1. କୃଷି ଖବର

ଗ୍ରାମିଣ ଡାକ ବିଭାଗରେ ଚାକିରି; ଦରମା ୩୦ ହଜାର,ଶୀଘ୍ର କରନ୍ତୁ ଆବେଦନ

ଚାକିରିକୁ ନେଇ ଆସିଲା ଖୁସି ଖବର । ଇଣ୍ଡିଆ ପୋଷ୍ଟ୍‌ ପେମେଣ୍ଟ ବ୍ୟାଙ୍କ୍‌, ଗ୍ରାମିଣ ଡାକ ସେବା ପୋଷ୍ଟ୍‌ ପାଇଁ ଆବେଦନ କରିବାକୁ ଆହ୍ୱାନ କରିଛି । ଏହା ଦ୍ୱାରା ସମଗ୍ର ଦେଶରେ ବ୍ୟାଙ୍କ୍‌ର ଶାଖାଗୁଡ଼ିକରେ ଖାଲି ପଦବୀ ପୂରଣ ହେବ ।

Sudesna Nayak
Sudesna Nayak
india post payments bank recruitment 2022

india post payments bank recruitment 2022

ଚାକିରିକୁ ନେଇ ଆସିଲା ଖୁସି ଖବର (GOOD NEWS)। ଇଣ୍ଡିଆ ପୋଷ୍ଟ୍‌ ପେମେଣ୍ଟ ବ୍ୟାଙ୍କ୍‌, (India Post Payments Bank) ଗ୍ରାମିଣ ଡାକ ସେବା ପୋଷ୍ଟ୍‌ ପାଇଁ ଆବେଦନ କରିବାକୁ ଆହ୍ୱାନ କରିଛି । ଏହା ଦ୍ୱାରା ସମଗ୍ର ଦେଶରେ ବ୍ୟାଙ୍କ୍‌ର ଶାଖାଗୁଡ଼ିକରେ ଖାଲି ପଦବୀ ପୂରଣ ହେବ ।

ସୂଚନା ଅନୁଯାୟୀ, ଆଗ୍ରହୀ ପ୍ରାର୍ଥୀମାନେ ୧୦ ମେ ୨୦୨୨ରୁ ପୋଷ୍ଟ୍‌ଗୁଡିକ ପାଇଁ ଅନ୍‌ଲାଇନ୍ ଆବେଦନ କରିପାରିବେ । ଏଥିପାଇଁ ସେମାନଙ୍କୁ ଅଫିସିଆଲ୍ ୱେବ୍‌ସାଇଟ୍ ippbonline.com ପରିଦର୍ଶନ କରିବାକୁ ପଡିବ। ଏଥିସହିତ, ନିଯୁକ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ୨୦ ମେ ୨୦୨୨ ରହିଛି । ଅନ୍ୟ କୌଣସି ଉପାୟ ମାଧ୍ୟମରେ ଆବେଦନଗୁଡିକ ଗ୍ରହଣ କରାଯିବ ନାହିଁ ।

ଏହି ନିଯୁକ୍ତି ଅଭିଯାନ ମାଧ୍ୟମରେ ବିଭିନ୍ନ ରାଜ୍ୟରେ ମୋଟ ୬୫୦ ଟି ପଦବୀ ପୂରଣ ହେବ। ପ୍ରାର୍ଥୀମାନଙ୍କୁ ବିଭିନ୍ନ କାର୍ଯ୍ୟ ପାଇଁ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତ କରାଯିବ।

ଗୁରୁତ୍ୱପୂର୍ଣ୍ଣ ତାରିଖ,ଜାଣନ୍ତୁ...

-ଆବେଦନର ଆରମ୍ଭ ତାରିଖ – ୧୦ ମେ ୨୦୨୨
-ଆବେଦନର ଶେଷ ତାରିଖ – ୨୦ ମେ ୨୦୨୨
-ଆବେଦନ ଶୁଳ୍କ ଦାଖଲ ତାରିଖ ହେଉଛି – ୧୦ ମେ ରୁ ୨୦ ମେ ୨୦୨୨ ହିଁ ଅଟେ ।
-ପରୀକ୍ଷା ତାରିଖ – ଜୁନ୍ ୨୦୨୨
-ପରୀକ୍ଷା ପାଇଁ ଆଡ୍‌ମିଟ୍ କାର୍ଡ ପ୍ରଦାନ ତାରିଖ – ଆବେଦନ ପ୍ରକ୍ରିୟା ଶେଷ ହେବାର ୧୦ ଦିନ ମଧ୍ୟରେ ଅଟେ ।

ଦରମା,ଜାଣନ୍ତୁ...

ଏହି ପଦବୀରେ ମନୋନୀତ ପ୍ରାର୍ଥୀମାନଙ୍କୁ ମାସିକ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ

ଯୋଗ୍ୟତା,ଜାଣନ୍ତୁ...

ସ୍ନାତକୋତ୍ତର ପାସ୍ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ହିଁ ଆବେଦନ କରିପାରିବେ । ଏଥିସହ, ପ୍ରାର୍ଥୀଙ୍କର ଅତି କମରେ ୨ ବର୍ଷର କାର୍ଯ୍ୟ ଅଭିଜ୍ଞତା ଥିବା ଆବଶ୍ୟକ ।

ବୟସ ସୀମା,ଜାଣନ୍ତୁ...

ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀମାନେ ୨୦ ରୁ ୩୫ ବର୍ଷ ମଧ୍ୟରେ ହିଁ ହୋଇଥିବେ ।

ଚୟନ ପ୍ରକ୍ରିୟା,ଜାଣନ୍ତୁ...

ପ୍ରକାଶ ଥାଉ ଯେ, ଅନ୍‌ଲାଇନ୍ ଲିଖିତ ପରୀକ୍ଷା ମାଧ୍ୟମରେ ପଦବୀ ପାଇଁ ପ୍ରାର୍ଥୀମାନଙ୍କୁ ହିଁ ଚୟନ କରାଯିବ । ଅଧିକ ବିବରଣୀ ପାଇଁ ଏଠାରେ କ୍ଲିକ୍ କରି ବିଜ୍ଞପ୍ତି ଦେଖନ୍ତୁ ।

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଅଧୀନରେ ଖାଲି ପଡିଛି ପଦବୀ, ଶୀଘ୍ର କରନ୍ତୁ ଆବେଦନ

ବେକାର ଯୁବକ-ଯୁବତୀଙ୍କ ପାଇଁ ଖୁସିଖବର; ONGCରେ ଖାଲିପଡିଛି ପଦବୀ, ଶୀଘ୍ର କରନ୍ତୁ ଆବେଦନ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments