1. କୃଷି ଖବର

ବେକାର ଯୁବକ-ଯୁବତୀଙ୍କ ପାଇଁ ଖୁସିଖବର; ONGCରେ ଖାଲିପଡିଛି ପଦବୀ, ଶୀଘ୍ର କରନ୍ତୁ ଆବେଦନ

ବେକାର ଯୁବକ ଓ ଯୁବତୀମାନଙ୍କ ପାଇଁ ଆସିଲା ଖୁସିଖବର । ଅଏଲ ଆଣ୍ଡ ନ୍ୟାଚୁରାଲ ଗ୍ୟାସ କର୍ପୋରେସନ (ONGC)ରେ ଚାକିରି କରିବା ପାଇଁ ଯୁବପିଢିଙ୍କ ପାଇଁ ସୁଯୋଗ ।

Sudesna Nayak
Sudesna Nayak
there are 3614 vacancies in ongc apply now

there are 3614 vacancies in ongc apply now

ବେକାର ଯୁବକ ଓ ଯୁବତୀମାନଙ୍କ ପାଇଁ ଆସିଲା ଖୁସିଖବର (GOOD NEWS)। ଅଏଲ ଆଣ୍ଡ ନ୍ୟାଚୁରାଲ ଗ୍ୟାସ କର୍ପୋରେସନ (ONGC)ରେ ଚାକିରି କରିବା ପାଇଁ ଯୁବପିଢିଙ୍କ ପାଇଁ ସୁଯୋଗ ।

ସୂଚନା ଅନୁଯାୟୀ, ONGCରେ ବିଭିନ୍ନ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରାଯାଉଛି । ତେଣୁ ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଓଏନଜିସି (ONGC)ର ଅଧିକାରକ ୱେବସାଇଟକୁ ଯାଇ ongcindia.comରେ ଆବେଦନ କରିପାରିବେ । ଏଠାରେ ଆବେଦନ କରିବାର ଶେଷ ତାରିଖ ୧୫ ମଇ ରହିଛି ।

ପଦବୀ ଆବେଦନ ପାଇଁ ଜରୁରୀ ତାରିଖ,ଜାଣନ୍ତୁ...

ଆବେଦନ କରିବାର ତାରି ୨୭ ଏପ୍ରିଲରୁ ଆରମ୍ଭ ହୋଇଥିବା ବେଳେ ଶେଷ ୧୫ ମଇ ୨୦୨୨କୁ ହେବ ।

ପଦବୀ ବିବରଣୀ: ୩୬୧୪

ମୁମ୍ବାଇ ସେକ୍ଟର: ୩୦୫ଟି ପଦବୀ,ଉତ୍ତର ସେକ୍ଟର: ୨୦୯ଟି ପଦବୀ,ପଶ୍ଚିମ ସେକ୍ଟର: ୧୪୩୪ଟି ପଦବୀ,ପୂର୍ବ ସେକ୍ଟର: ୭୪୪ଟି ପଦବୀ,ଦକ୍ଷିଣ ସେକ୍ଟର: ୬୯୪ଟି ପଦବୀ ଓ
କେନ୍ଦ୍ରୀୟ ସେକ୍ଟର: ୨୨୮ଟି ପଦବୀ ରହିଛି ।

ଶିକ୍ଷାଗତ ଯୋଗ୍ୟତା,ଜାଣନ୍ତୁ...

-ଟ୍ରେଡ୍‌ ଆପାରଣ୍ଟିସ ପାଇଁ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ୧୦ମ କିମ୍ବା ଆଇଟିଆଇ ପାସ୍‌ କରିଥିବା ନିହାତି ଜରୁରୀ ଅଟେ ।

-ଗ୍ରାଜୁଏଟ ଆପାରଣ୍ଟିସ ପାଇଁ କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥାରୁ କମର୍ସ, ସାଇନ୍ସ କିମ୍ବା ବିଜନେସ ମ୍ୟାନେଜମେଣ୍ଟରେ ଗ୍ରାଜୁଏସନ କରିଥିବା ହିଁ ନିହାତି ଜରୁରୀ ଅଟେ ।

-ଡିପ୍ଲୋମା ଆପାରଣ୍ଟିସ ପାଇଁ ସମ୍ବନ୍ଧିତ ଟ୍ରେଡରେ ଡିପ୍ଲୋମା କରିଥିବା ହିଁ ନିହାତି ଜରୁରୀ ଅଟେ ।

ବୟସ ସୀମା,ଜାଣନ୍ତୁ...

ପ୍ରକାଶ ଥାଉ ଯେ, ଆବେଦନକାରୀମାନଙ୍କ ବୟସ ସୀମା ୧୮ ରୁ ୨୪ ବର୍ଷ ହେବା ନିହାତି ଜରୁରୀ ଅଟେ ।

ଆପଣ ୧୦ମ ପାସ୍ କରିଛନ୍ତି କି? ଏଇଠି ଅଛି ସରକାରୀ ଚାକିରି

ଯୁବକ-ଯୁବତୀଙ୍କ ପାଇଁ ଖୁସିଖବର; HPCLରେ ଖାଲିପଡିଛି ପଦବୀ, ଶୀଘ୍ର କରନ୍ତୁ ଆବେଦନ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments