News

ଭୟଙ୍କର ସଡକ ଦୁର୍ଘଟଣାରେ 22 ଛାତ୍ରଛାତ୍ରୀ ଆହତ

ଦୁର୍ଘଟଣାରେ 22 ଛାତ୍ରଛାତ୍ରୀ ଆହତ ହୋଇଥିବା ସୂଚନା ମିଳୁଛି । ସମସ୍ତ ଛାତ୍ର ଛାତ୍ରୀ ଷ୍ଟଡିଟୁର ଭ୍ରମଣରେ ସିଲିଗୁଡିରୁ ଫେରୁଥିବା କୁହାଯାଉଛି ।

28 June, 2022 4:32 PM IST By: Shuvanshu Kar

ସିକ୍କିମର ଗାଙ୍ଗଟକ(Gangtok)ରେ ଭୟଙ୍କର ସଡକ ଦୁର୍ଘଟଣା(Bus accident) । ରାଞ୍ଚିରୁ ସ୍କୁଲ ଛାତ୍ରୀଙ୍କୁ ନେଇ ଯାଉଥିବା ବସ ଦୁର୍ଘଟଣାର ସମ୍ମୁଖୀନ(Bus accident) ହୋଇଛି । ଦୁର୍ଘଟଣାରେ 22 ଛାତ୍ରଛାତ୍ରୀ ଆହତ ହୋଇଥିବା ସୂଚନା ମିଳୁଛି । ସମସ୍ତ ଛାତ୍ର ଛାତ୍ରୀ ଷ୍ଟଡିଟୁର ଭ୍ରମଣରେ ସିଲିଗୁଡିରୁ ଫେରୁଥିବା କୁହାଯାଉଛି ।

ସୂଚନା ଅନୁଯାୟୀ, ରାଞ୍ଚିରେ ଥିବା ସେଣ୍ଟ ଜାଭିୟର୍ କଲେଜରରୁ କିଛି ଛାତ୍ରଛାତ୍ରୀ ସିକ୍କିମକୁ ଏକ ଷ୍ଟଡିଟୁର ଭ୍ରମଣରେ ଆସିଥିଲେ। ଛାତ୍ରମାନଙ୍କୁ ନେଇ 3ଟି ବସ ରାଞ୍ଚିରୁ ଏଠାକୁ ଆସିଥିଲା ​​। ମଙ୍ଗଳବାର ଏହି ବସ ଛାତ୍ରଛାତ୍ରୀଙ୍କୁ ନେଇ ଫେରୁଥିଲା ବେଳେ ଗାଙ୍ଗଟକ ନିକଟ ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଓଲଟିପଡିଛି ।

ଫେସବୁକରେ ଚାକିରି କରିବ ଚାଷୀ ପୁଅ, ଜାଣନ୍ତୁ ମିଳିବ କେତେ ଦରମା

ଜୋମାଟୋକୁ ଜବରଦସ୍ତ ଝଟକା, ଜାଣନ୍ତୁ କଣ ରହିଛି କାରଣ...

ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଆହତ ଛାତ୍ରଛାତ୍ରୀମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ । ସିକ୍କିମରେ ବର୍ତ୍ତମାନ ପ୍ରବଳ ବର୍ଷା ହେଉଛି । ବର୍ଷା ଯୋଗୁଁ ଅନେକ ସ୍ଥାନରେ ଭୂସ୍ଖଳନ ଘଟିଥିବା କୁହାଯାଉଛି ।

ଏହି ଦୁର୍ଘଟଣା ସମ୍ପର୍କରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଟ୍ୱିଟ କରି କହିଛନ୍ତି । ସେଣ୍ଟ ଜାଭିୟର କଲେଜ ଛାତ୍ରଛାତ୍ରୀଙ୍କୁ ଗାଙ୍ଗଟକ ଯାଇଥିବା ଏକ ବସ ଗାଙ୍ଗଟକ ନିକଟ ରାନୀ ପୁଲ ପାଖରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଘଟଣାକୁ ନେଇ ସିକ୍କିମର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ଝାଡଖଣ୍ଡ ସିଏମ । ଛାତ୍ରଛାତ୍ରୀଙ୍କ ଚିକିତ୍ସା ପାଇଁ ହସ୍ପିଟାଲ ସ୍ଥାନାନ୍ତର କରାଯାଉଛି । ପିଲାମାନଙ୍କୁ ଏୟାର ଲିଫ୍ଟ ପାଇଁ ମଧ୍ୟ ପ୍ରସ୍ତୁତ କରିବାକୁ ଆରସିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ, ସ୍ଥାନୀୟ ଅଞ୍ଚଳରେ ପାଗ ଖରାପ ଯୋଗୁଁ ପିଲାମାନଙ୍କୁ ଏୟାରଲିଫ୍ଟ କରିବା ପ୍ରଶାସନ ପାଖରେ ବଡ ଚ୍ୟାଲେଞ୍ଜ ହୋଇପାରେ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)