1. କୃଷି ଖବର

ପେଟ୍ରୋଲ,ଡିଜେଲ ସହ ଏହି ସବୁ ସାମଗ୍ରୀରୁ କମିଲା ଦର

କେନ୍ଦ୍ର ସରକାରଙ୍କର ପେଟ୍ରୋଲ ଓ ଡିଜେଲ (Petrol Disel Price)ସମେତ ଆଉ କେତେକ ଜରୁରୀ ସାମଗ୍ରୀର ଦର ହ୍ରାସ କରାଯିବା ନିଷ୍ପତ୍ତି ଦ୍ବାରା ମୁଦ୍ରାସ୍ପୀତି ହ୍ରାସ ପାଇବା ଆଶା କରାଯାଉଛି |

Rajashree
Rajashree

ଦେଶବାସୀଙ୍କୁ ବଡ ଆଶ୍ୱସ୍ତି | କେନ୍ଦ୍ର ସରକାରଙ୍କର ପେଟ୍ରୋଲ ଓ ଡିଜେଲ (Petrol Disel Price)ସମେତ ଆଉ କେତେକ ଜରୁରୀ ସାମଗ୍ରୀର ଦର ହ୍ରାସ କରାଯିବା ନିଷ୍ପତ୍ତି ଦ୍ବାରା ମୁଦ୍ରାସ୍ପୀତି ହ୍ରାସ ପାଇବା ଆଶା କରାଯାଉଛି । ପେଟ୍ରୋଲ, ଡିଜେଲ , ଉଜ୍ଜଳା ଗ୍ୟାସ, ଲୁହା ଓ ଇସ୍ପାତ ,ପ୍ଲାଷ୍ଟିକ ସାମଗ୍ରୀ, ସହ ସିମେଣ୍ଟ ଦର ହ୍ରାସ ଅରିବାର ମଧ୍ୟ ନିଷ୍ପତି ନେଇଛନ୍ତି | ତେବେ ଜାଣି ରଖନ୍ତୁ କେଉଁଥିରେ କେତେ ଦର ହ୍ରାସ ପାଇଛି |

୧. ପେଟ୍ରୋଲ, ଡିଜେଲ : କେନ୍ଦ୍ର ସରକାର ପେଟ୍ରୋଲ ଉପରୁ କେନ୍ଦ୍ରୀୟ ଉତ୍ପାଦ ଶୁକ୍ଳ ୮ ଟଙ୍କା କମାଇଥିବାବେଳେ ଡିଜେଲ ଉପରୁ ୬ ଟଙ୍କା ହ୍ରାସ କରାଯାଇଛି ।ଫଳରେ ପେଟ୍ରୋଲ ଲିଟର ପିଛା ୯ ଟଙ୍କା ୫୦ ପଇସା, ଡିଜେଲ ୭ ଟଙ୍କା କମିବ ।

୨. ଉଜ୍ଜଳା ଗ୍ୟାସ : ଉଜ୍ଜଳା ଯୋଜନାର (ujjwala yojana) ୯ କୋଟି ହିତାଧିକାରୀଙ୍କ ପାଇଁ ଏଲପିଜି ସିଲିଣ୍ଡର ଉପରେ ୨୦୦ ଟଙ୍କାର ସବସୀଡି ଦିଆଯିବ । ବର୍ଷକୁ ୧୨ଟି ସିଲିଣ୍ଡର ପାଇଁ ଏହି ରିହାତି ଲାଗୁ ହେବ ।

୩. ଲୁହା ଓ ଇସ୍ପାତ : ଲୁହା ଓ ଇସ୍ପାତ ଉପରୁ ମଧ୍ୟ ଶୁକ୍ଳ ହ୍ରାସ ନେଇ ସରକାର ନିଷ୍ପତ୍ତି ନେଇଛନ୍ତି ।

୪. ପ୍ଲାଷ୍ଟିକ ସାମଗ୍ରୀ : ପ୍ଲାଷ୍ଟିକ (Plastic) ସାମଗ୍ରୀର କଞ୍ଚାମାଲ ଓ ଆନୁଷଙ୍ଗିକ ସାମଗ୍ରୀ ଉପରୁ ସୀମା ଶୁକ୍ଳ ହ୍ରାସ କରାଯାଇଛି ।

୫. ସିମେଣ୍ଟ : ସିମେଣ୍ଟ ଦର (Cement Price) ହ୍ରାସ ଓ ଯୋଗାଣ ବୃଦ୍ଧି ଲାଗି ପଦକ୍ଷେପ ନିଆଯାଉଛି ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Nirmala Sitharaman )ଏହି ଘୋଷଣା କରି କହିଛନ୍ତି, 'ଆମେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ୯ କୋଟିରୁ ଅଧିକ ଲାଭାର୍ଥୀଙ୍କୁ ୨୦୦ ଟଙ୍କା ପ୍ରତି ଗ୍ୟାସ ସିଲିଣ୍ଡର (୧୨ଟି ସିଲିଣ୍ଡର ଯାଏଁ)ର ସବସିଡି ପ୍ରଦାନ କରାଯିବ । ଏହାଦ୍ୱାରା ଆମ ମାଆ, ଭଉଣୀଙ୍କୁ ବହୁ ଉପକୃତ ହେବେ'।

କମିବ ପେଟ୍ରୋଲ ଦର, LPG ସିଲିଣ୍ଡର ହେବ ମହଙ୍ଗା! ମୋଦି ସରକାରଙ୍କ ନୂଆ ପ୍ଲାନ୍ ବିଷୟରେ ଜାଣନ୍ତୁ...

ଗରିବଙ୍କୁ ଶସ୍ତାରେ ମିଳିବ ପେଟ୍ରୋଲ-ଡିଜେଲ, ୨୫ ଟଙ୍କା କମିଲା ତୈଳ ଦର

 

କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଟ୍ୱିଟ୍ କରି କହିଛନ୍ତି, 'ଯେବେଠାରୁ କେନ୍ଦ୍ରରେ ପିଏମ ମୋଦୀଙ୍କ ସରକାର ଆସିଛି ସେବେଠୁ ଗରିବଙ୍କ କଲ୍ୟାଣ ପାଇଁ କାମ କରୁଛି। ଆମେ ଗରିବ ଏବଂ ମଧ୍ୟମ ବର୍ଗକୁ ସାହାଯ୍ୟ କରିବା ପାଇଁ ବହୁ ପଦକ୍ଷେପ ଗ୍ରହଣ କରିଛୁ । ଏହାର ପରିଣାମ ହେଉଛି ଆମ କାର୍ଯ୍ୟକାଳ ସମୟରେ ହାରାହାରି ଦରବୃଦ୍ଧି ପୂର୍ବ ସରକାରଠୁ କମ ରହିଛି'।

 

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments