ଦେଶରେ LPG cylinder ମୂଲ୍ୟ ୧୦୦୦ ଟଙ୍କାରୁ ଅଧିକ ହୋଇଛି । ଦିଲ୍ଲୀ ଏବଂ ମୁମ୍ବାଇରେ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦୦୩ ଟଙ୍କା, କୋଲକାତାରେ ୧୦୨୯ ଟଙ୍କା ଏବଂ ଚେନ୍ନାଇରେ ୧୦୧୮.୫ ଟଙ୍କା ରହିଛି । ଏହାରି ଭିତରେ ଉଜ୍ଜଳା ହିତାଧିକାରୀଙ୍କୁ ସିଲିଣ୍ଡର ପିଛା ୨୦୦ ଟଙ୍କା ସବସିଡି ଦେବାକୁ ଘୋଷଣା କରିଛନ୍ତି ।

ଶନିବାର (Saturday)ଅର୍ଥମନ୍ତ୍ରୀ ସୀତାରମଣ (Finance Minister Nirmala Sitharaman) କହିଛନ୍ତି, 'ଜରୁରୀ ଜିନିଷଗୁଡ଼ିକର ମୂଲ୍ୟ ନିୟନ୍ତ୍ରଣରେ ରଖିବାକୁ ଆମେ ପ୍ରତିଶ୍ରୁତି ବଦ୍ଧ । ଆନ୍ତର୍ଜାତୀୟ ପରିସ୍ଥିତି ସତ୍ତ୍ୱେ ଆମେ ନିଶ୍ଚିତ କରିଛୁ ଯେ, ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ନାହିଁ । ଆମ ସରକାର ଗରିବଙ୍କ କଲ୍ୟାଣ ପାଇଁ ଉତ୍ସର୍ଗୀକୃତ । ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆମେ ଅନେକ ପଦକ୍ଷେପ ନେଇଛୁ । ଫଳସ୍ୱରୂପ, ଆମର କାର୍ଯ୍ୟକାଳ ମଧ୍ୟରେ ହାରାହାରି ମୁଦ୍ରାସ୍ଫୀତି ପୂର୍ବ ସରକାରଙ୍କ ତୁଳନାରେ କମ୍ ରହିଆସିଛି' ବୋଲି ସୀତାରମଣ ଏକ ଟ୍ୱିଟ୍‌ରେ ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୦ ଅଗଷ୍ଟ ୨୦୨୧ରେ ଉତ୍ତର ପ୍ରଦେଶର ମହୋବାଠାରେ ଉଜ୍ଜଳା ୨.୦ ଲଞ୍ଚ କରିଥିଲେ । Ujjwala 2.0 ରେ, ପ୍ରବାସୀ ଶ୍ରମିକଙ୍କୁ ବିନା ପ୍ରମାଣ ପତ୍ରରେ ମାଗଣାରେ ସିଲିଣ୍ଡର ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି । ୨୦୧୬ରେ Ujjwala 1.0 ଯୋଜନା ଆରମ୍ଭ କରାଯାଇଥିଲା। ଏହା ଅଧୀନରେ ବିପିଏଲ୍ ପରିବାରର ପାଞ୍ଚ କୋଟି ମହିଳା ସଦସ୍ୟଙ୍କୁ ଏଲପିଜି ସଂଯୋଗ ଯୋଗାଇବା ପାଇଁ ଏକ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ପରବର୍ତ୍ତୀ ସମୟରେ, ଏପ୍ରିଲ୍ ୨୦୧୮ରେ ଏହି ଯୋଜନାରେ SC / ST,PMAY,AAY ପରି ଆହୁରି ସାତୋଟି ବର୍ଗର ମହିଳା ହିତାଧିକାରୀଙ୍କୁ ହିଁ ଅନ୍ତର୍ଭୁକ୍ତ କରାଗଲା ।

ପ୍ରକାଶ ଥାଉ ଯେ, ଚଳିତ ବର୍ଷ ମାର୍ଚ୍ଚରେ ମୋଦି ସରକାର (Modi Government)ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ କହିଥିଲେ ଯେ, ଉଜ୍ୱଳା ଯୋଜନା (Ujjwala Yojana)ଅଧୀନରେ ପ୍ରତିବର୍ଷ କେବଳ ୩.୬୬ ଏଲପିଜି ସିଲିଣ୍ଡର ରିଫିଲ କରାଯାଉଛି । ଏପରିକି କେନ୍ଦ୍ର ସରକାର ମଧ୍ୟ ଏହି ଯୋଜନା ଅଧୀନରେ ୨୦୨୦ ମସିହା ଏପ୍ରିଲ ୧ ରୁ ୨୦୨୦ ଡିସେମ୍ୱର ୩୧ ପର୍ଯ୍ୟନ୍ତ ତିନିଥର ମାଗଣା ଗ୍ୟାସ ଦେଇଥିଲେ । ଏବେ ସରକାର ବର୍ଷକୁ ୧୨ ଟି ସିଲିଣ୍ଡରରେ ୨୦୦ ଟଙ୍କା ଲେଖାଏଁ ସବସିଡି ଦେବେ । ତେବେ ଏହି ସୁବିଧା କେତେ ମାସ ଯାଏଁ ଲାଗୁ ରହିବ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

ପେଟ୍ରୋଲ,ଡିଜେଲ ସହ ଏହି ସବୁ ସାମଗ୍ରୀରୁ କମିଲା ଦର

ହାଣ୍ଡିଶାଳକୁ ମହଙ୍ଗା ମାଡ, ପୁଣି ବଢିଲା LPG ଦର

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments