1. କୃଷି ଖବର

ହାଣ୍ଡିଶାଳକୁ ମହଙ୍ଗା ମାଡ, ପୁଣି ବଢିଲା LPG ଦର

ଦେଶରେ ପୁଣି ବଢିଲା ରନ୍ଧନ ଗ୍ୟାସ ଦର । ଆଜି ଗୁରୁବାର ଉଭୟ ଘରୋଇ LPG ସିଲିଣ୍ଡର ଏବଂ କମର୍ସିଆଲ LPG ସିଲିଣ୍ଡର ଦାମ୍ ବଢିଛି ।

Sudesna Nayak
Sudesna Nayak
LPG price hiked again cylinder rates cross rs 1000

LPG price hiked again cylinder rates cross rs 1000

ଦେଶରେ ପୁଣି ବଢିଲା ରନ୍ଧନ ଗ୍ୟାସ (LPG price hiked) ଦର । ଆଜି ଗୁରୁବାର (Thursday) ଉଭୟ ଘରୋଇ LPG ସିଲିଣ୍ଡର ଏବଂ କମର୍ସିଆଲ LPG ସିଲିଣ୍ଡର ଦାମ୍ ବଢିଛି ।

ସୂଚନା ଅନୁଯାୟୀ, ମହଙ୍ଗା ମାଡରେ ହନ୍ତସନ୍ତ ହେଉଥିବା ଖାଉଟିଙ୍କୁ ଆଜି ସକାଳ ଗୁରୁବାର (Thursday) ଆଉ ଏକ ଝଟକା ଲାଗିଛି । ଚଳିତ ମାସରେ ଦ୍ୱିତୀୟ ଥର ଲାଗି LPG ସିଲିଣ୍ଡର ଦରରେ ବୃଦ୍ଧି ଘଟିଛି । 14 କେଜିର ଅଣ-ସବସିଡିଯୁକ୍ତ ଘରୋଇ LPG ସିଲିଣ୍ଡର ଦାମ୍ 3 ଟଙ୍କା 50 ପଇସା (Domestic LPG Price hiked by Rs 3.50) ଏବଂ କମର୍ସିଆଲ LPG ସିଲିଣ୍ଡର ଦାମ 8 ଟଙ୍କା ମହଙ୍ଗା ହୋଇଛି । ଆଜି ଠାରୁ ଏହି ନୂଆ ଦର ଲାଗୁ ହୋଇଛି ।

ଚଳିତ ମାସରେ ଦ୍ବିତୀୟ ଥର ଗ୍ୟାସ ଦର ବୃଦ୍ଧି ପାଇଛି । ଫଳରେ ବର୍ତ୍ତମାନ ଘରୋଇ ଗ୍ୟାସ ସିଲିଣ୍ଡର ଦାମ୍ 1000 ଟଙ୍କା ପାର୍ କରିଛି । ଏହି ବୃଦ୍ଧି ପରେ ଘରୋଇ ସିଲିଣ୍ଡରର ଦର ଭୁବନେଶ୍ୱର (Bhubaneswar)ରେ ୧୦୨୬ ଟଙ୍କାରୁ ବଢି ୧୦୨୯ ଟଙ୍କା ହୋଇଛି । କଟକ (Cuttack)ରେ ଏହି ଦର ୧୦୨୬ ଟଙ୍କା ୫୦ ପଇସାରୁ ବଢି ୧୦୨୯ ଟଙ୍କା ୫୦ ପଇସା ହୋଇଛି ।

ନୂଆ ଦର ଲାଗୁ ପରେ ଦିଲ୍ଲୀ (Delhi) ଓ ମୁମ୍ବାଇ (Mumbai)ରେ ଘରୋଇ LPG ସିଲିଣ୍ଡର 1,003 ଟଙ୍କାକୁ ବୃଦ୍ଧି ପାଇଛି । କୋଲକାତା (Kolkata)ରେ ଏହି ଦର 1,029 ଟଙ୍କାରେ ପହଞ୍ଚିଥିବା ବେଳେ ଚେନ୍ନାଇ (Chennai)ରେ ଦାମ 1,018 ଟଙ୍କା 50 ପଇସା ରହିଛି ।

ସେହିପରି ଏଣିକି କମର୍ସିଆଲ LPG ସିଲିଣ୍ଡର ପାଇଁ ଦିଲ୍ଲୀରେ 2,354 ଟଙ୍କା, କୋଲକାତାରେ 2,454 ଟଙ୍କା ଏବଂ ମୁମ୍ବାଇରେ 2,306 ଟଙ୍କା ଦେବାକୁ ପଡିବ । କହିରଖୁଛି କି, ଏହାପୂର୍ବରୁ ଗତ 7 ତାରିଖରେ ଘରୋଇ ଗ୍ୟାସ ସିଲିଣ୍ଡର ଦର 50 ଟଙ୍କା ବଢିଥିଲା ।

ପ୍ରକାଶ ଥାଉ ଯେ, ରନ୍ଧନ ଗ୍ୟାସ ମୂଲ୍ୟ ବଢୁଥିଲେ ହେଁ ଦେଶରେ ଦୀର୍ଘ ଦିନ ହେଲାଣି ପେଟ୍ରୋଲ ଓ ଡିଜେଲ (Petrol and Diesel price) ଦର ସ୍ଥିର ରହିଛି ।

ବର୍ତ୍ତମାନ କାହାକୁ ମିଳିବ LPG ସବସିଡିର ଲାଭ ? ସ୍ପଷ୍ଟ କଲା ସରକାର,ନିହାତି ଜାଣନ୍ତୁ...

ବଢିଲା LPG Cylinder ଦର, ଜାଣନ୍ତୁ କେତେ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments