1. କୃଷି ଖବର

କିଷାନ୍ ସମ୍ମାନ ନିଧି ଯୋଜନାରେ ଦୁର୍ନୀତି ରୋକିବା ପାଇଁ ବଡ଼ ପଦକ୍ଷପ !!

କିଷାନ ସମ୍ମାନ ନିଧି ଯୋଜନାରେ ହିମାଚଳ ପ୍ରଦେଶ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରତ୍ୟେକ ପଞ୍ଚାୟତ କାର୍ଯ୍ୟାଳୟରେ ହୀତାଧିକାରୀଙ୍କୁ ସମସ୍ତ ସୂଚନା ଦିଆଯିବ।

Sugyan Kumar Nayak
Sugyan Kumar Nayak
Kisan Samman Nidhi Yojna

Kisan Samman Nidhi Yojna

କିଷାନ ସମ୍ମାନ ନିଧି ଯୋଜନାରେ ହିମାଚଳ ପ୍ରଦେଶ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରତ୍ୟେକ ପଞ୍ଚାୟତ କାର୍ଯ୍ୟାଳୟରେ ହୀତାଧିକାରୀଙ୍କୁ ସମସ୍ତ ସୂଚନା ଦିଆଯିବ। ଏହି ଯୋଜନାରେ କେତେ କୃଷକ ଲାଭବାନ ହେଲେ ତାହା ସ୍ପଷ୍ଟ ଜାଣି ହେବ। ହିମାଚଳ ପ୍ରଦେଶ ସରକାର ଏହି ଯୋଜନା କରିବା ପରେ ଅନ୍ୟ ରାଜ୍ୟ ସରକାରମାନେ ମଧ୍ୟ ଏହି ପ୍ରକାର ପଦକ୍ଷେପ ନେବେ ବୋଲି ଚିନ୍ତା କରିଲେଣି । ସରକାରଙ୍କ ପଦକ୍ଷେପକୁ ଜାଣିବାପାଇଁ ଏହାକୁ ପଢନ୍ତୁ।

ହିମାଚଳ ପ୍ରଦେଶ ସରକାର କୁହନ୍ତି ଯେ, କିସାନ ସମ୍ମାନ ନିଧି ଯୋଜନାରେ ଲାଭବାନ ହେଉଥିବା ହିତାଧିକାରୀଙ୍କ ନାମ ପଞ୍ଚାୟତ କାର୍ଯ୍ୟାଳୟରେ ଥିବା ସୂଚନା ବୋର୍ଡରେ ଲେଖାଯିବ। ରାଜସ୍ବ ବିଭାଗ, ଜିଲ୍ଲା ପ୍ରତିନିଧି ଓ ସରପଞ୍ଚଙ୍କୁ ନେଇ ଏକ କମିଟି ଗଠନ କରାଯିବ। ଏହି ଯୋଜନାର ହିତାଧିକାରୀଙ୍କୁ ଯାଞ୍ଚ କରାଯିବ। ପଞ୍ଚାୟତର ସରପଞ୍ଚମାନେ ନିୟମ ଅନୁଯାୟୀ ହିତାଧିକାରୀଙ୍କ ଚାଷ ଜମି ଅଛି କି ନାହିଁ ତାହା ଯାଞ୍ଚ କରିବେ। ଏକ ଲିଖିତ ରିପୋର୍ଟ ତହସିଲଦାର ଏବଂ ରାଜସ୍ୱ ବିଭାଗ ନିକଟକୁ ପଠାଇବେ।ଏହି ଯୋଜନାରେ କୃଷକମାନେ କେତେ ଲାଭବାନ୍ ହେଉଛନ୍ତି ତାହା ଜଣା ପଡ଼ିବ।

ଅସାଧୁ ବ୍ୟକ୍ତିମାନେ ନିୟମ ଉଲଘଂନ କରି ଏହି ଯୋଜନାରେ ସାମିଲ ହେଉଥିଲେ। ଗ୍ରାମାଞ୍ଚଳୁରୁ ଏହି ପଦକ୍ଷେପକୁ କାର୍ଯ୍ୟକାରୀ କରିଲେ ଦୁର୍ନୀତି ବନ୍ଦ ହୋଇ ପାରିବ। କେନ୍ଦ୍ର ସରକାର ୨୦୧୮ ମସିହାରେ କିଷାନ ସମ୍ମାନ ନିଧି ଯୋଜନା ଆରମ୍ଭ କରିଥିଲେ। ଏଥିରେ କୃଷକମାନଙ୍କୁ ବାର୍ଷିକ ତିନିଟି କିସ୍ତିରେ ୬ ହଜାର ଟଙ୍କା ମିଳିବାର ବ୍ୟବସ୍ଥା ରହିଛି। କିଛି ଅସାଧୁ ବ୍ୟକ୍ତିମାନେ ଏହି ଯୋଜନାର ଲାଭ ଉଠାଉଥିବା ଖବର ଆସିବା ପରେ ହିମାଚଳ ପ୍ରଦେଶ ସରକାରଙ୍କ ନୂଆ ପଦକ୍ଷପ ନେଇଛନ୍ତି।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments