News

BSFରେ ଚାକିରି,ଜାଣନ୍ତୁ କିପରି କରିବେ ଆବେଦନ

ସୀମା ସୁରକ୍ଷା ବଳ, ବିଏସ୍ଏଫ୍ ବିଭିନ୍ନ ଗ୍ରୁପ୍ ବି ପଦବୀ ପାଇଁ ନିଯୁକ୍ତି ଦେଉଛି । ଏନେଇ BSFର ଅଫିସିଆଲ୍ ୱେବସାଇଟ୍, rectt.bsf.gov.in ରେ ପ୍ରାର୍ଥୀମାନଙ୍କ ଠାରୁ ଅନ୍‌ଲାଇନ୍ ଆବେଦନ କରିବାକୁ ଆମନ୍ତ୍ରିତ କରାଯାଇଛି ।

17 May, 2022 4:12 PM IST By: Sudesna Nayak

ସୀମା ସୁରକ୍ଷା ବଳ, ବିଏସ୍ଏଫ୍ ବିଭିନ୍ନ ଗ୍ରୁପ୍ ବି ପଦବୀ ପାଇଁ ନିଯୁକ୍ତି ଦେଉଛି । ଏନେଇ BSFର ଅଫିସିଆଲ୍ ୱେବସାଇଟ୍, rectt.bsf.gov.in ରେ ପ୍ରାର୍ଥୀମାନଙ୍କ ଠାରୁ ଅନ୍‌ଲାଇନ୍ ଆବେଦନ କରିବାକୁ ଆମନ୍ତ୍ରିତ କରାଯାଇଛି ।

ସୂଚନା ଅନୁଯାୟୀ, ଆଗ୍ରହୀ ପ୍ରାର୍ଥୀମାନେ ୮ ଜୁନ୍ ୨୦୨୨ ପର୍ଯ୍ୟନ୍ତ ଆବେଦନ କରିପାରିବେ । ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ୨୫ ଏପ୍ରିଲ ୨୦୨୨ରୁ ଆରମ୍ଭ ହୋଇଛି । ନିଯୁକ୍ତି ସମ୍ବନ୍ଧୀୟ ଖାଲି ପଦବୀ, ଚୟନ ପ୍ରକ୍ରିୟା ଏବଂ ବିଜ୍ଞପ୍ତି ସହିତ ସମସ୍ତ ବିବରଣୀ ନିମ୍ନରେ ଦେଖନ୍ତୁ ।

କେତେ ପଦବୀ ଖାଲି,ଜାଣନ୍ତୁ...

ଏହି ନିଯୁକ୍ତି ଅଧୀନରେ BSF ରେ ମୋଟ ୯୦ ଟି ଗ୍ରୁପ୍ ବି ପଦବୀ ପୂରଣ ହେବ । ଏଥିରେ ଜୁନିଅର ଇଂଜିନିୟର ସବ୍ ଇନ୍ସପେକ୍ଟର, ଇଲେକ୍ଟ୍ରିକାଲ୍‌ର ୩୨ ଟି ପୋଷ୍ଟ୍‌, ଇନ୍ସପେକ୍ଟର ୧ ଏବଂ ସବ୍ ଇନ୍ସପେକ୍ଟରର ୫୭ଟି ପଦବୀ ସାମିଲ ରହିଛି ।

ଚୟନ ପ୍ରକ୍ରିୟା,ଜାଣନ୍ତୁ...

ପରୀକ୍ଷା ମାଧ୍ୟମରେ ପଦବୀ ପାଇଁ ପ୍ରାର୍ଥୀ ଚୟନ କରାଯିବ । ଏହାକୁ ୨ଟି ପର୍ଯ୍ୟାୟରେ କରାଯିବ। ପ୍ରଥମ ପର୍ଯ୍ୟାୟରେ ପ୍ରାର୍ଥୀଙ୍କୁ ଲିଖିତ ପରୀକ୍ଷାରେ ସାମିଲ୍ ହେବାକୁ ପଡ଼ିବ । ଏଥିରେ ସଫଳ ହେବା ପରେ ପ୍ରାର୍ଥୀଙ୍କୁ ଡକ୍ୟୁମେଣ୍ଟ୍‌ ଯାଞ୍ଚ, ଶାରୀରିକ ମାନକ ପରୀକ୍ଷା ଏବଂ ଶାରୀରିକ ଦକ୍ଷତା ପରୀକ୍ଷା ପାଇଁ ଡକାଯିବ । ଉଭୟ ପର୍ଯ୍ୟାୟରେ ସଫଳ ହେବା ପରେ, ମନୋନୀତ ପ୍ରାର୍ଥୀମାନଙ୍କ ଡାକ୍ତରୀ ପରୀକ୍ଷା କରାଯିବ ।

ବୟସ ସୀମା,ଜାଣନ୍ତୁ...

ପ୍ରକାଶ ଥାଉ ଯେ, ସର୍ବାଧିକ ୩୦ ବର୍ଷ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ । ଅନ୍ୟ କୌଣସି ନିଯୁକ୍ତି ସମ୍ବନ୍ଧୀୟ ସୂଚନା ପାଇଁ, ନିମ୍ନରେ ଦିଆଯାଇଥିବା ଲିଙ୍କ୍‌ରୁ ବିଜ୍ଞପ୍ତିକୁ ଦେଖନ୍ତୁ ।

୮ମ ପିଲାଙ୍କ ପାଇଁ ସରକାରୀ ଚାକିରି, ଶୀଘ୍ର ଆବେଦନ କରନ୍ତୁ

ଗ୍ରାମିଣ ଡାକ ବିଭାଗରେ ଚାକିରି; ଦରମା ୩୦ ହଜାର,ଶୀଘ୍ର କରନ୍ତୁ ଆବେଦନ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)