News

Budget 2024: ଖୋଲିବ ନିର୍ମଳା ପେଡ଼ି, ମିଳିବ ଉପହାର!

ଆଜି ଉପସ୍ଥାପନ ହେବ ଦେଶର ଅନ୍ତରୀଣ ବଜେଟ୍ । ଯାହାକୁ ନେଇ ସାରା ଦେଶବାସୀଙ୍କ ନଜର ଏହି ବଜେଟ ଉପରେ । ଏଣିକି ବଜେଟରେ ସବୁ ବର୍ଗଙ୍କୁ ଖୁସି କରିବାକୁ କେନ୍ଦ୍ର ସରକାର ଉଦ୍ୟମ କରିପାରନ୍ତି । ବିଶେଷ କରି ମହିଳା ଏବଂ ମଧ୍ୟମ ବର୍ଗଙ୍କୁ ଖୁସି କରିବେ ବୋଲି କିଛି ଆଶା ରହିଛି ।

01 February, 2024 1:52 PM IST By: Sudesna Nayak

ଆଜି ଗୁରୁବାର (Thursday)ଉପସ୍ଥାପନ ହେବ ଦେଶର ଅନ୍ତରୀଣ ବଜେଟ୍ । ଯାହାକୁ ନେଇ ସାରା ଦେଶବାସୀଙ୍କ ନଜର ଏହି ବଜେଟ (Budget)ଉପରେ । ଏଣିକି ବଜେଟରେ ସବୁ ବର୍ଗଙ୍କୁ ଖୁସି କରିବାକୁ କେନ୍ଦ୍ର ସରକାର ଉଦ୍ୟମ କରିପାରନ୍ତି । ବିଶେଷ କରି ମହିଳା ଏବଂ ମଧ୍ୟମ ବର୍ଗଙ୍କୁ ଖୁସି କରିବେ ବୋଲି କିଛି ଆଶା ରହିଛି । ଏହାଛଡା ବଜେଟରେ ଚାଷୀ (farmer), ଷ୍ଟାର୍ଟଅପ୍ ଉଦ୍ୟୋଗୀ,ଶ୍ରମିକଙ୍କ ପାଇଁ କିଛି ଉପହାର ବଜେଟ (Budget)ରେ ମିଳିବାର ସମ୍ଭାବନା ରହିଛି।

ସୂଚନା ଥାଉ ଯେ, ଆଗକୁ ନିର୍ବାଚନ ଥିବାରୁ ଆଜି ଗୁରୁବାର (Thursday)ର ଏହି ବଜେଟ୍ ଉପରେ ରହିବ ସମସ୍ତଙ୍କ ନଜର । ଅନ୍ତରୀଣ ବଜେଟ (Budget)ରେ ଆଗାମୀ କିଛି ମାସ ପାଇଁ ଖର୍ଚ୍ଚ ହୋଇଥାଏ, ଯାହାର ମଞ୍ଜୁରୀ ସଂସଦରୁ ନିଆଯାଏ ।

ବଜେଟ (Budget) ଶିକ୍ଷା, ସ୍ବାସ୍ଥ୍ୟ ଓ କୃଷି ଭଳି କ୍ଷେତ୍ରକୁ ପ୍ରାଥମିକତା ପ୍ରଦାନ କରାଯିବାର ମଧ୍ୟ ସମ୍ଭାବନା ରହିଛି । ଏଥିସହିତ ଏହା ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ଏହାର ଶେଷ ବଜେଟ୍ । ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Nirmala Sitharaman) ସ୍ପଷ୍ଟ କରିଥିଲେ ଯେ ,ବଜେଟ (Budget)ରେ କୌଣସି ଆଖିଦୃଶିଆ ଭଳି ବଡ ଘୋଷଣା ହେବନାହିଁ ।

ପ୍ରକାଶ ଥାଉ ଯେ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Nirmala Sitharaman) ପୁରା ଆର୍ଥିକ ବର୍ଷ ବଦଳରେ ମାତ୍ର କିଛି ମାସ ପାଇଁ ବଜେଟ୍ ଉପସ୍ଥାପନ କରିବେ, ଯାହାକୁ ଅନ୍ତରୀଣ ବଜେଟ ବା କାମଚଳା ବଜେଟ ବୋଲି ମଧ୍ୟ କୁହାଯାଏ ।

Budget 2022: କପଡ଼ା ଓ ଜୋତା ସହ ଶସ୍ତା ହେଲା ଏହି ଜିନିଷ; ଜାଣନ୍ତୁ କେଉଁଥିରେ ବଢ଼ିଲା ରେଟ୍ ?

Budget 2023: ଏଥରର ବଜେଟ ଆକଳନ, ଜାଣନ୍ତୁ ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)