
bill gates on 28th february to visit odisha
ଗତକାଲି କାହିଁକି ଓଡ଼ିଶା ଆସିବେ ବିଲ୍ ଗେଟ୍ସ ? ବିଲ୍ ଗେଟ୍ସଙ୍କ ସହିତ ଓଡ଼ିଶା କୃଷିର ସମ୍ପର୍କ କ'ଣ ? କାହିଁକି ବିଲ୍ ଗେଟ୍ସ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ? କ'ଣ ରହିଛି କୃଷି ଭବନ ସହିତ ସମ୍ପର୍କ ? ତେବେ ଏ ସମସ୍ତ ପ୍ରଶ୍ନର ଉତ୍ତର ରହିଛି ଏହି ଆର୍ଟିକଲରେ l ଗତକାଲି ଓଡ଼ିଶା ଆସିବେ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ । ଫେବ୍ରୁଆରି ମାସ ୨୮ ତାରିଖରେ ଓଡ଼ିଶାରେ ପହଞ୍ଚିବା ସହିତ କୃଷି ଭବନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।
ଏହି ସମୟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି । କୃଷିର ଉନ୍ନତି ପାଇଁ ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ସହ ଗତ ୨୦୧୭ ମସିହାରେ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ ଓଡ଼ିଶା ସରକାର l ଯେଉଁ ଚୁକ୍ତି ଦ୍ୱାରା କ୍ଷୁଦ୍ର ଚାଷୀ ଏବଂ ଚାଷୀଙ୍କ ଆୟ ବୃଦ୍ଧି କରିବା ନେଇ ଲକ୍ଷ୍ୟ ରଖାଯାଇଥିଲା ।
ଏହି ସମୟରେ ସେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି , ଏହାସହିତ ବିଭିନ ବିଷୟ ଉପରେ ଆଲୋଚନା ହେବ । ରାଜ୍ୟର କୃଷିର ଉନ୍ନତି ପାଇଁ ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ସହିତ ଚୁକତିନାମା ସ୍ୱାକ୍ଷର ହୋଇଥିଲା l ଯାହା ଜରିଆରେ ବୈଷୟିକ ପ୍ରଣାଳୀରେ କ୍ଷୁଦ୍ରଚାଷୀଙ୍କ ଆୟ ବୃଦ୍ଧି କରାଯିବାର ଯୋଜନା ହୋଇଥିଲା । ବିଲ ଗେଟ୍ସ ଫାଉଣ୍ଡେସନ ଏଥିପାଇଁ ବୈଷୟିକ ସହାୟତା ଯୋଗାଉ ଥିବାର ସୂଚନା ରହିଛି । ତେବେ ଗତକାଲି ଓଡ଼ିଶା ଆସିବା ପରେ ରାଜ୍ୟରେ କୃଷି ବିକାଶ କିପରି ହୋଇଛି ତାହାର ଅନୁଧ୍ୟାନ କରିବେ ବିଲ ଗେଟ୍ସ । ବିଶେଷକରି କୃଷି ବିଭାଗ କିପରି ଯୋଜନା ଲାଗୁ କରୁଛି ତାହା ଉପରେ ଅନୁଧ୍ୟାନ କରିବେ।
ଏତେ କମ ସମୟ ମଧ୍ୟରେ କୃଷି ଯୋଜନାକୁ ତୃଣମୂଳସ୍ତରରୁ ଅନ୍ତର୍ଜାତୀୟସ୍ତର ପର୍ଯ୍ୟନ୍ତ କିପରି ନିଆଗଲା, ସେ ସମସ୍ତ ବିଷୟ ଉପରେ ଅନୁଧ୍ୟାନ କରିବେ ବୋଲି କହିଛନ୍ତି କୃଷି ଉପଦେଷ୍ଟା ରାମ ଚନ୍ଦ୍ର ପଣ୍ଡା । ୨୦୧୭ରେ ବିଲ ଗେଟ୍ସ ଫାଉଣ୍ଡେସନ ସହ ହୋଇଥିବା ଚୁକ୍ତିନାମାକୁ ଭିତ୍ତି କରି ଓଡ଼ିଶା ଆସୁଛନ୍ତି ସେ l ଯାହା ଜରିଆରେ ବୈଷୟିକ ପ୍ରଣାଳୀରେ କ୍ଷୁଦ୍ରଚାଷୀଙ୍କ ଆୟ ବୃଦ୍ଧି କରାଯିବା ନେଇ ଯୋଜନା କରାଯାଇଥିଲା ।
Share your comments