1. କୃଷି ଖବର

BSFରେ ଚାକିରି : ଶୀଘ୍ର କରନ୍ତୁ ଆବେଦନ

ଆପଣମାନେ ଭାରତୀୟ ସେନାରେ ଚାକିରି କରିବାକୁ ହିଁ ଚାହାନ୍ତି କି? ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ବାହାରିଛି ଅନେକ ପଦବୀ ।

Sudesna Nayak
Sudesna Nayak
bumper vacancy for these posts in bsf

bumper vacancy for these posts in bsf

ଆପଣମାନେ ଭାରତୀୟ ସେନାରେ ଚାକିରି କରିବାକୁ ହିଁ ଚାହାନ୍ତି କି? ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ବାହାରିଛି ଅନେକ ପଦବୀ

ସୂଚନା ଅନୁଯାୟୀ, ସୀମା ସୁରକ୍ଷା ବଳ (BSF)କର୍ମଶାଳା ୱିଙ୍ଗ ପାଇଁ SI(ଯାନ ମେକାନିକ୍), SI (ଅଟୋ ଇଲେକ୍ଟ୍ରିସିଆନ୍), SI (ଷ୍ଟୋର୍‌ କିପର), କନଷ୍ଟେବଲ୍ (OTRP), କନଷ୍ଟେବଲ୍ (SKT), କନଷ୍ଟେବଲ୍ (ଫିଟର), କନଷ୍ଟେବଲ୍ (କାର୍ପେଣ୍ଟର),କନଷ୍ଟେବଲ୍ (ୱେଲ୍‌ଡର୍), କନଷ୍ଟେବଲ୍ (ପେଣ୍ଟର୍), କନଷ୍ଟେବଲ୍ (ଆସବାବପତ୍ର) ଏବଂ କନଷ୍ଟେବଲ୍ (ଟର୍ନର) ଆଦି ପଦ ପାଇଁ ହିଁ ଆବେଦନ ଜାରି କରିଛି ।

ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି ସେମାନେ BSF ର ଅଫିସିଆଲ୍ ୱେବ୍‌ସାଇଟ୍ rectt.bsf.gov.in କୁ ଯାଇ ପରିଦର୍ଶନ କରି ଆବେଦନ କରିପାରିବେ। ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।

ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କ୍ https://rectt.bsf.gov.in/ ଉପରେ କ୍ଲିକ୍ କରି ଏହି ପୋଷ୍ଟଗୁଡିକ ପାଇଁ ସିଧାସଳଖ ଆବେଦନ କରିପାରିବେ। ସେହିପରି ଏହି ଲିଙ୍କ୍ ମାଧ୍ୟମରେ http://www.davp.nic.in/WriteReadData/ADS/eng_19110_29_2223b.pdf ଅଫିସିଆଲ୍ ବିଜ୍ଞପ୍ତି ମଧ୍ୟ ଦେଖିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୧୧୦ଟି ପଦବୀ ପୂରଣ ହେବ।

ଗୁରୁତ୍ୱପୂର୍ଣ୍ଣ ତାରିଖ,ଜାଣନ୍ତୁ...

ଆବେଦନ କରିବାର ଶେଷ ତାରିଖ - ଜୁଲାଇ ୧୦

ଖାଲି ପଦବୀ,ଜାଣନ୍ତୁ...

SI (ଯାନ ମେକାନିକ୍) -୧୨
SI (ଅଟୋ ଇଲେକ୍ଟ୍ରିକାଲ୍) - ୪
SI (ଷ୍ଟୋର୍‌କିପର) - ୬
କନଷ୍ଟେବଲ୍ (OTRP) ପୁରୁଷ - ୮
କନଷ୍ଟେବଳ (OTRP) ମହିଳା - ୧
କନଷ୍ଟେବଲ୍ (SKT) ପୁରୁଷ - ୬
କନଷ୍ଟେବଲ୍ (ଫିଟର୍) ପୁରୁଷ - ୬
କନଷ୍ଟେବଲ୍ (ଫିଟର୍) ମହିଳା - ୧
କନଷ୍ଟେବଳ (କାର୍ପେଣ୍ଟର) ପୁରୁଷ - ୪
କନଷ୍ଟେବଲ୍ (ଅଟୋ ଇଲେକ୍ଟ୍) ପୁରୁଷ - ୯
କନଷ୍ଟେବଲ୍ (ଅଟୋ ଇଲେକ୍ଟ୍) ମହିଳା - ୧
କନଷ୍ଟେବଲ୍ (ଯାନ ମେକାନିକ୍) ପୁରୁଷ - ୧୭
କନଷ୍ଟେବଲ୍ (ଯାନ ମେକାନିକ୍) ମହିଳା - ୩
କନଷ୍ଟେବଳ (BSTS) ପୁରୁଷ - ୬
କନଷ୍ଟେବଳ (BSTS) ମହିଳା - ୧
କନଷ୍ଟେବଲ୍ (ୱେଲଡର୍) ପୁରୁଷ - ୧୦
କନଷ୍ଟେବଲ୍ (ୱେଲଡର୍) ମହିଳା - ୧
କନଷ୍ଟେବଲ୍ (ପେଣ୍ଟର) ପୁରୁଷ - ୪
କନଷ୍ଟେବଲ୍ (ଆସବାବପତ୍ର) ପୁରୁଷ - ୫
କନଷ୍ଟେବଲ୍ (ଟର୍ନର) ପୁରୁଷ - ୫

ଯୋଗ୍ୟତା,ଜାଣନ୍ତୁ...

SI - ଅଟୋ ମୋବାଇଲ୍ ଇଞ୍ଜିନିୟରିଂ କିମ୍ବା ମେକାନିକାଲ୍ ଇଞ୍ଜିନିୟରିଂ କିମ୍ବା ଅଟୋ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ସର୍ବନିମ୍ନ ତିନିବର୍ଷର ଡିପ୍ଲୋମା
କନଷ୍ଟେବଳ - ଦଶମ ପାସ୍ ଏବଂ ସମ୍ବନ୍ଧିତ ଟ୍ରେଡ୍‌ରେ ITI ସହିତ - ସର୍ବନିମ୍ନ ତିନି ବର୍ଷର ଅଭିଜ୍ଞତା ଥିବା ଜରୁରୀ ହିଁ ଅଟେ ।

ବୟସ ସୀମା,ଜାଣନ୍ତୁ...

SI – ୩୦ ବର୍ଷ
କନଷ୍ଟେବଳ - ୧୮ ରୁ ୨୫ ବର୍ଷ

ଦରମା,ଜାଣନ୍ତୁ...

SI - ୩୫,୦୦୦ରୁ ୧,୧୨,୪୦୦ / -
କନଷ୍ଟେବଳ – ୨୧,୭୦୦ରୁ ୬୯, ୧୦୦ / -

ବିନା ପରୀକ୍ଷାରେ ସରକାରୀ ଚାକିରି, ତୁରନ୍ତ କରନ୍ତୁ ଆବେଦନ

Job Alert! ଡାକ ବିଭାଗରେ ଚାକିରି; ଜାଣନ୍ତୁ କେମିତି କରିବେ ଆବେଦନ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments