1. କୃଷି ଖବର

ଜୈବିକ ଚାଷ କରୁଥିବା ଚାଷୀଙ୍କୁ ଜବରଦସ୍ତ ଲାଭ, ଏମିତି କରନ୍ତୁ ଆବେଦନ...

ଜୈବିକ ଚାଷ କରୁଥିବା ଚାଷୀଙ୍କୁ ଯୋଜନା ଅଧୀନରେ ଚାଷୀଙ୍କୁ 3 ବର୍ଷ ପାଇଁ ହେକ୍ଟର ପିଛା 50000 ଟଙ୍କା ଆର୍ଥିକ ଅନୁଦାନ ଦିଆଯାଉଛି ।

Shuvanshu Kar
Shuvanshu Kar
organic farmers will get a grant of rs 50 000 under paramparagat krishi vikas yojana

organic farmers will get a grant of rs 50 000 under paramparagat krishi vikas yojana

କୃଷିରେ ରାସାୟନିକ ପଦାର୍ଥର ବୃଦ୍ଧି ହେତୁ ମାଟି ଉର୍ବରତା ହରାଉଛି । ଏହି କାରଣରୁ ଫସଲର ଉତ୍ପାଦନ(Crop Production) ବର୍ଷକୁ ବର୍ଷ ହ୍ରାସ ପାଉଛି । ଏଥିପାଇଁ ବଡ ଧରଣର କ୍ଷତି ସହୁଛନ୍ତି ଚାଷୀ । କୃଷକମାନଙ୍କୁ ଏହି ସମସ୍ୟାର କବଳରୁ ମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ପରାମ୍ପରାଗତ କୃଷି ବିକାଶ ଯୋଜନା ଆରମ୍ଭ କରିଛନ୍ତି(Paramparagat Krishi Vikas Yojna) । ଏଥିରେ କୃଷକମାନଙ୍କୁ ଜୈବିକ ଚାଷ(Organic Farming) କରିବାକୁ ଉତ୍ସାହିତ କରାଯାଉଛି । ଏହି ଯୋଜନା ମାଧ୍ୟମରେ କୃଷକମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାର ଏକ ବ୍ୟବସ୍ଥା ମଧ୍ୟ ଅଛି, ଯାହା ଦ୍ବାରା ଜୈବିକ ଚାଷ, ମୃତ୍ତିକାର ସ୍ୱାସ୍ଥ୍ୟ ଏବଂ ଫସଲର ଉତ୍ତମ ଉତ୍ପାଦନ ହୋଇପାରିବ ।

ଏହି ହିସାବରେ ଅନୁଦାନ ଦିଆଯିବ...

  • ଉନ୍ନତ ଚାଷର କୌଶଳ ସହିତ ଜୈବିକ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ପରାମ୍ପରାଗତ କୃଷି ବିକାଶ ଯୋଜନା 2016 ମସିହାରେ ଆରମ୍ଭ ହୋଇଥିଲା ।
  • ଏହି ଯୋଜନା ଅଧୀନରେ ଚାଷୀଙ୍କୁ 3 ବର୍ଷ ପାଇଁ ହେକ୍ଟର ପିଛା 50000 ଟଙ୍କା ଆର୍ଥିକ ଅନୁଦାନ ଦିଆଯାଉଛି ।
  • ଫସଲର ଉତ୍ତମ ଉତ୍ପାଦନଠାରୁ ଆରମ୍ଭ କରି ବଜାରରେ ମାର୍କେଟିଂ ପର୍ଯ୍ୟନ୍ତ କାର୍ଯ୍ୟ ପାଇଁ ଏହି ଅନୁଦାନ ଦିଆଯାଏ ।
  • ଆର୍ଥିକ ସହାୟତା ପରିମାଣ ମଧ୍ୟରୁ 31,000 ଟଙ୍କା ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହୁଏ, ଯାହା ଦ୍ବାରା କୃଷକମାନେ ଜୈବିକ ଖତ, ଜୈବିକ ସାର ଏବଂ ଉତ୍କୃଷ୍ଠ ବିହନ ବ୍ୟବହାର କରିପାରିବେ।
  • ଅବଶିଷ୍ଟ 8,800 ଟଙ୍କା ହେକ୍ଟର ପିଛା ଅମଳ ପରବର୍ତ୍ତୀ ପରିଚାଳନା ସହାୟତା ପାଇଁ 3 ବର୍ଷ ଲାଗି ପ୍ରକ୍ରିୟାକରଣ, ପ୍ୟାକିଂ, ମାର୍କେଟିଂ ସହିତ ଯୋଗାଇ ଦିଆଯାଉଛି ।
  • କ୍ଲଷ୍ଟର ଏବଂ ଦକ୍ଷତା ବିକାଶ ପାଇଁ 3 ବର୍ଷରେ ହେକ୍ଟର ପିଛା 3000 ଟଙ୍କା ସହାୟତା ଯୋଗାଇବାର ବ୍ୟବସ୍ଥା ମଧ୍ୟ ଅଛି ।

