1. କୃଷି ଖବର

National Nutrition Week: ଓଡିଶାରେ ଶିଶୁ ପୁଷ୍ଟିହୀନତା ଚିନ୍ତାଜନକ

ଆମ ରାଜ୍ୟ କଥା ଯଦି କହିବା ତେବେ, ଓଡିଶାରେ ହାରାହାରି 100ରୁ ଅତି କମରେ 30 ପିଲା ପୁଷ୍ଟିହୀନତାର ଶିକାର ହେଉଛନ୍ତି । ରାଜ୍ୟର ଆଦିବାସୀ ପ୍ରବଣ ଜିଲ୍ଲାରେ 100ରୁ 50 ଶିଶୁ କୁପୋଷଣ ଶିକାର ଥିବା ରିପୋର୍ଟ କହୁଛି ।

Shuvanshu Kar
Shuvanshu Kar
despite child malnutrition on  decline in odisha, still it worrisome

despite child malnutrition on decline in odisha, still it worrisome

ଦେଶରେ ଚାଲିଛି ଜାତୀୟ ପୋଷଣ ସପ୍ତାହ(National Nutrition Week) । ଦେଶରୁ କୁପୋଷଣ(malnutrition) ଦୂର କରିବା ଦିଗରେ ନିକଟରେ ମନ କୀ ବାତରେ ସଚେତନତା ସୃଷ୍ଟିକୁ ଗୁରୁତ୍ବ ଦେଇଥିଲେ ପ୍ରଧାନମନ୍ତ୍ରୀ । ପ୍ରତ୍ୟେକ ବର୍ଷ ସ୍ବତନ୍ତ୍ର ଥିମ ଆଧାରରେ ପାଳନ ହୋଇଥାଏ ଜାତୀୟ ପୋଷଣ ସପ୍ତାହ(National Nutrition Week) । ଦେଶ ସ୍ବଧୀନତାର 75 ବର୍ଷ ପୂର୍ତ୍ତି ଅବସରରେ ଯେବେ ଅମୃତ ମହୋତ୍ସବ ପାଳନ କରୁଛି ସେବେ କୁପୋଷଣର ଲଢେଇରେ ଆମେ କେତେ ସଫଳତା ହାସଲ କରିଛୁ ଏହା ଉପରେ ମଧ୍ୟ ଆଲୋଚନା କରାଯିବାର ଆବଶ୍ୟକତା ରହିଛି ।

ଆମ ରାଜ୍ୟ କଥା ଯଦି କହିବା ତେବେ, ଓଡିଶାରେ ହାରାହାରି 100ରୁ ଅତି କମରେ 30 ପିଲା ପୁଷ୍ଟିହୀନତାର ଶିକାର ହେଉଛନ୍ତି । ରାଜ୍ୟର ଆଦିବାସୀ ପ୍ରବଣ ଜିଲ୍ଲାରେ 100ରୁ 50 ଶିଶୁ କୁପୋଷଣ ଶିକାର ଥିବା ରିପୋର୍ଟ କହୁଛି । ଓଡିଶାର 16ଟି ଜିଲ୍ଲାରେ ଶିଶୁ ପୁଷ୍ଟିହୀନତା ଜାତୀୟ ହାରଠାରୁ ବହୁତ ଅଧିକ । ଏହା ଏକ ଚିନ୍ତାଜନକ ବିଷୟ ବୋଲି କୁହାଯାଇପାରେ ।

ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ -5 ର କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁଯାୟୀ, 2019-20 ଓଡିଶାରେ ଗତ ପାଞ୍ଚ ବର୍ଷ ମଧ୍ୟରେ ଶିଶୁ ପୁଷ୍ଟିହୀନତାର 4.7 ପ୍ରତିଶତ ହ୍ରାସ ଘଟିଛି । ପ୍ରକାଶିତ ତଥ୍ୟ ଅନୁଯାୟୀ, ଦେଶରେ ଅତି କମରେ 32 ପ୍ରତିଶତ ପିଲା ପୁଷ୍ଟିହୀନତାର ଶିକାର ହେଉଛନ୍ତି। ଜାତୀୟ ହାର ତୁଳନାରେ ଏହା ଓଡିଶାରେ 29.7 ପ୍ରତିଶତ ଅଟେ। ତେବେ ଓଡିଶାର 16 ଟି ଜିଲ୍ଲାରେ ଶିଶୁ ପୁଷ୍ଟିହୀନତା ଜାତୀୟ ହାରଠାରୁ ବହୁତ ଅଧିକ ।

ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (NFHS)-5 ଅନୁଯାୟୀ, 2015-16 ମସିହାରେ ପାଞ୍ଚ ବର୍ଷରୁ କମ୍ ପିଲାଙ୍କ ଅଭିବୃଦ୍ଧି (ବୟସ ଅନୁଯାୟୀ କମ୍ ଉଚ୍ଚତା) 34.1 ପ୍ରତିଶତ ଥିଲା । 2019-20 ରେ ଏହା 31 ପ୍ରତିଶତକୁ ହ୍ରାସ ପାଇଛି । ସେହିଭଳି କମ ଓଜନ ବିଶିଷ୍ଟ ପିଲାଙ୍କ ସଂଖ୍ୟା ଏହି ସମୟ ମଧ୍ୟରେ 20.4 ପ୍ରତିଶତରୁ 18.1 ପ୍ରତିଶତକୁ ହ୍ରାସ ପାଇଥିବା ଜଣାପଡିଛି ।

ତେବେ ତଥ୍ୟ ଅନୁଯାୟୀ ରାଜ୍ୟରେ ଶିଶୁ ରକ୍ତହୀନତା ପରିସ୍ଥିତି ଅଧିକ ଚିନ୍ତାଜନକ । 2015-16 ମସିହାରେ ଯେତେବେଳେ 44 ପ୍ରତିଶତ ପିଲା ରକ୍ତହୀନତାର ଶିକାର ହୋଇଥିଲେ, 2019-20 ରେ ଏହି ସଂଖ୍ୟା 64.2 ପ୍ରତିଶତକୁ ବୃଦ୍ଧି ପାଇଛି ।

ଅଙ୍ଗନୱାଡି କେନ୍ଦ୍ର ମାଧ୍ୟମରେ ମା ଏବଂ ପିଲାମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ କୁପୋଷଣର ମୁକାବିଲା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଥିବା ବେଳେ ବାସ୍ତବରେ ଏହାର ଆଶାନୁରୂପ ଫଳ ମିଳିପାରୁ ନାହିଁ । ସବୁ ଯୋଜନା ସତ୍ତ୍ବେ ନବରଙ୍ଗପୁର ଜିଲ୍ଲାର ପାଞ୍ଚ ବର୍ଷରୁ କମ୍ 46.6%, ମୟୂରଭଞ୍ଜରେ 45.9% ଏବଂ ମାଲକାନଗିରିରେ 41.6%, ରାୟଗଡାରେ 39.8%, ବୌଦ୍ଧରେ 38.6%, ନୁଆପଡାରେ 37.6% କୁପୋଷଣର ଶିକାର ହେଉଛନ୍ତି। ସେହିପରି ବାଲାଙ୍ଗୀରରେ 37.1 ପ୍ରତିଶତ, ସମ୍ବଲପୁରରେ 36.3 ପ୍ରତିଶତ ଏବଂ କନ୍ଧମାଳରେ ଏହି ହାର 35.2 ପ୍ରତିଶତ ରହିଛି ।

କେମିତି କୁପୋଷଣ ବିରୋଧରେ ଲଢ଼େଇ ଲଢୁଛି 'ସମ୍ପୂର୍ଣ୍ଣା', ଜାଣିଲେ ହେବେ ଆଶ୍ଚର୍ଯ୍ୟ !

୭୧% ଭାରତୀୟ ଖାଉନାହାନ୍ତି ପୁଷ୍ଟିକର ଖାଦ୍ୟ !

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments