1. କୃଷି ଖବର

କୃଷକମାନଙ୍କ ପାଇଁ ବଡ଼ ଖବର, କୁଚିଣ୍ଡାରେ ହେବ ଏଗ୍ରୀ ମଲ୍ !!

ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଉପଖଣ୍ଡରେ କୃଷକମାନଙ୍କର ସମସ୍ତ ପ୍ରକାରର ଆବଶ୍ୟକତା ପୂରଣ କରିପାରୁଥିବା ଏକ ଉନ୍ନତ ଧରଣର ଏଗ୍ରୀ ମଲ୍ ସ୍ଥାପନ କରାଯିବ l କୃଷି ଅଧିକାରୀମାନେ ଜଣାଇଛନ୍ତି ଯେ, ଏହା ଚଳିତ ବର୍ଷ ସେପ୍ଟେମ୍ବର ୧୫ ରେ ସ୍ଥାପନ କରାଯିବ l

Sugyan Kumar Nayak
Sugyan Kumar Nayak
Agri Mall

Agri Mall

ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଉପଖଣ୍ଡରେ କୃଷକମାନଙ୍କର ସମସ୍ତ ପ୍ରକାରର ଆବଶ୍ୟକତା ପୂରଣ କରିପାରୁଥିବା ଏକ ଉନ୍ନତ ଧରଣର ଏଗ୍ରୀ ମଲ୍ ସ୍ଥାପନ କରାଯିବ l କୃଷି ଅଧିକାରୀମାନେ ଜଣାଇଛନ୍ତି ଯେ, ଏହା ଚଳିତ ବର୍ଷ ସେପ୍ଟେମ୍ବର ୧୫ ରେ ସ୍ଥାପନ କରାଯିବ l ଜିଲ୍ଲା ପ୍ରଶାସନ ଏବଂ ORMASର ମିଳିତ ସହଯୋଗରେ ଏହି ଏଗ୍ରୀ ମଲ୍ ସ୍ଥାପନ କରାଯିବ l ଏହାର ସମ୍ପୂର୍ଣ୍ଣ ପରିଚାଳନା ଦାୟିତ୍ୱ ସମଲେଶ୍ୱରୀ ସମ୍ବଲପୁର କୃଷକ ଉତ୍ପାଦନକାରୀ କମ୍ପାନୀ ଲିମିଟେଡ ବହନ କରିବ l

କୁଚିଣ୍ଡା ଉପ-ଜିଲ୍ଲାପାଳ ଏଗ୍ରୀ ମଲ୍ ସ୍ଥାପନ ନିମନ୍ତେ କୁଚିଣ୍ଡା ବସ ଷ୍ଟାଣ୍ଡ ନିକଟରେ କୋଠା ଯୋଗାଇଛନ୍ତି l  ଏହି କୃଷି ଏଗ୍ରୀ ମଲ୍ ସ୍ଥାପନ ହେବା ଫଳରେ କୃଷକମାନେ ଗୋଟିଏ ଛାତ ତଳେ ସେମାନଙ୍କର ସମସ୍ତ ଆବଶ୍ୟକତାକୁ ପୂରଣ କରିପାରିବେ l ସୁଲଭ ଦରରେ କୃଷିଜାତ ସାମଗ୍ରୀ ବିକା କିଣା କରିପାରିବେ, ଉତ୍ତମ ବିହନ କିଣି ପାରିବେ, ଏବଂ ଉପଯୁକ୍ତ ମୂଲ୍ୟରେ କୃଷି ଉପକରଣ ପାଇପାରିବେ l ଏହା ବ୍ୟତୀତ ଏଗ୍ରି ମଲରେ ଶୀତଳ ଭଣ୍ଡାର ବ୍ୟବସ୍ଥା ରହିବ l ଏହା ଫଳରେ କୃଷକମାନେ ନିଜର ଫଳ ପନିପରିବାକୁ ଦୀର୍ଘ ଦିନ ଧରି ଗଚ୍ଛିତ କରିପାରିବେ l ଏହି ଭଳି ଏଗ୍ରି ମଲ୍ ସ୍ଥାପନ କରିବା ଦ୍ୱାରା ଏହି ଅଞ୍ଚଳର କୃଷକମାନେ ଆର୍ଥିକ ଲାଭ ପାଇପାରିବେ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