1. କୃଷି ଖବର

ବ୍ରାଜିଲରୁ ପୁଣି ଫେରିବେ ଷଣ୍ଢ !!!

ହଁ, ଆପଣ ଠିକ୍ ପଢ଼ିଛନ୍ତି l ମହାରାଷ୍ଟ୍ର ସରକାର ରାଜ୍ୟର ଗୋସମ୍ପଦ ତଥା ଦୁଗ୍ଧ ଉତ୍ପାଦନର ବିକାଶକୁ ଦୃଷ୍ଟିରେ ରଖି ବ୍ରାଜିଲରୁ ଉନ୍ନତ ଗିର୍ ପ୍ରଜାତିର ଷଣ୍ଢ ଆଣିବାକୁ ସମ୍ପୂର୍ଣ୍ଣ ଯୋଜନା କରିଛନ୍ତି l ଇତିହାସ କୁହେ, ଦିନ ଥିଲା ବହୁ ବର୍ଷ ପୂର୍ବେ ଗୁଜୁରାଟର ଭାବନଗରର ମହାରାଜା ଦାନ ସୂତ୍ରରେ ସେଠାକାର ଗିର୍ ଷଣ୍ଢଗୁଡ଼ିକୁ ବ୍ରାଜିଲକୁ ଦାନ ସୂତ୍ରରେ ହସ୍ତାନ୍ତର କରିଥିଲେ l

Sugyan Kumar Nayak
Sugyan Kumar Nayak

ହଁ, ଆପଣ ଠିକ୍ ପଢ଼ିଛନ୍ତି l ମହାରାଷ୍ଟ୍ର ସରକାର ରାଜ୍ୟର ଗୋସମ୍ପଦ ତଥା ଦୁଗ୍ଧ ଉତ୍ପାଦନର ବିକାଶକୁ ଦୃଷ୍ଟିରେ ରଖି  ବ୍ରାଜିଲରୁ ଉନ୍ନତ ଗିର୍ ପ୍ରଜାତିର ଷଣ୍ଢ ଆଣିବାକୁ ସମ୍ପୂର୍ଣ୍ଣ ଯୋଜନା କରିଛନ୍ତି l ଇତିହାସ କୁହେ, ଦିନ ଥିଲା ବହୁ ବର୍ଷ ପୂର୍ବେ ଗୁଜୁରାଟର ଭାବନଗରର ମହାରାଜା ଦାନ ସୂତ୍ରରେ ସେଠାକାର ଗିର୍ ଷଣ୍ଢଗୁଡ଼ିକୁ ବ୍ରାଜିଲକୁ ଦାନ ସୂତ୍ରରେ ହସ୍ତାନ୍ତର କରିଥିଲେ l  ବ୍ରାଜିଲରେ ଏହି ଉନ୍ନତ ପ୍ରଜାତିର ଷଣ୍ଢଗୁଡ଼ିକ ପରିବେଶ ସହିତ ଖାପ ଖୁଆଇ ଉପଯୁକ୍ତ ଭାବରେ ରହିପାରିଲେ l ବ୍ରାଜିଲରେ ଏହି ଷଣ୍ଢଗୁଡ଼ିକର ଉପଯୁକ୍ତ ଯତ୍ନ ନେଇ ସେଠାକାର ଗୋପାଳକମାନେ ଯଥେଷ୍ଟ ଲାଭବାନ ହୋଇପାରୁଛନ୍ତି l କିନ୍ତୁ ଭାରତର ଗୋପାଳକମାନେ ଜର୍ସି ପ୍ରଜାତିର ଗାଈ ପାଳନ କରିବା ପ୍ରତି ଅଧିକ ଆଗ୍ରହ ଦେଖାଇଲେ l ଜର୍ସି ଗାଈ ବିଦେଶୀ ପ୍ରଜାତିର ହୋଇଥିବାରୁ ସେମାନେ ଆଞ୍ଚଳିକ ପରିବେଶରେ ଖାପ ଖୁଆଇବା ବହୁତ କଷ୍ଟକର ହୋଇଥାଏ l

କେତେକ ସମୟରେ ଗୋପାଳକମାନେ ଜର୍ସି ଗାଈ ପାଳନ କରି ବହୁତ କ୍ଷତି ସହିଥିବାର ନଜିର ମଧ୍ୟ ରହିଛି l ଜର୍ସି ଗାଈମାନଙ୍କର ଲାଳନପାଳନ ଏବଂ ରକ୍ଷଣାବେକ୍ଷଣ ଖର୍ଚ୍ଚ ବହୁତ ବେଶୀ ଅଟେ l ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ଉନ୍ନତମାନର ଚାରିଗୋଟି ଗିର୍ ଷଣ୍ଢ ବ୍ରାଜିଲରୁ ଆଣିବାକୁ ଯୋଜନା କରିଛନ୍ତି l ଏହା ସଙ୍ଗେ ସଙ୍ଗେ ବ୍ରାଜିଲରୁ ଏକ ହଜାର ହିମୀକୃତ ଶୁକ୍ର ଡୋଜ୍ ଆସିବ ବୋଲି ମହାରାଷ୍ଟ୍ରର ଦୁଗ୍ଧ ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ସୁନୀଲ ଛତ୍ରପାଲ କେଦାର ସୂଚନା ଦେଇଛନ୍ତି l ବ୍ରାଜିଲରୁ ଗିର୍ ପ୍ରଜାତିର ଷଣ୍ଢ ଆଣିବାରେ ମହାରାଷ୍ଟ୍ର ଭାରତରେ ପ୍ରଥମ ରାଜ୍ୟ ହେବାକୁ ଯାଉଛି l ହିମୀକୃତ ଶୁକ୍ରକୁ ରାଜ୍ୟର ପୁନେ, ନାଗପୁର, ଏବଂ ଔରଙ୍ଗାବାଦରେ ଥିବା ତିନିଗୋଟି ଲ୍ୟାବରେ ରଖାଯିବ l କେନ୍ଦ୍ର ସରକାରଙ୍କ ଅନୁମୋଦନ ଲାଭ କରିବା ପରେ ଏହି ଯୋଜନାକୁ ରାଷ୍ଟ୍ରୀୟ ଗୋକୁଳ ମିଶନ ଅଧୀନରେ ଆରମ୍ଭ କରାଯିବ l

ସାଧାରଣ ଷଣ୍ଢ ତୁଳନାରେ ଗିର୍ ପ୍ରଜାତିର ଷଣ୍ଢଗୁଡ଼ିକର ମୂଲ୍ୟ ଅପେକ୍ଷାକୃତ ଅଧିକ ରହିଥାଏ l ଗୋଟିଏ ଗିର ଷଣ୍ଢର ମୂଲ୍ୟ ୧୫ ଲକ୍ଷ ଟଙ୍କାରୁ ୨୫ ଲକ୍ଷ ଟଙ୍କା ହୋଇଥାଏ l ଭାରତୀୟ ଗିର୍ ପ୍ରଜାତିର ଗାଈ ଦିନକୁ ୬ ରୁ ୮ ଲିଟର ଦୁଗ୍ଧ ଦେଉଥିବା ବେଳେ ବ୍ରାଜିଲର ଗିର୍ ପ୍ରଜାତିର ଗାଈର ଦୈନିକ ୩୫ ରୁ ୪୦ ଲିଟର କ୍ଷୀର ଦେଇଥାଆନ୍ତି l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments