News

କୃଷି ଜାଗରଣରେ ନୀରଜ ପ୍ରଜାପତି, ସାଇକେଲରେ ବୁଲିବୁଲି ଚାଷୀଙ୍କୁ କରୁଛନ୍ତି ଜାଗ୍ରୃତ

ମଙ୍ଗଳବାର କୃଷି ଜାଗରଣରେ ପହଞ୍ଚିଥିବା ଦ ମ୍ୟାନ ଅଫ ବାଇସାଇକେଲ ଏଗ୍ରିକଲଚର ଇଣ୍ଡିଆ ନୀରଜ ପ୍ରଜାପତିଙ୍କୁ ଭବ୍ୟ ସ୍ବାଗତ ।

04 August, 2022 12:54 PM IST By: Shuvanshu Kar

ହାତରେ 'ତ୍ରିରଙ୍ଗା', ମନରେ ଅଦମ୍ୟ ଉତ୍ସାହ ଓ ଆଖି ଆଗରେ ଚାଷୀଙ୍କ ଜାଗ୍ରୃତ(farmers awareness) କରିବାର ଲକ୍ଷ । ଆମେ କହୁଛୁ ଦ ମ୍ୟାନ ଅଫ ବାଇସାଇକେଲ ଏଗ୍ରିକଲଚର ଇଣ୍ଡିଆ(The Bicycle Man of Indian Agriculture) ନାଁରେ ପରିଚିତ ନୀରଜ ପ୍ରଜାପତି(Neeraj Prajapati)ଙ୍କ କଥା, ଯିଏ ଅଧାରୁ ବିଟେକ ପାଠପଢା ଛାଡି ଚାଷୀଙ୍କ ହିତରେ କରୁଛନ୍ତି ସାଇକେଲ ଯାତ୍ରା ।

ରାସାୟନିକ ସାରର ପ୍ରୟୋଗ ବନ୍ଦ କରି ଜୈବିକ ଚାଷୀ ଆପଣାଇବାକୁ ଚାଷୀଙ୍କୁ ଜାଗ୍ରୃତ କରିବା ଲାଗି ହରିୟାଣାରୁ ସାଇକେଲ ଯାତ୍ରାରେ ବାହାରିଥିଲେ ନୀରଜ ପ୍ରଜାପତି । 26 ବର୍ଷୀୟ ନୀରଜ 1 ଲକ୍ଷ 11,111 କିଲୋମିଟର ସାଇକେଲ ଯାତ୍ରାର ଲକ୍ଷ ରଖିଛନ୍ତି । ତାଙ୍କୁ ଦ ମ୍ୟାନ ଅଫ ବାଇସାଇକେଲ ଏଗ୍ରିକଲଚର ଇଣ୍ଡିଆ ନାଁରେ ମଧ୍ୟ ସମସ୍ତ ଜାଣନ୍ତି ।

ମଙ୍ଗଳବାର କୃଷି ଜାଗରଣରେ ପହଞ୍ଚିଥିବା ନୀରଜଙ୍କୁ ଏଠାରେ ଭବ୍ୟ ସ୍ବାଗତ କରାଯାଇଛି । 9 ଏପ୍ରିଲ 2019ରୁ ନୀରଜ ଏହି ସାଇକେଲ ଯାତ୍ରା ଆରମ୍ଭ କରିଥିଲେ । ବର୍ତ୍ତମାନସୁଦ୍ଧା ସେ 44 ହଜାରରୁ ଅଧିକ କିଲୋମିଟରର ଯାତ୍ରା କରିସାରିଲେଣି । ହରିୟାଣାରୁ ଯାତ୍ରା ଆରମ୍ଭ ପରେ ରାଜସ୍ଥାନ, ଉତ୍ତରପ୍ରଦେଶ, ପଞ୍ଜାବ, ମଧ୍ୟପ୍ରଦେଶ ଭଳି ଜିଲ୍ଲାରେ ପହଞ୍ଚି ଚାଷୀଙ୍କୁ ଜାଗ୍ରୃତ କରିସାରିଛନ୍ତି ନୀରଜ ।

ବିଭିନ୍ନ ରାଜ୍ୟରେ ଚାଷୀଙ୍କ ଜମି କୀଟନାଶକ ପ୍ରୟୋଗ ଫଳରେ ଯେବେ ନଷ୍ଟ ହେବାକୁଲାଗିଲା, ସେବେ ବିଟେକ ଇଞ୍ଜିନିୟରିଂ ପାଠପଢାକୁ ଅଧାରେ ଛାଡି କିଛି ଭିନ୍ନ କରିବାକୁ ନୀରଜ ଭାବିବାକୁ ଲାଗିଥିଲେ । ପଞ୍ଚମ ସେମିଷ୍ଟାର ଡ୍ରପଆଉଟ ପରେ ନିଜ କ୍ୟାରିଅର ପ୍ରତି ଚିନ୍ତା ନକରି ଚାଷୀଙ୍କୁ ଜୈବିକ ଚାଷୀ ସମ୍ପର୍କରେ ଜାଗ୍ରୃତ କରିବାର ଲକ୍ଷ୍ୟ ରଖି ସାଇକେଲ ଯାତ୍ରା ଆରମ୍ଭ କରିଛନ୍ତି ପ୍ରଜାପତି ।

ଜୈବିକ ଚାଷ କରୁଥିବା ଚାଷୀଙ୍କୁ ଜବରଦସ୍ତ ଲାଭ, ଏମିତି କରନ୍ତୁ ଆବେଦନ...

କେତେ ଲାଭ ଦିଏ ଜୈବିକ ପଦ୍ଧତିରେ ଲେମ୍ବୁ ଚାଷ ? ଜାଣନ୍ତୁ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)