1. କୃଷି ଖବର

ବଢିଲା LPG Cylinder ଦର, ଜାଣନ୍ତୁ କେତେ...

ସାଧାରଣଜନତାଙ୍କୁ ଝଟକା । ମାସ ଆରମ୍ଭରୁ ବଢିଲା ଗ୍ୟାସ ଦର । ମହଙ୍ଗା ହେଲା ଏଲପିଜି ସିଲିଣ୍ଡର ।

Sudesna Nayak
Sudesna Nayak
LPG gas cylinder price hike 105 rupees

LPG gas cylinder price hike 105 rupees

ସାଧାରଣଜନତାଙ୍କୁ ଝଟକା । ମାସ ଆରମ୍ଭରୁ ବଢିଲା (LPG Cylinder)ଗ୍ୟାସ ଦର । ମହଙ୍ଗା ହେଲା ଏଲପିଜି (LPG ) ସିଲିଣ୍ଡର

ସୂଚନା ଅନୁଯାୟୀ, ୟୁକ୍ରେନ (Ukraine) ସଙ୍କଟ ମଧ୍ୟରେ ଏଲପିଜି ସିଲିଣ୍ଡର (LPG Cylinder)ର ନୂତନ ମୂଲ୍ୟ ଆଜି ଅର୍ଥାତ୍ ମାର୍ଚ୍ଚ 1 ରୁ ଜାରି କରାଯାଇଛି । କମର୍ସିଆଲ ସିଲିଣ୍ଡରର ମୂଲ୍ୟ 105 ଟଙ୍କା ବୃଦ୍ଧି ପାଇଛି । ଏଥି ସହିତ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ସମାପ୍ତ ହେବା ମାତ୍ରେ ଘରୋଇ ଏଲପିଜି ସିଲିଣ୍ଡର (LPG Cylinder) ମଧ୍ୟ ମହଙ୍ଗା ହୋଇପାରେ ବୋଲି ଆଶଙ୍କା କରାଯାଉଛି । ପ୍ରତି ମାସରେ ଭାରତର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ପାଇଁ LPG ସିଲିଣ୍ଡରର ମୂଲ୍ୟ ସଂଶୋଧିତ ହୁଏ ।

ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ହେତୁ ହୋଟେଲ ଏବଂ ରେସ୍ତୋରାଁ ଚଳାଉଥିବା ବ୍ୟବସାୟୀଙ୍କ ପକେଟ ଅଧିକ ପ୍ରଭାବିତ ହେବାକୁ ଯାଉଛି। ୧୯ କିଲୋଗ୍ରାମର LPG ସିଲିଣ୍ଡର ମାର୍ଚ୍ଚ 1 ରୁ ମହଙ୍ଗା ହୋଇଛି । ଦିଲ୍ଲୀରେ କମର୍ସିଆଲ ସିଲିଣ୍ଡର (Cylinder)୧୯୦୭ ଟଙ୍କା ବଦଳରେ ୨୦୧୨ ଟଙ୍କାରେ ଉପଲବ୍ଧ ହେବ । ମୁମ୍ବାଇରେ ଏହାର ମୂଲ୍ୟ ୧୮୫୭ ରୁ ୧୯୬୩ ଟଙ୍କାକୁ ବୃଦ୍ଧି ପାଇଛି । ଗତ ବର୍ଷ ନଭେମ୍ବର ଏବଂ ଡିସେମ୍ବରରେ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଥିଲା ।

ସରକାରୀ ତୈଳ କମ୍ପାନୀଗୁଡିକ ୫ କିଲୋଗ୍ରାମ ଛୋଟ ଏଲପିଜି ସିଲିଣ୍ଡର (LPG Cylinder) ମୂଲ୍ୟରେ ଏକ ବଡ଼ ବୃଦ୍ଧି କରିଛନ୍ତି । ଦିଲ୍ଲୀରେ ୫ କିଲୋଗ୍ରାମ ଏଲପିଜି ସିଲିଣ୍ଡର ୨୭ ଟଙ୍କା ମହଙ୍ଗା ହୋଇଛି । ବର୍ତ୍ତମାନ ଗ୍ରାହକମାନେ ଏହାକୁ ୫୬୯ ଟଙ୍କାରେ କିଣିବେ । ଅକ୍ଟୋବର 2021 ରୁ ଫେବୃଆରୀ 2022 ମଧ୍ୟରେ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ୧୭୦ ଟଙ୍କା ବୃଦ୍ଧି ପାଇଛି । ଦିଲ୍ଲୀରେ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୨୦୨୧ ଅକ୍ଟୋବରରେ ୧୭୩୬ ଟଙ୍କା ଥିଲା । ନଭେମ୍ବରରେ ତାହା ୨୦୦୦ ଟଙ୍କାକୁ ବୃଦ୍ଧି ପାଇଥିଲା । ଡିସେମ୍ବରରେ ସିଲିଣ୍ଡର ପିଛା 101 ଟଙ୍କା ବୃଦ୍ଧି ଘଟିଥିଲା । ତେବେ ଜାନୁଆରୀ ଏବଂ ଫେବୃଆରୀରେ ମୂଲ୍ୟ ଅପରିବର୍ତ୍ତିତ ଥିଲା ।

ପ୍ରକାଶ ଥାଉ ଯେ, 2021 ଅକ୍ଟୋବର ପର ଠୁ ଘରୋଇ LPG ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ତେବେ ଏହି ଅବଧିରେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୧୦୨ ଡଲାର ବୃଦ୍ଧି ପାଇଛି । କିନ୍ତୁ ନିର୍ବାଚନ ମାହୋଲ ଥିବାରୁ ସରକାର ସେଥିରେ କୌଣସି ବୃଦ୍ଧି କରି ନାହାନ୍ତି । ଚଳିତ ଆର୍ଥିକ ବର୍ଷ (2021-2022) ର ପ୍ରଥମାର୍ଦ୍ଧ ପର୍ଯ୍ୟନ୍ତ ସରକାର ପ୍ରାୟ ୭୫୦୦ କୋଟି ଟଙ୍କା ସବସିଡି ଦେଇଛନ୍ତି । ୨୦୧୬-୧୭ ଆର୍ଥିକ ବର୍ଷରେ ୧୨୧୩୩ କୋଟି ଟଙ୍କା ସବସିଡି ଦେଇଥିଲେ ।

ମାଗଣାରେ ମିଳିବ LPG ଗ୍ୟାସ୍ ସିଲିଣ୍ଡର, ଏହିପରି କରନ୍ତୁ ବୁକ୍

Budget 2022 : ଖୁସି ଖବର ; କମିଲା LPG ସିଲିଣ୍ଡର ଦର, ଜାଣନ୍ତୁ କେତେ ?

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments