ବିଜ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ବଡ ଖବର । BSKY କାର୍ଡକୁ ନେଇ ଶନିବାର ବଡ ବୟାନ l ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଦେଇଛନ୍ତି ବଡ଼ ବୟାନ । ବନ୍ଦ ହୋଇଯିବ ବିଏସ୍କେଓ୍ବାଇ ସ୍ୱାସ୍ଥ୍ୟ କାର୍ଡ । ତା' ବଦଳରେ ଲୋକଙ୍କୁ ମିଳିବ ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡ । ଏହା ମଧ୍ୟ ସ୍ୱାସ୍ଥ୍ୟ ଯୋଜନା କାର୍ଡ l ଏହାରି ମଧ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ବଡ ଖବର ।
BSKY କାର୍ଡକୁ ନେଇ ଶନିବାର ବଡ ବୟାନ ଦେଇଥିଲେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ l ବନ୍ଦ ହେବାକୁ ଯାଉଛି ବିଏସ୍କେଓ୍ବାଇ କାର୍ଡ । ତା' ବଦଳରେ ରାଜ୍ୟରେ ଲୋକଙ୍କୁ ମିଳିବ ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡ । ଏହି କାର୍ଡ ମାଧ୍ୟମରେ ଗରିବ ଲୋକ ମାଗଣା ଚିକିତ୍ସା ପାଇବେ l
ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ଚଳିତ ବର୍ଷ ସେପ୍ଟେମ୍ବର ୧୦ ତାରିଖରୁ ପର୍ଯ୍ୟାୟକ୍ରମେ ଏହା କାର୍ଯ୍ୟକାରୀ ହେବ l ଯାହାର ନାମ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ବା GJAY । ବଜେଟ୍ରେ ମଧ୍ୟ ଏ ନେଇ ରାଜ୍ୟ ସରକାର ଘୋଷଣା କରିଥିଲେ । ସରକାର କରିଥିବା ଘୋଷଣା ମୁତାବକ ଏହି ଯୋଜନା ଲାଗୁ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି ରାଜ୍ୟ ସରକାର । ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ବର୍ତ୍ତମାନ ରାଜ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମିଳିଥିବା ସମସ୍ତ BSKY କାର୍ଡ ଜାରି ରହିବ ଜଣ ସାଧାରଣଙ୍କ ପାଇଁ । ପୂର୍ବଭଳି ଯେଉଁ ସମସ୍ତ ହସ୍ପିଟାଲରେ ଏହା କାର୍ଯ୍ୟକାରୀ ଜାରି ରହିବ ।
ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ବଜେଟରେ ନୂତନ କରି ପ୍ରଚଳିତ ହେବାକୁ ଯାଉଥିବା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ବ୍ୟବସ୍ଥା କରାଯାଇଛି । ରାଜ୍ୟର ସମସ୍ତଙ୍କୁ ଏହି କାର୍ଡ ପ୍ରଦାନ କରାଯିବ । ପୂର୍ଣ୍ଣ ବଜେଟ ସେପ୍ଟେମ୍ବର ୧୦ରେ ଆଗତ କରାଯିବ । ଏହା ପରେ ପର୍ଯ୍ୟାୟକ୍ରମେ ଏହି ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ କରାଯିବ। ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏ ନେଇ କହିଛନ୍ତି, ସେପ୍ଟେମ୍ବର ୧୦ ତାରିଖରେ ଏହାକୁ ରାଜ୍ୟରେ କାର୍ଯ୍ୟକାରୀ କରାଯିବ ଏହା ହେବା ପରେ ପର୍ଯ୍ୟାୟକ୍ରମେ ଏହାକୁ ଲାଗୁ କରାଯିବ । ପୂର୍ବ ପ୍ରଚଳିତ BSKY କାର୍ଡ ବଦଳରେ ଜନତାଙ୍କୁ ମିଳିବ ନୂଆ ସ୍ୱାସ୍ଥ୍ୟ କାର୍ଡ । ନୂତନ ଯୋଜନା କାର୍ଯ୍ୟକାରୀ ହେବା ପର୍ଯ୍ୟନ୍ତ ସରକାରୀ ଓ ଘରୋଇ ହସ୍ପିଟାଲରେ ଏହି BSKY ଜାରି ରହିବ। ଏ ନେଇ କୌଣସି ଚିନ୍ତା କରିବାର ଆବଶ୍ୟକ ନାହିଁ l
ଅଧିକ ପଢ଼ନ୍ତୁ
Share your comments