କୃଷକଙ୍କ ଦାୟିତ୍ବ

ପରାମ୍ପରାଗତ କୃଷି ବିକାଶ ଯୋଜନା ଅଧୀନରେ ପାହାଡ, ଆଦିବାସୀ ତଥା ବର୍ଷାଜଳ ପ୍ରବାହିତ ଅଞ୍ଚଳରେ ଜୈବିକ ଚାଷକୁ ପ୍ରୋତ୍ସାହିତ କରିବାକୁ ପ୍ରାଥମିକତା ଦିଆଯାଇଛି। ଏଥିରେ କୃଷକମାନେ ଜୈବିକ ସାର, ବାୟୋ-କୀଟନାଶକ, ଜୈବିକ ସାର, ଜିଆ ଖତ, ବଟାନିକାଲ୍ ଏକ୍ସଟ୍ରାକ୍ଟ ବ୍ୟବହାର କରି ଚାଷ କରିପାରିବେ । ଏହା ଦ୍ବାରା କମ ଖର୍ଚ୍ଚରେ ଭଲ ଅମଳ ହେବା ସହିତ ଅମଳ ଆୟ ବୃଦ୍ଧି ପାଇପାରିବ ।


ଏହି ଉତ୍ପାଦଗୁଡିକ ବ୍ୟବହାର କରିବାଦ୍ବାରା ମାଟି ଅଧିକ ଉର୍ବର ହୋଇଯାଏ ଏବଂ ଫସଲର ଉତ୍ପାଦନ ବୃଦ୍ଧି ହୁଏ । ଏଭଳି ପରିସ୍ଥିତିରେ ରାସାୟନିକ ସାର ବ୍ୟବହାର ବନ୍ଦ କରିବା ଏବଂ ସମ୍ପୂର୍ଣ୍ଣ ଜୈବିକ ଚାଷ ଉପରେ ଧ୍ୟାନ ଦେବା ଚାଷୀଙ୍କ ଦାୟିତ୍ବ ।

କେମିତି କରିବେ ଆବେଦନ

ଜୈବିକ କୃଷି ପାଇଁ ପରାମ୍ପରାଗତ କୃଷି ବିକାଶ ଯୋଜନାର ଆର୍ଥିକ ଅନୁଦାନର ଲାଭ ଉଠାଇବାକୁ ଚାହୁଁଥିବା କୃଷକମାନେ ଏହି ଯୋଜନାର ଅଫିସିଆଲ୍ ୱେବସାଇଟ୍ https://pgsindia-ncof.gov.in/PKVY/index ରେ ସମସ୍ତ ବିବରଣୀ ପାଇପାରିବେ ।

କେତେ ଲାଭ ଦିଏ ଜୈବିକ ପଦ୍ଧତିରେ ଲେମ୍ବୁ ଚାଷ ? ଜାଣନ୍ତୁ...

ଜୈବକ ସାରରେ ଫଳୁଛି ୧୫ ପ୍ରକାରର ଧାନ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments