1. କୃଷି ଖବର

ଓଡ଼ିଶା ରେ ଭୟଭୟ ପରିସ୍ଥିତିର ପୁନରାବୃତ୍ତି...

ଓଡ଼ିଶା ସରକାର ଏବେ ଏଚ଼ ୫ ଏନ୍ ୧ (H5N1)ର ସଂକ୍ରମଣ ଗୃହପାଳିତ ପକ୍ଷୀ ଓ କାଉ ମାନଙ୍କରେ ସଂକ୍ରମିତ ହେଇଥିବା ହେତୁ ଚିଲିକା ନିକଟବର୍ତ୍ତୀ ୪ ଟି ଗ୍ରାମ ରେ ଏକାଧିକ ସଂକ୍ରମିତ ପକ୍ଷୀ ହତ୍ୟା ର ନିର୍ଦେଶ ଦେଇଛନ୍ତି । "ପୁରୀ କଲେକ୍ଟର ଙ୍କ ନିର୍ଦ୍ଦେଶ ଅନୁଯାୟୀ ସଂକ୍ରମିତ ପକ୍ଷୀ ହତ୍ୟା ପ୍ରଭାବିତ ସ୍ଥାନ ର ୧ କି. ମି ଦର୍ଘ୍ୟ ମଧ୍ୟରେ ଶୁକ୍ରବାର ଦିନ କରାଯିବ",ବୋଲି କହିଛନ୍ତି ମତ୍ସ୍ୟ ଏବଂ ପ୍ରାଣୀ ଯୁକ୍ତ ବିକାଶ ସଚିବ ବିଶାଲ ଗଗନ।

KJ Staff
KJ Staff

ଓଡ଼ିଶା ସରକାର ଏବେ ଏଚ଼ ୫ ଏନ୍ ୧ (H5N1)ର ସଂକ୍ରମଣ ଗୃହପାଳିତ ପକ୍ଷୀ ଓ କାଉ ମାନଙ୍କରେ ସଂକ୍ରମିତ ହେଇଥିବା ହେତୁ ଚିଲିକା ନିକଟବର୍ତ୍ତୀ ୪ ଟି ଗ୍ରାମ ରେ ଏକାଧିକ ସଂକ୍ରମିତ ପକ୍ଷୀ ହତ୍ୟା ର ନିର୍ଦେଶ ଦେଇଛନ୍ତି ।
"ପୁରୀ କଲେକ୍ଟର ଙ୍କ ନିର୍ଦ୍ଦେଶ ଅନୁଯାୟୀ ସଂକ୍ରମିତ ପକ୍ଷୀ ହତ୍ୟା ପ୍ରଭାବିତ ସ୍ଥାନ ର ୧ କି. ମି ଦର୍ଘ୍ୟ ମଧ୍ୟରେ ଶୁକ୍ରବାର ଦିନ କରାଯିବ",ବୋଲି କହିଛନ୍ତି ମତ୍ସ୍ୟ ଏବଂ ପ୍ରାଣୀ ଯୁକ୍ତ ବିକାଶ ସଚିବ ବିଶାଲ ଗଗନ।

ସେହିପରି ଗୃହପାଳିତ ପକ୍ଷୀର ମାଂସ ଏବଂ ଅଣ୍ଡା ବିକ୍ରି ଉପରେ ମଧ୍ୟ ୧୦ କି. ମି ଦର୍ଘ୍ୟ ମଧ୍ୟ ରେ ରୋକ୍ ଲଗାଯାଇଛି ବୋଲି ଉଲ୍ଲେଖ କରିଛନ୍ତି ପୁରୀ କଲେକ୍ଟର ଜେ.ପି.ଦାସ ।ବିଦ୍ୟାଳୟ ମାନଙ୍କରେ ମଧ୍ୟାହ୍ନଭୋଜନରେ ମଧ୍ୟ ଅଣ୍ଡା ବାଣ୍ଟିବା ବନ୍ଦ କରାଯିବା ସାଙ୍ଗରେ ଏହି ଲାଗି ୮ ଟି ଟିମ୍ ନିଯୁକ୍ତ କରାଯାଇଛି ବୋଲି ସେ କହିଥିଲେ।
ପୁରୀ ଜିଲ୍ଲା ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଲକ ରେ ହାରାହାରି ୨୦୦୦୦ ଗୃହପାଳିତ ପକ୍ଷୀ। ଓ କାଉ ମୃତ୍ୟୁ ପରେ ଏହିପରି ସଂକ୍ରମଣ ର ଆଶା କରାଯାଇଥିଲା।ଏହା ପରେ ଏହି ପକ୍ଷୀ ମାନଙ୍କର ରକ୍ତ ନମୁନା ପରୀକ୍ଷା ଲାଗି
ଏନ୍.ଆଇ. ଏଚ଼ ଏସ ଏ ଡି କୁ ପଠାଯାଇଥିଲା ଏବଂ ରକ୍ତ ନାନୁମା ରିପୋର୍ଟ ରେ ଏହି ପରି ସଂକ୍ରମଣ ଦେଖାଯାଇଥିଲା ବୋଲି ମୁଖ୍ୟ ଜିଲ୍ଲା ପ୍ରାଣୀ ଅଧିକାରୀ ଡ଼ଃ ଗିରିଜା ପଟ୍ଟନାୟକ ସ୍ପଷ୍ଟ କରିଥିଲେ।

ସମସ୍ୟା ଏବେ ଗମ୍ଭୀର କାରଣ ଏହି ପରି ସଂକ୍ରମଣ ଚିଲିକା ନିକଟବର୍ତ୍ତୀ ହୋଇଥିବାରୁ ଅନ୍ୟାନ୍ୟ ପକ୍ଷୀଙ୍କୁ ମଧ୍ୟ ସଂକ୍ରମଣ ହେବାର ଆଶଙ୍କା ରହିଛି ତେଣୁ ଏବେ ସେହିପରି ବନ୍ୟ ଏବଂ ପଶୁପାଳନ ଅଧିକାରୀଙ୍କ ମିଳିତ ଉଦ୍ୟମ ରୁ ନାଳବନ ହ୍ରଦ ରୁ ୧୫୦ ଚଢେଇଙ୍କ ର ମଳ ପରୀକ୍ଷା ଲାଗି ନମୁନା ନିଆଯାଇଛି।
ଏନେଇ ସି. ଡି ଭି ଓ କହିଛନ୍ତି ଯେ ଏପର୍ଯ୍ୟନ୍ତ କୌଣସି ପ୍ରକାର ସଂକ୍ରମଣ ଅନ୍ୟ ଦେଶ ରୁ ଆସିଥିବା ଚଢେଇ ମାନଙ୍କରେ ଦେଖା ଯାଇ ନାହିଁ।

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments