News

କିଏ ଏହି ଭାରତୀୟ କୃଷି ବୈଜ୍ଞାନିକ ? ମେକ୍ସିକୋରେ ଉନ୍ମୋଚନ ହେଲା ଯାହାଙ୍କ ପ୍ରତିମୂର୍ତ୍ତି

ମେକ୍ସିକୋରେ ଭାରତୀୟ ସଂସଦୀୟ ମଣ୍ଡଳର ପ୍ରତିନିଧିତ୍ବ କରୁଥିବା ସୋକସଭା ବାଚସ୍ପତି ଓମ ବିର୍ଲା ସ୍ବାଧୀନତା ସଂଗ୍ରାମୀ ପାଣ୍ଡୁରଙ୍ଗ ଖାନଖୋଜେଙ୍କ ଏକ ପ୍ରତିମା ଉନ୍ମୋଚନ କରିଛନ୍ତି ।

04 September, 2022 2:25 PM IST By: Shuvanshu Kar

ମେକ୍ସିକୋରେ ଭାରତୀୟ ସଂସଦୀୟ ମଣ୍ଡଳର ପ୍ରତିନିଧିତ୍ବ କରୁଥିବା ସୋକସଭା ବାଚସ୍ପତି ଓମ ବିର୍ଲା(Lok Sabha Speaker Om Birla) ସ୍ବାଧୀନତା ସଂଗ୍ରାମୀ ପାଣ୍ଡୁରଙ୍ଗ ଖାନଖୋଜେ(Dr Pandurang Khankhoje)ଙ୍କ ଏକ ପ୍ରତିମା ଉନ୍ମୋଚନ କରିଛନ୍ତି । ଲାଟିନ ଆମେରିକାର ସର୍ବପୂରାତନ କୃଷି ବିଶ୍ବବିଦ୍ୟାଳୟ ଚୌପିଙ୍ଗୋରେ ନିଜ ସମ୍ବୋଧନରେ ବିର୍ଲା କହିଛନ୍ତି, ଖାନଖୋଜେ ଜଣେ ଉତ୍କୃଷ୍ଠ ଭାତୀୟ କ୍ରାନ୍ତିକାରୀ, ବିଦ୍ବାନ ତଥା କୃଷି ବୈଜ୍ଞାନିକ ଥିଲେ ।

ଭାରତର ସବୁଜ ବିପ୍ଳବରେ ଉଚ୍ଚ ଅମଳକ୍ଷମ, ରୋଗ ପ୍ରତିରୋଧକ ଗହମ କିସମ ପ୍ରବର୍ତ୍ତନ କରି ଖାଦ୍ୟ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବାରେ ଭାରତକୁ ସାହାଯ୍ୟ କରିବାରେ ନରମନ ବୋରଲାଗଙ୍କ ଅବଦାନ ସମସ୍ତେ ଜାଣିଥିବେ । ହେଲେ ଅଳ୍ପ କିଛି ଭାରତୀୟ କୃଷି ବୈଜ୍ଞାନିକ ପାଣ୍ଡୁରାଙ୍ଗ ଖାନଖୋଜେଙ୍କ ବିଷୟରେ ଜାଣନ୍ତି, ଯାହାଙ୍ଗର ଏ ବିଷୟରେ ସମାନ ଅବଦାନ ରହିଥିଲା ।

ଗଦର ପାର୍ଟିର ଗଠନ କରିଥିବା ଭାରତୀୟ କ୍ରାନ୍ତିକାରୀ ସମୁହର ଏକ ଅଂଶ ଖାନଖୋଜେଙ୍କ ଯୋଗଦାନକୁ ଲାଟିନ ଆମେରିକାର ସର୍ବପୁରାତନ କୃଷି ବିଶ୍ବବିଦ୍ୟାଳୟରେ ପ୍ରତିମା ଉନ୍ମୋଚନ ପୂର୍ବକ ସ୍ମରଣ କରାଯାଇଛି । ଲୋକସଭା ବାଚସ୍ପତି ଓମ ବିର୍ଲା ମେକ୍ସିକୋ କୃଷିର ସମୃଦ୍ଧତା ପାଇଁ ଅବଦାନ ଥିବାବେଳେ ଖାନଖୋଜେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନରେ ସାମାଜିକ-ଅର୍ଥନୈତିକ ପରିବର୍ତ୍ତନ ଆଣିଥିବା ବିଷୟ ସ୍ମରଣ କରିଥିଲେ ।

ଓମ ବିର୍ଲା ଖାନଖୋଜେଙ୍କୁ ଭବିଷ୍ୟତ ପାଇଁ ପ୍ରକୃତ ପ୍ରେରଣା ବୋଲି କହିଥିଲେ। ତାଙ୍କ ଅବଦାନ ବିକାଶ ଦିଗରେ ମେକ୍ସିକୋର ଯାତ୍ରାକୁ ଆହୁରି ଆଗକୁ ନେବ ବୋଲି କହିଥିଲେ ବିର୍ଲା ।

1883 ୱାର୍ଦ୍ଧାରେ ପାଣ୍ଡୁରାଙ୍ଗ ଖାନଖୋଜେଙ୍କ ଜନ୍ମ । ତାଙ୍କ ବାପା ୱାର୍ଦ୍ଧାରେ ଯାଚିକା ଲେଖିବା କାର୍ଯ୍ୟ କରୁଥିଲେ । ଖାନଖୋଜେ ତାଙ୍କର ପିଲାଦିନ ୱାର୍ଦ୍ଧାରେ ବିତାଇବା ସହିତ ସେଠାରେ ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷା ସମାପ୍ତ କରିଥିଲେ । ଏହା ପରେ ସେ ନାଗପୁରକୁ ଉଚ୍ଚଶିକ୍ଷା ପାଇଁ ଆସିଥିଲେ । ସେତେବେଳେ ଖାନଖୋଜେ ମହାନ ସ୍ୱାଧୀନତା ସଂଗ୍ରାମୀ ବାଲ ଗଙ୍ଗାଧର ତିଲକଙ୍କ ଜାତୀୟତାବାଦୀ କାର୍ଯ୍ୟ ଦ୍ୱାରା ବହୁ ପ୍ରଭାବିତ ହୋଇଥିଲେ।

National Nutrition Week: ଓଡିଶାରେ ଶିଶୁ ପୁଷ୍ଟିହୀନତା ଚିନ୍ତାଜନକ

ସାର ସଙ୍କଟ ଅଭିଯୋଗ ମଧ୍ୟରେ ମନ୍ତ୍ରୀଙ୍କ ପ୍ରତିକ୍ରିୟା, ଡିସେମ୍ବର ଯାଏଁ ଉପଲବ୍ଧ ରହିବ 275 ଲକ୍ଷ ଟନ ୟୁରିଆ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)