1. କୃଷି ଖବର

ବାସୁମତି ଚାଉଳ ଉତ୍ପାଦନ କରୁଥିବା କୃଷକମାନଙ୍କ ପାଇଁ ବଡ଼ ଖବର !!

ଯଦି ଆପଣ ବାସୁମତି ଧାନର କୃଷି କରୁଥାନ୍ତି, ତେବେ ଏହି ଖବରଟି ପଢିବା ଆପଣଙ୍କ ପାଇଁ ବହୁତ ଜରୁରୀ ଅଟେ l କାରଣ ଏବେ ଇଉରୋପିଆନ ୟୁନିଅନ ଓ ଆମେରିକା ମଧ୍ୟ କରିବାକୁ ଯାଉଛନ୍ତି ବାସୁମତି ଧାନର ଅମଳ l ଆପଣମାନଙ୍କ ଜାଣିବା ପାଇଁ ଜଣାଉଅଛୁ ଯେ, ଏହି ସବୁ ଦେଶମାନଙ୍କରେ ବାସୁମତି ଧାନର ଆମଦାନୀ କରାଯାଉଥିଲା l

KJ Staff
KJ Staff
Basmati Rice

Basmati Rice

ଯଦି ଆପଣ ବାସୁମତି ଧାନର କୃଷି କରୁଥାନ୍ତି, ତେବେ ଏହି ଖବରଟି ପଢିବା ଆପଣଙ୍କ ପାଇଁ ବହୁତ ଜରୁରୀ ଅଟେ l କାରଣ ଏବେ ଇଉରୋପିଆନ ୟୁନିଅନ ଓ ଆମେରିକା ମଧ୍ୟ କରିବାକୁ ଯାଉଛନ୍ତି ବାସୁମତି ଧାନର ଅମଳ l ଆପଣମାନଙ୍କ ଜାଣିବା ପାଇଁ ଜଣାଉଅଛୁ ଯେ, ଏହି ସବୁ ଦେଶମାନଙ୍କରେ ବାସୁମତି ଧାନର ଆମଦାନୀ କରାଯାଉଥିଲା l ମାତ୍ର ଏବେ ଏହି ଦେଶମାନେ ରାସାୟନିକ ସାର ମୁକ୍ତ କୃଷି ଓ କୃଷିଜାତ ଦ୍ରବ୍ୟ ଉପରେ ବେଶୀ ଗୁରୁତ୍ୱ ପ୍ରଦାନ କରୁଛନ୍ତି ଓ ଏହିସବୁ ଜିନିଷର ଚାହିଦା ମଧ୍ୟ ବଢ଼ିବାରେ ଲାଗିଛି l ଭାରତରୁ ପାଖାପାଖି ୩୨ ହଜାର କୋଟିର ବାସୁମତି ଚାଉଳ ରପ୍ତାନି କରାଯାଏ l ତେଣୁ ଏହି ଘଟଣାକୁ ନେଇ ସରକାର ମଧ୍ୟ ବହୁତ ଚିନ୍ତାରେ ଅଛନ୍ତି l ଯଦି କୃଷକ ଭାଇମାନେ ବାସୁମତି ଧାନ ଉତ୍ପାଦନରେ ବେଶୀ ରାସାୟନିକ ସାରର ପ୍ରୟୋଗ କରିବେ, ତେବେ ଏହା ଆଗକୁ ଯାଇ ଦେଶ ପାଇଁ କ୍ଷତିର କାରଣ ହୋଇପାରେ l ତେଣୁ ଏହି କୃଷକମାନଙ୍କ ପାଇଁ ସରକାର ଏକ ବିଶେଷ ନିର୍ଦ୍ଦେଶ ଜାରି କରିଛନ୍ତି l

କୃଷକମାନଙ୍କୁ ଏପିଡାର ଅପିଲ୍

ବାସୁମତି ଧାନ ଉତ୍ପାଦନ କରୁଥିବା କୃଷକ ଭାଇମାନଙ୍କୁ ଅପିଲ୍ କରାଯାଇଛି ଯେ, ସେମାନେ ରାସାୟନିକ ମୁକ୍ତ ଧାନ ଉତ୍ପାଦନ କରନ୍ତୁ, ଯାହା ଦ୍ୱାରାକି ଏହାର ପୋଷକତତ୍ତ୍ୱରେ କୌଣସି ପ୍ରକାରର ଅଭାବ ନ ରୁହେ l ଏଥିପାଇଁ ସରକାର ସେମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଯଦି କେବେବି ଫସଲରେ ପୋକ ଲାଗିଯାଏ ତେବେ ସେମାନେ ସିଧା ସଳଖ କୃଷି ବୈଜ୍ଞାନିକମାନଙ୍କ ସହିତ ସମ୍ପର୍କ କରନ୍ତୁ l ଏହି ବିଷୟରେ କୃଷି ବୈଜ୍ଞାନିକମାନଙ୍କ କହିବା ଅନୁସାରେ ଯଦି ଆପଣ ଆବଶ୍ୟକତା ଠାରୁ ଅଧିକ ୟୁରିଆ ଦେଉନାହାନ୍ତି ଓ ସଠିକ ମାତ୍ରାରେ ଜଳସେଚନ ମଧ୍ୟ କରୁଛନ୍ତି ତେବେ ଆପଣଙ୍କର ଉତ୍ପାଦନ ବହୁତ ଭଲ ହୋଇପାରିବ l ଏହି ଦିଗଗୁଡ଼ିକ ପ୍ରତି ଧ୍ୟାନ ଦିଅନ୍ତୁ

ମାଟିର ପରୀକ୍ଷା କରି ସାର ଓ ଖତ ଦିଅନ୍ତୁ l

୨. ପୋଟାସ୍ ଓ ଜିଙ୍କ୍ ପ୍ରୟୋଗ କରନ୍ତୁ l

୩. ୟୁରିଆ ପ୍ରୟୋଗ କରନ୍ତୁ l

୪. ବର୍ଷା ପାଣି କ୍ଷେତରେ ରହିଲେ ଗଛ ପଚି ଯିବାର ସମ୍ଭାବନା ଅଛି, ତେଣୁ ବିଲରେ ଅଧିକ ପାଣି ଜମିବାକୁ ଦିଅନ୍ତୁ ନାହିଁ  l

୫. ପ୍ରତି ଏକର ଜମିରେ ପାଖାପାଖି ୨ କିଲୋଗ୍ରାମ ସଲଫର ଦିଅନ୍ତୁ l

୬. କୀଟନାଶକର ପ୍ରୟୋଗ କରିବା ପୂର୍ବରୁ ବୈଜ୍ଞାନିକମାନଙ୍କ ଉପଦେଶ ନିଶ୍ଚିତ ନିଅନ୍ତୁ l

୭. କ୍ଷେତକୁ ସଫା ସୁତୁରା ରଖନ୍ତୁ l

୮. ଦୁବ ଆଦିକୁ ବଢ଼ିବାକୁ ଦିଅନ୍ତୁ ନାହିଁ  l

୯. କ୍ଷେତରୁ ଅନାବଶ୍ୟକ ଗଛକୁ କାଢି ଦିଅନ୍ତୁ l

କୃଷକମାନଙ୍କ ସୁବିଧା ପାଇଁ ବାସୁମତି ଏକ୍ସପର୍ଟ ଫାଉଣ୍ଡେସନ ଦ୍ୱାରା ଏକ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି l ଯାହାକି ହେଉଛି ୮୬୩୦୬୪୧୭୯୮ l ଏହି ନମ୍ବରରେ ଫଟୋ ପଠାଇ ନିଜ ଧାନ ବିଲରେ ହୋଇଥିବା କୀଟ ଓ ଏହାର ଉପଚାର ବିଷୟରେ ଚାଷୀ ଭାଇମାନେ ଉପଦେଶ ପାଇପାରିବେ l

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments