1. କୃଷି ଖବର

Budget 2023: ଜାଣନ୍ତୁ କ’ଣ ହେଲା ଶସ୍ତା, କ’ଣ ମହଙ୍ଗା…

Tanushree Mahapatra
Tanushree Mahapatra

ସଂସଦରେ ବଜେଟ ଉପସ୍ଥାପନା ( budjet 2023 ) କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ  । ସରକାରଙ୍କ ସଫଳତାକୁ ସଂସଦରେ ରଖୁଛନ୍ତି ଅର୍ଥମନ୍ତ୍ରୀ  । କୋଭିଡ ମହାମାରୀ ଯୋଗୁଁ ଅର୍ଥନିତୀ ପ୍ରଭାବିତ ହୋଇଛି  ।  ସଂସଦରେ ଉପସ୍ଥାପିତ ହୋଇଛି ବଜେଟ୍ ୨୦୨୩-୨୪। ବଜେଟ୍ ଉପସ୍ଥାପନ ସହ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆୟକର ସୀମାରେ ପରିବର୍ତ୍ତନ ନେଇ ଘୋଷଣା କରିଛନ୍ତି। ନିର୍ମଳାଙ୍କ ଘୋଷଣା ଅନେକ ଘୋଷଣା ଏବେ ଦରଦାମ୍ ଉପରେ ପ୍ରଭାବ ପକାଇବ। ଆସନ୍ତୁ ଜାଣିବା କେଉଁ ଜିନିଷ ଶସ୍ତା ହେବ, ଆଉ କଣ ମହଙ୍ଗା ।

ବଦଳିଲା ଦେଶର ଆୟକର ସୀମା  ।  ୦ରୁ ୩ ଲକ୍ଷ ପର୍ଯ୍ୟନ୍ତ ଶୂନ ପ୍ରତିଶତ ଆୟକର  । ଅର୍ଥାତ ୩ ଲକ୍ଷ ପର୍ଯ୍ୟନ୍ତ କାରବାର କଲେ ଦେବାକୁ ପଡିବ ନାହିଁ କୌଣସି ଆୟକର ବା ଟ୍ୟାକ୍ସ  । ୩ ଲକ୍ଷ ପରେ ଦେବାକୁ ପଡିବ ଟ୍ୟାକ୍ସ  । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା ମୁତାବକ  ୩ରୁ ୬ ଲକ୍ଷ ପର୍ଯ୍ୟନ୍ତ ଆୟକର ୫ ପ୍ରତିଶତ ବୃଦ୍ଧି ଘଟିଛି  । ସେହିପରି ୬ରୁ ୯ ଲକ୍ଷ ପର୍ଯ୍ୟନ୍ତ ଆୟକର ୧୦ ପ୍ରତିଶତ ରହିଛି  । ୯ରୁ ୧୨ ଲକ୍ଷ ପର୍ଯ୍ୟନ୍ତ ୧୫ ପ୍ରତିଶତ ଆୟକର ରହିଛି  । ୧୨ରୁ ୧୫ ଲକ୍ଷ ପର୍ଯ୍ୟନ୍ତ ଆୟକର ୨୦ ପ୍ରତିଶତ ରହିଥିବାବେଳେ ୧୫ରୁ ଅଧିକ ପର୍ଯ୍ୟନ୍ତ କାରବାର ହେଲେ ୩୦ ପ୍ରତିଶତ ଆୟକର ଦେବାକୁ ପଡିବ ବୋଲି ଘୋଷଣା କରଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ  । ସେହିପରି ଆୟକର ସ୍ଲାବ ସୀମା ବୃଦ୍ଧି ଘୋଷଣା କରିଛନ୍ତି ଅର୍ଥ ମନ୍ତ୍ରୀ   । ଆୟକର ସ୍ଲାବ ସୀମା ୫ ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି ହୋଇଛି  ।

ଶସ୍ତା ସାମଗ୍ରୀ-

ଏଲଇଡି ଟିଭି

ମୋବାଇଲ ଫୋନ୍

ଖେଳଣା

କ୍ୟାମେରା ଲେନ୍ସ୍ର

ହୀରା ସାମଗ୍ରୀ

ବାୟୋଗ୍ୟାସ ଜନିତ ସାମଗ୍ରୀ

ଲିଥିୟମ୍ ସେଲ୍ସ

ଇଲେକ୍ଟ୍ରିକ ଗାଡି

ସାଇକେଲ

ବାୟୋଗ୍ୟାସ ସହ ଜଡିତ ସାମଗ୍ରୀ

ମହଙ୍ଗା ସାମଗ୍ରୀ-

ସିଗାରେଟ୍

ବିଦେଶୀ କିଚେନ ଚିମନି

ସୁନା, ଚାନ୍ଦୀ ଏବଂ ପ୍ଲାଣ୍ଟିନମ୍

ଛତା

ରବର

ଲୋକସଭାରେ ବଜେଟ୍‌ ଉଦ୍‌ବୋଧନ ଆରମ୍ଭ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

Latest feeds

More News