
big news dearness allowance revised for central govt employees and pensioners ministry of finance issued notification
କେନ୍ଦ୍ର ସରକାର (Central Government)ଙ୍କ ବିଭିନ୍ନ ସଂସ୍ଥାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ଏକ ଖୁସିଖବର (GOOD NEWS) ଆସିଛି । ଏକ କୋଟି ଛଅ ଲକ୍ଷରୁ ଅଧିକ କର୍ମଚାରୀଙ୍କ ଦରମା ଓ ପେନସନ (Pension)ରେ ବୃଦ୍ଧି ହେବାକୁ ଯାଉଅଛି ।
ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister of India Narendra Modi)ଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏନେଇ ଉପସ୍ଥାପିତ ପ୍ରସ୍ତାବକୁ ମୋହର ଲାଗିଛି । ପିଛିଲା ଭାବେ ଚଳିତ ବର୍ଷ ଜାନୁଆରୀ ପହିଲାରୁ ଏହି ନିୟମ ଲାଗୁହେବ ।
କେନ୍ଦ୍ର କ୍ୟାବିନେଟରେ ସରକାରୀ କର୍ମଚାରୀଙ୍କ Dearness Allowance (DA) ଓ ପେନସନଭୋଗୀଙ୍କ Dearness Relief (DR) ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ବର୍ତ୍ତମାନ ୩୧ ପ୍ରତିଶତ ମହଙ୍ଗା ଭତ୍ତା ମିଳୁଥିବା ବେଳେ ଏଥିରେ ଅତିରିକ୍ତ ତିନି ପ୍ରତିଶତ ବୃଦ୍ଧି କରାଯାଇଛି। ତେବେ ପିଛିଲା ଭାବେ ଗତ ଜାନୁଆରୀ ପହିଲାଠାରୁ କର୍ମଚାରୀ (Central Government Employees) ଓ ପେନସନଭୋଗୀ (Pension)ମାନେ ୩୪ ପ୍ରତିଶତ DA/DR ପାଇବେ । ଏହା ସପ୍ତମ ବେତନ କମିଶନ ଦ୍ୱାରା ପ୍ରସ୍ତାବିତ ସୂତ୍ର ଆଧାରରେ ସ୍ଥିର କରାଯାଇଥିବା ଅର୍ଥ ମନ୍ତ୍ରାଳୟ କହିଛି ।
ନୂଆ ନିୟମ ଲାଗୁ ହେଲେ ୪୭.୬୮ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ (Central Government Employees) ଓ ୬୮.୬୨ ଲକ୍ଷ ପେନସନଭୋଗୀ (Pensioners)ଉପକୃତ ହେବେ । ରେଳବାଇ, ସର୍ବ ଭାରତୀୟ ସେବା, ସାଧାରଣ ଓ ପ୍ରତିରକ୍ଷା ପେନସନଭୋଗୀ, ବର୍ମା-ପାକିସ୍ତାନ-ବାଂଲାଦେଶରୁ ସ୍ଥାନାନ୍ତର ହୋଇଥିବା ପେନସନଭୋଗୀ (Pension) ଓ ଅନ୍ୟ ସରକାରୀ ଅନୁଷ୍ଠାନ ଓ PSUର ଯୋଗ୍ୟ କର୍ମଚାରୀ ଏହି ଯୋଜନାରେ ସାମିଲ ହେବେ ।
ପ୍ରକାଶ ଥାଉ ଯେ, ସେହିପରି ପଞ୍ଚମ ବେତନ ଆୟୋଗ ଅଧିନସ୍ଥ କର୍ମଚାରୀଙ୍କ DA ୧୩ ପ୍ରତିଶତ ବୃଦ୍ଧି ପାଇଛି । ପୂର୍ବରୁ ଏହା ବେସିକ ପେ'ର ୩୬୮ ପ୍ରତିଶତ ଥିଲା, ଯାହା ଏବେ ୩୮୧ ପ୍ରତିଶତ ହୋଇଛି । ଅନ୍ୟପଟେ ଷଷ୍ଠ ବେତନ କମିଶନରେ ଏହା ବେସିକ୍ ପେ'ର ୧୯୬ ପ୍ରତିଶତରୁ ୨୦୩ ପ୍ରତିଶତ ହୋଇଛି । ଏହା ମଧ୍ୟ ପିଛିଲା ଭାବେ ସେହି ୨୦୨୨ ଜାନୁଆରୀ ପହିଲାରୁ ଲାଗୁ ହେବ ।
କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଦଳିଲା ନିୟମ; ପରିବାରଙ୍କୁ ମିଳିବ ୧.୨୫ ଲକ୍ଷ ଟଙ୍କା ପେନସନ,ଜାଣନ୍ତୁ...
Share your comments