1. କୃଷି ଖବର

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଅଧୀନରେ ଖାଲି ପଡିଛି ପଦବୀ, ଶୀଘ୍ର କରନ୍ତୁ ଆବେଦନ

ଚାକିରିକୁ ନେଇ ଆସିଲା ଖୁସି ଖବର । ଓଡ଼ିଶା ସବ୍-ଅର୍ଡିନେଟ୍ ଷ୍ଟାଫ୍ ସିଲେକସନ କମିଶନ (OSSSC)ପକ୍ଷରୁ ବମ୍ପର ନିଯୁକ୍ତି ସୁଯୋଗ ଆସିଛି ।

Sudesna Nayak
Sudesna Nayak
JOB osssc recruitment 2022 odisha health and family welfare department notification for 4070 nursing post

JOB osssc recruitment 2022 odisha health and family welfare department notification for 4070 nursing post

ଚାକିରିକୁ ନେଇ ଆସିଲା ଖୁସି ଖବର (GOOD NEWS) । ଓଡ଼ିଶା ସବ୍-ଅର୍ଡିନେଟ୍ ଷ୍ଟାଫ୍ ସିଲେକସନ କମିଶନ (OSSSC)ପକ୍ଷରୁ ବମ୍ପର ନିଯୁକ୍ତି ସୁଯୋଗ ଆସିଛି ।

ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଅଧୀନରେ ୪,୦୭୦ ନର୍ସିଂ ପଦବୀ ପାଇଁ ବିଜ୍ଞପ୍ତି ବାହାରିଛି । ୩୦ଟି ଜିଲ୍ଲାର ୧୩ଟି ମେଡିକାଲ କଲେଜ ଏବଂ ଡାକ୍ତରଖାନାରେ ନିୟୋଜିତ ହେବେ ।

କହିବାକୁ ଗଲେ ହିଁ, ଓଡିଶା ନର୍ସିଂ ସେବା (ନିଯୁକ୍ତିର ପଦ୍ଧତି ଏବଂ ସେବାର ସର୍ତ୍ତ) ନିୟମ ୨୦୧୯ ଏବଂ ଓଡିଶା ଗ୍ରୁପ୍ ସି ଏବଂ ଡି ପୋଷ୍ଟ (ଚୁକ୍ତିନାମା ନିଯୁକ୍ତି) ନିୟମ, ୨୦୧୩ ଅନୁଯାୟୀ ହିଁ ଏହି ନିଯୁକ୍ତି ଚାଲିଛି ।

ପଦବୀ,ଜାଣନ୍ତୁ...

ନର୍ସିଂ ଅଫିସର: ୪,୦୭୦

ତାରିଖ,ଜାଣନ୍ତୁ...

-ଅନ୍ଲାଇନ୍ ରେଜିଷ୍ଟ୍ରେସନ୍ ଆରମ୍ଭ-୧୪ ମଇ ୨୦୨୨
-ଅନ୍ଲାଇନ୍ ରେଜିଷ୍ଟ୍ରେସନ୍ ଶେଷ- ୦୬ ଜୁନ୍ ୨୦୨୨

ବୟସ,ଜାଣନ୍ତୁ...

-ସର୍ବନିମ୍ନ ବୟସ ସୀମା- ୨୧ ବର୍ଷ
-ସର୍ବାଧିକ ବୟସ ସୀମା- ୩୮ ବର୍ଷ
-SC/ST/SEBC/ମହିଳା ବର୍ଗର ପ୍ରାର୍ଥୀମାନଙ୍କ ପାଇଁ ବୟସ ସୀମା ୫ ବର୍ଷ ପର୍ଯ୍ୟନ୍ତ କୋହଳ ।
-ଭିନ୍ନକ୍ଷମମାନଙ୍କ କ୍ଷେତ୍ରରେ ଉପର ବୟସ ସୀମା ୧୦ ବର୍ଷ ପର୍ଯ୍ୟନ୍ତ ହିଁ କୋହଳ ।

ବେତନ ଏବଂ ପେ ମ୍ୟାଟ୍ରିକ୍ସ ସ୍ତର,ଜାଣନ୍ତୁ...

-ପେ ସ୍କେଲ ୨୯୨୦୦- ୯୨୩୦୦ ଟଙ୍କା

-ଶିକ୍ଷାଗତ ଯୋଗ୍ୟତା ଏବଂ ପରୀକ୍ଷା ସହିତ ଅନ୍ୟାନ୍ୟ ବିବରଣୀ ପାଇଁ, ଓଡ଼ିଶା ସବ୍-ଅର୍ଡିନେଟ୍ ଷ୍ଟାଫ୍ ସିଲେକସନ କମିଶନ (OSSSC)ୱେବସାଇଟ୍ ହିଁ ଭିଜିଟ୍ କରନ୍ତୁ ।

ବେକାର ଯୁବକ-ଯୁବତୀଙ୍କ ପାଇଁ ଖୁସିଖବର; ONGCରେ ଖାଲିପଡିଛି ପଦବୀ, ଶୀଘ୍ର କରନ୍ତୁ ଆବେଦନ

ଆପଣ ୧୦ମ ପାସ୍ କରିଛନ୍ତି କି? ଏଇଠି ଅଛି ସରକାରୀ ଚାକିରି

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments