1. କୃଷି ଖବର

ଆପଣ ୧୦ମ ପାସ୍ କରିଛନ୍ତି କି? ଏଇଠି ଅଛି ସରକାରୀ ଚାକିରି

ଆସିଲା ଖୁସି ଖବର । ଯେଉଁମାନେ ୧୦ମ ପାସ୍‌ କରିଛନ୍ତି, ସେମାନଙ୍କ ପାଇଁ ସରକାରୀ ଚାକିରି (Government Job)ର ସୁବର୍ଣ୍ଣ ସୁଯୋଗ । ଶୀଘ୍ର କରନ୍ତୁ ଆବେଦନ । ଜାଣନ୍ତୁ ପୁରା ଖବର...

Sudesna Nayak
Sudesna Nayak
if you are also 10th pass then you will get government job

if you are also 10th pass then you will get government job

ଆସିଲା ଖୁସି ଖବର (GOOD NEWS) । ଯେଉଁମାନେ ୧୦ମ ପାସ୍‌ କରିଛନ୍ତି, ସେମାନଙ୍କ ପାଇଁ ସରକାରୀ ଚାକିରି (Government Job)ର ସୁବର୍ଣ୍ଣ ସୁଯୋଗ । ଶୀଘ୍ର କରନ୍ତୁ ଆବେଦନ । ଜାଣନ୍ତୁ ପୁରା ଖବର...

ସୂଚନା ଅନୁଯାୟୀ, ଯେଉଁମାନେ ୧୦ମ ପାସ୍‌ କରିଛନ୍ତି ଏବଂ ଲୋକ ସେବା ଆୟୋଗରେ ଚାକିରି ଖୋଜୁଛନ୍ତି ସେମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ସେମାନେ ବି କରିପାରିବେ ସରକାରୀ ଚାକିରି (Government Job) । ଏନେଇ ମହାରାଷ୍ଟ୍ର ଲୋକ ସେବା ଆୟୋଗରେ ଷ୍ଟେନୋଗ୍ରାଫର(ଉଚ୍ଚ ଗ୍ରେଡ୍), ଷ୍ଟେନୋଗ୍ରାଫର(ନିମ୍ନ ଗ୍ରେଡ୍), ଷ୍ଟେନୋ ଟାଇପିଷ୍ଟ୍(ମରାଠୀ) ଓ ଷ୍ଟେନୋ ଟାଇପିଷ୍ଟ୍(‍ଇଂରାଜୀ) ପଦବୀ ପାଇଁ ଆବେଦନ କରିବାକୁ ନିମନ୍ତ୍ରଣ କରାଯାଇଛି ।

ଯେଉଁ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ଏବଂ ଯୋଗ୍ୟ ସେମାନେ MPSCର ଅଫିସିଆଲ୍ ୱ୍ୱେବ୍‌ସାଇଟ୍ mpsc.gov.in କୁ ଯାଇ ଆବେଦନ କରିପାରିବେ । ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ୍ ମେ ୧୨ ରହିଛି ।

ଏହା ଛଡା ପ୍ରାର୍ଥୀ ସିଧା ଏହି ଲିଙ୍କ୍‌(https://mpsc.gov.in/ )କୁ ଯାଇ ଏହି ପଦବୀ ପାଇଁ ଆବେଦନ କରିପାରିବେ । ଏହା ସହିତ ଏହି ଲିଙ୍କ୍‌ (https://mpsc.gov.in/downloadFile/english/4878) ମାଧ୍ୟରେ ଅଫିସିଆନ୍ ନୋଟିଫିକେସନକ୍ଉ ମଧ୍ୟ ଚେକ୍ କରିପାରିବେ ।

ଏହି ନିଯୁକ୍ତି ମାଧ୍ୟମରେ ସମୁଦାୟ ୨୫୩ଟି ପଦବୀ ପୂରଣ କରାଯିବ । ଏଥି ମଧ୍ୟରୁ ୬୨ଟି ଷ୍ଟେନୋଗ୍ରାଫର୍(ଉଚ୍ଚ ଗ୍ରେଡ୍) ହୋଇଥିବା ବେଳେ ୧୦୦ ଷ୍ଟେନୋଗ୍ରାଫର୍(ନିମ୍ନ ଗ୍ରେଡ୍), ୫୨ ଷ୍ଟେନୋ ଟାଇପିଷ୍ଟ୍(ମରାଠୀ) ଓ ୩୯ ଷ୍ଟେନୋ ଟାଇପିଷ୍ଟ୍(ଇଂରାଜୀ) ପଦବୀ ରହିଛି ।

ଯୋଗ୍ୟତା,ଜାଣନ୍ତୁ...

ପ୍ରାର୍ଥୀମାନେ ଯେକୌଣସି ସ୍ୱୀକୃତି ପ୍ରାପ୍ତ ବୋର୍ଡରୁ ୧୦ ପାସ କରିଥିବା ନିହାତି ହିଁ ଉଚିତ । ଏହା ସହିତ ଟାଇପିଂ ସ୍ପିଡ୍ ମଧ୍ୟ ଭଲ ଥିବା ହିଁ ଦରକାର ।

ବୟସ ସୀମା,ଜାଣନ୍ତୁ...

ପ୍ରାର୍ଥୀମାନଙ୍କ ବୟସ ୧୮ ରୁ ୨୮ ବର୍ଷ ହେବା ହିଁ ଉଚିତ ।

ଯୁବକ-ଯୁବତୀଙ୍କ ପାଇଁ ଖୁସିଖବର; HPCLରେ ଖାଲିପଡିଛି ପଦବୀ, ଶୀଘ୍ର କରନ୍ତୁ ଆବେଦନ

ବିନା ପରୀକ୍ଷାରେ ଚାକିରୀ; ESICରେ ଖାଲିପଡିଛି ପଦବୀ,ଶୀଘ୍ର କରନ୍ତୁ ଆବେଦନ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments