ଆସନ୍ତା ଜୁଲାଇ 6ରେ ପ୍ରକାଶ ପାଇବାକୁଯାଉଛି ମାଟ୍ରିକ ପରୀକ୍ଷା ଫଳ(Odisha Class 10th Result 2022)। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ(School and Mass Education Minister Samir Ranjan Dash) । ପରୀକ୍ଷା ଫଳ ପ୍ରକାଶ ବାବଦରେ ବୋର୍ଡ ପକ୍ଷରୁ ବିସ୍ତୃତ ବିବରଣୀ ସହ ବିଜ୍ଞପ୍ତି ପ୍ରକାଶ ପାଇବ ।
ମାଟ୍ରିକ ରେଜଲ୍ଟ ପ୍ରାକଶ ନେଇ ଆଜି(ସୋମବାର) ବିଧିବଦ୍ଧ ଭାବରେ ମାଧ୍ୟମିକ ବୋର୍ଡ ପକ୍ଷରୁ ଘୋଷଣା କରାଯାଇପାରେ । ସେପଟେ ଖାତା ଦେଖା ସରିସାରିଥିବାବେଳେ ଚୂଡାନ୍ତ ଫଳ ପ୍ରକାଶ ପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି ।
ମାର୍ଚ୍ଚ 29ରୁ ଆରମ୍ଭ ହୋଇ ମେ 10ରେ ଶେଷ ହୋଇଥିଲା ମାଟ୍ରିକ ପରୀକ୍ଷା । ଚଳିତ ବର୍ଷ ୫ ଲକ୍ଷ ୮୫ ହଜାର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ । ଏଥର ନୂଆ ଢାଞ୍ଚାରେ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ତେବେ ଜୁଲାଇ ପ୍ରଥମ ସପ୍ତାହରେ ମାଟ୍ରିକ ରେଜଲ୍ଟ ଘୋଷଣା ହେବ ବୋଲି ସୂଚନା ଦେଇଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।
ଅଫଲାଇନ୍ ମାଧ୍ୟମରେ ଛାତ୍ରଛାତ୍ରୀ ମାନେ ମାଟ୍ରିକ ପରୀକ୍ଷା ଦେଇଥିଲେ । ୬ ତାରିଖ ଅପରାହ୍ନ ୧ଟା ବେଳେ ବୋର୍ଡ କାର୍ଯ୍ୟାଳୟରେ ରେଜଲ୍ଟ ବାହାରିବ । ରେଜଲ୍ଟ ଘୋଷଣା ହେବାର କିଛି ସମୟ ପରେ ଛାତ୍ରଛାତ୍ରୀ www.bseodisha.ac.in ଏବଂ www.bseodisha.nic.in ୱେବସାଇଟରେ ଲଗଇନ କରି ନିଜ ରେଜଲ୍ଟ ଜାଣିପାରିବେ। ଏନେଇ ଆଜି ଅପରାହ୍ନରେ ବୋର୍ଡ କର୍ତ୍ତୃପକ୍ଷ ଏକ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ଦେବେ ବୋଲି ଜଣାପଡିଛି ।
ଗତ ୨ ବର୍ଷ ହେଲା କରୋନା ଯୋଗୁ ଅଫଲାଇନ୍ ପରୀକ୍ଷା ହୋଇପାରି ନ ଥିବା ବେଳେ ଚଳିତ ବର୍ଷ ଆୟୋଜିତ ହୋଇଛି ଅଫଲାଇନ ପରୀକ୍ଷା । ତ ୨ ବର୍ଷ ହେଲା କରୋନା ଯୋଗୁ ଅଫଲାଇନ୍ ପରୀକ୍ଷା ହୋଇପାରି ନ ଥିବା ବେଳେ ଚଳିତ ବର୍ଷ ଆୟୋଜିତ ହୋଇଛି ଅଫଲାଇନ୍ ପରୀକ୍ଷା।
ଆସନ୍ତାକାଲିଠୁ OJEE ,ପରୀକ୍ଷା ଦେବେ 58 ହଜାର ପରୀକ୍ଷାର୍ଥୀ
ଏପ୍ରିଲ ୨୮ ରୁ ଯୁକ୍ତ ଦୁଇ ପରୀକ୍ଷା : ଗୋଟିଏ ସିଟିଂରେ କରାଯିବ ପରୀକ୍ଷା
Share your comments