1. କୃଷି ଖବର

ଆସିଲା ଖୁସି ଖବର, ଗରିବ ଏବଂ ବେକାରିଙ୍କ ଆକାଉଣ୍ଟକୁ ଆସିବ ଟଙ୍କା

କୋରୋନା (Corona) ମହାମାରୀ ଦ୍ୱାରା ପ୍ରଭାବିତ ଗ୍ରାମାଞ୍ଚଳର ବେରୋଜଗାରୀ ଏବଂ ଗରିବଙ୍କ ପାଇଁ ସରକାର ଏକ ନୂଆ ଯୋଜନା ପ୍ରସ୍ତୁତ କରୁଛନ୍ତି । ୧ ଫେବୃଆରୀରେ ଉପସ୍ଥାପିତ ହେବାକୁ ଥିବା ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Finance Minister Nirmala Sitharaman)ଏହା ଘୋଷଣା କରିପାରନ୍ତି ।

Sudesna Nayak
Sudesna Nayak
Budget 2022 modi government is making a new plan for the poor unemployed

Budget 2022 modi government is making a new plan for the poor unemployed

କୋରୋନା (Corona) ମହାମାରୀ ଦ୍ୱାରା ପ୍ରଭାବିତ ଗ୍ରାମାଞ୍ଚଳର ବେରୋଜଗାରୀ ଏବଂ ଗରିବଙ୍କ ପାଇଁ ସରକାର ଏକ ନୂଆ ଯୋଜନା ପ୍ରସ୍ତୁତ କରୁଛନ୍ତି । ୧ ଫେବୃଆରୀରେ ଉପସ୍ଥାପିତ ହେବାକୁ ଥିବା ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Finance Minister Nirmala Sitharaman)ଏହା ଘୋଷଣା କରିପାରନ୍ତି ।

ସୂଚନା ଅନୁଯାୟୀ, ଯୋଜନା କାର୍ଯ୍ୟରେ ଜଡିତ ଅଧିକାରୀମାନେ କହିଛନ୍ତି ଯେ, ବେକାର ଏବଂ ଚାକିରୀ ହରାଇଥିବା ଗରିବ ଲୋକମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇବା ପାଇଁ ଏକ ନୂତନ ଚିନ୍ତାଧାରା ନିଆଯାଉଛି । ଯଦି ସବୁକିଛି ଠିକ ରହେ, ତେବେ ପିଏମ କିସାନ ଯୋଜନା (pm kisan yojana)ପରି, ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ସିଧାସଳଖ ପଠାଯିବ । ତେବେ ଏପର୍ଯ୍ୟନ୍ତ ରାଜ୍ୟମାନଙ୍କ ସହ ଏହା ଆଲୋଚନା ହୋଇ ନାହିଁ ଏବଂ ସେମାନଙ୍କ ସମ୍ମତି ପରେ ବଜେଟରେ ଏକ ଘୋଷଣା କରାଯିବ । ଏହାର ଲାଭ ଗ୍ରାମାଞ୍ଚଳମାନଙ୍କର ଗରିବ ଶ୍ରେଣୀର ଲୋକମାନେ, ପ୍ରବାସୀ ଶ୍ରମିକ, କୃଷି ଶ୍ରମିକ ଏବଂ ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କୁ ହିଁ ଦିଆଯିବ ।

କହିବାକୁ ଗଲେ, କୋରୋନା (Corona)ମହାମାରୀ ଯୋଗୁଁ ଲକ୍ଷ ଲକ୍ଷ ଲୋକ ବେକାର ହୋଇପଡିଛନ୍ତି ଏବଂ ସେମାନଙ୍କ ଉପରେ ସ୍ୱାସ୍ଥ୍ୟ ସେବାର ମୂଲ୍ୟ ମଧ୍ୟ ବଢୁଛି । ଏହି ସଙ୍କଟକୁ ହ୍ରାସ କରିବା ପାଇଁ ଏହି ନୂତନ ଯୋଜନା ପ୍ରସ୍ତୁତ କରାଯାଉଛି ।

ଇ-ଶ୍ରାମ ପୋର୍ଟାଲ(E-Shram portal)ରୁ ସଂଗ୍ରହ କରାଯିବ ଡାଟା,ଜାଣନ୍ତୁ...

ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ସରକାର ଇ-ଶ୍ରାମ ପୋର୍ଟାଲରୁ (E-Shram portal) ହିତାଧିକାରୀମାନଙ୍କ ଡାଟା ସଂଗ୍ରହ କରିବେ । 23 କୋଟିରୁ ଅଧିକ ଅସଂଗଠିତ ତଥା ପ୍ରବାସୀ ଶ୍ରମିକ ଅଗଷ୍ଟ ୨୦୨୧ ରେ ଆରମ୍ଭ ହୋଇଥିବା ଏହି ପୋର୍ଟାଲରେ ନିଜକୁ ପଞ୍ଜୀକୃତ କରିଛନ୍ତି । ସରକାର ସେମାନଙ୍କର ଆଧାର, ମୋବାଇଲ୍ ନମ୍ବର ଏବଂ ବ୍ୟାଙ୍କ ଆକାଉଣ୍ଟ୍ ବିବରଣୀ ସହିତ ଇ-ଶ୍ରାମ କାର୍ଡ (e-shram card)ମଧ୍ୟ ଦେଇଛନ୍ତି । ଏହି ପଞ୍ଜୀକରଣ ଆଧାରରେ ନୂତନ ଯୋଜନାର ପରିସର ପ୍ରସ୍ତୁତ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ରାଜ୍ୟଗୁଡିକ ମଧ୍ୟ ମିଳିବ ଏହି ଦାୟିତ୍ୱ,ଜାଣନ୍ତୁ...

ଏହି ଯୋଜନାକୁ ସଠିକ୍ ରୂପେ କାର୍ଯ୍ୟକାରୀ କରିବା ଏବଂ ପ୍ରକୃତ ହିତାଧିକାରୀମାନଙ୍କୁ ଚିହ୍ନଟ କରିବାର ଦାୟିତ୍ୱ ରାଜ୍ୟମାନଙ୍କୁ ଦିଆଯିବ । ଏହି ଯୋଜନାରେ ନିବେଶ ହେବାକୁ ଥିବା ପାଣ୍ଠିରେ ସେମାନଙ୍କର ଅଂଶ ମଧ୍ୟ ସ୍ଥିର କରାଯାଇପାରେ । ମହାମାରୀ ସମୟରେ ଆର୍ଥିକ ସହାୟତା ଯୋଗାଇବା ପାଇଁ କେନ୍ଦ୍ର (Central government) ଓ ରାଜ୍ୟ ସରକାର (State government) କମ୍ ସୁଧହାରରେ ଋଣ ସମେତ ଅନେକ ରିଲିଫ୍ ଦେଇଛନ୍ତି ।

ମୋଦି ସରକାର ଦେଉଛନ୍ତି ୧୦ ହଜାର ଟଙ୍କା ; ଘରେ ବସି ଉଠାନ୍ତୁ ଏହାର ଫାଇଦା

PM svanidhi Scheme: ମାର୍ଚ୍ଚ ପୂର୍ବରୁ କରି ନିଅନ୍ତୁ ଏହି କାମ, ସିଧା ଖାତାକୁ ଆସିବ ୧୦,୦୦୦ ଟଙ୍କା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments