1. କୃଷି ଖବର

ଯୁବକ-ଯୁବତୀଙ୍କ ପାଇଁ ଖୁସିଖବର; HPCLରେ ଖାଲିପଡିଛି ପଦବୀ, ଶୀଘ୍ର କରନ୍ତୁ ଆବେଦନ

ବେକାର ଯୁବକ ଓ ଯୁବତୀଙ୍କ ପାଇଁ ଖୁସି ଖବର । HPCL ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ତୁରନ୍ତ କରନ୍ତୁ ଆବେଦନ ।

Sudesna Nayak
Sudesna Nayak
HPCL vacant technician position apply immediately

HPCL vacant technician position apply immediately

ବେକାର ଯୁବକ ଓ ଯୁବତୀଙ୍କ ପାଇଁ ଖୁସି ଖବର(GOOD NEWS)। HPCL ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ତୁରନ୍ତ କରନ୍ତୁ ଆବେଦନ ।

ସୂଚନା ଅନୁଯାୟୀ, HPCLରେ ଟେକି୍ନସିଆନ ପଦବୀ ଖାଲିପଡିଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଏହାର ଅଫିସିଆଲ ସାଇଟ୍‌ hindustanpetroleum.com କୁ ଯାଇ ଅନଲାଇନ ଆବେଦନ କରିପାରିବେ ।

HPCL ବିଜ୍ଞପ୍ତି ଅନୁଯାୟୀ ମୋଟ୍ ୧୮୬ ପଦବୀରେ ଆବେଦନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅପରେସନ ଟେକ୍ନିସିଆନ ପଦବୀ ପାଇଁ ୯୪ଟି,ବଏଲର ଟେକ୍ନିସିଆନ ପଦବୀ ପାଇଁ ୧୮ଟି,ମେଣ୍ଟେନାନ୍ସ ଟେକ୍ନିସିଆନ ପଦବୀ ପାଇଁ ୪୦ଟି, ଲ୍ୟାବ ଆସିଷ୍ଟାଣ୍ଟ ପଦବୀ ପାଇଁ ୧୬ଟି,ଜୁନିଅର ଫାୟାର ଆଣ୍ଡ ସେଫ୍ଟି ଇନ୍ସପେକ୍ଟର ପଦବୀ ପାଇଁ ୧୮ଟି ପଦ ରହିଛି ।

ଆବେଦନ ପାଇଁ ଜରୁରୀ ତାରିଖ ଓ ଶିକ୍ଷାଗତ ଯୋଗ୍ୟତା,ଜାଣନ୍ତୁ...

ଆବେଦନ କରିବାର ତାରିଖ ୨୨ ଏପ୍ରିଲରୁ ଆରମ୍ଭ ହୋଇଥିବା ବେଳେ ଶେଷ ୨୧ ମେ, ୨୦୨୨ରେ ହେବ । ବିଭିନ୍ନ ପଦବୀ ପାଇଁ ଅଲଗା ଅଲଗା ଶିକ୍ଷାଗତ ଯୋଗ୍ୟତା ନିର୍ଦ୍ଧାରଣ କରାଯାଇଛି । ଅଧିକ ଜାଣିବା ପାଇଁ ଅଫିସିଆଲ ନୋଟିଫିକେସନ ଚେକ୍‌ କରିପାରିବେ ।

ଆବେଦନ ଶୁଳ୍କ,ଜାଣନ୍ତୁ...

ପ୍ରକାଶ ଥାଉ ଯେ, HPCL ରେ ପଦବୀ ଆବେଦନ ପାଇଁ ଜେନେରାଲ, ଓବିସି-ଏନସି ଏବଂEWS ପ୍ରାର୍ଥୀ ୫୯୦ ଟଙ୍କା ଆବେଦନ ଶୁଳ୍କ ରହିଛି । ସେହିପରି ଏସଟି, ଏସସି, PWD ପ୍ରାର୍ଥୀ ଆବେଦନ ଶୁଳ୍କରେ ରିହାତି ମିଳିବ ।

ପଦବୀ ପାଇଁ କିପରି କରିବେ ଆବେଦନ,ଜାଣନ୍ତୁ...

-ପ୍ରାର୍ଥୀ ଆବେଦନ କରିବା ପାଇଁ ପ୍ରଥମେ www.hindustanpetroleum.com କୁ ଯାଇ ଆବେଦନ କରିପାରିବେ ।

-ଆବେଦନ କରିବା ପରେ ପାସପୋର୍ଟ ସାଇଜ ଫଟୋ, ଦସ୍ତଖତ ଏବଂ ସବୁ ଭେରିଫିକେସନ କପି ରଖି ହିଁ ଅପଲୋଡ କରି ଫର୍ମ ପୂରଣ କରିବେ ।

-ପ୍ରାର୍ଥୀ କୌଣସି ହାର୍ଡକପି ସବମିଟ୍‌ କରିବା ଜରୁରୀ ନୁହେଁ ।

ବିନା ପରୀକ୍ଷାରେ ଚାକିରୀ; ESICରେ ଖାଲିପଡିଛି ପଦବୀ,ଶୀଘ୍ର କରନ୍ତୁ ଆବେଦନ

ସରକାରୀ ଚାକିରି ଖୋଜୁଛନ୍ତି କି? ଶୀଘ୍ର ଦେଖନ୍ତୁ...

 

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments