1. କୃଷି ଖବର

ଜୋମାଟୋକୁ ଜବରଦସ୍ତ ଝଟକା, ଜାଣନ୍ତୁ କଣ ରହିଛି କାରଣ...

ଜୋମାଟୋ ବୋର୍ଡ ଡିଜିଟାଲ୍ ଗ୍ରୋସରୀ କମ୍ପାନୀ ବ୍ଲିଙ୍କିଟ୍ କ୍ରୟକୁ ଅନୁମୋଦନ କରିବା ପରେ କ୍ରମାଗତ କମ୍ପାନୀର ଶେୟାରରେ ତଳକୁ ଖସି ଚାଲିଛି ।

Shuvanshu Kar
Shuvanshu Kar
zomato shares slip 14 after blinkit deal

zomato shares slip 14 after blinkit deal

ଖାଦ୍ୟ ଡେଲିଭରୀ କମ୍ପାନୀ ଜୋମାଟୋ(Zomato)ର ଶେୟାର ଉପରମୁହାଁ ହେବାକୁ ନା ଧରୁନାହିଁ । ଜୋମାଟୋ ବୋର୍ଡ ଡିଜିଟାଲ୍ ଗ୍ରୋସରୀ କମ୍ପାନୀ ବ୍ଲିଙ୍କିଟ୍ କ୍ରୟକୁ ଅନୁମୋଦନ କରିବା ପରେ କ୍ରମାଗତ କମ୍ପାନୀର ଶେୟାରରେ ତଳକୁ ଖସି ଚାଲିଛି । 28 ଜୁନ୍ 2022 ମଙ୍ଗଳବାରର ବାଣିଜ୍ୟ ଅଧିବେଶନରେ ଜୋମାଟୋର ଶେୟାର 7.5 ପ୍ରତିଶତ ହ୍ରାସ ପାଇଛି ।

ସକାଳେ ଜୋମାଟୋର ଶେୟାର 7 ପ୍ରତିଶତରୁ ଅଧିକ ହ୍ରାସ ପାଇ 60.45 ଟଙ୍କା ହୋଇଯାଇଛି । ସୋମବାର ଦିନ ଶେୟାର 6 ପ୍ରତିଶତରୁ ଅଧିକ ହ୍ରାସ ଘଟିଛି । ଅର୍ଥାତ୍, ଦୁଇ ଦିନ ମଧ୍ୟରେ ଶେୟାର 14 ପ୍ରତିଶତରୁ ଅଧିକ ହ୍ରାସ ପାଇଛି । ଜୋମାଟୋର ନିବେଶକମାନେ ଚିନ୍ତା କରୁଛନ୍ତି ଯେ ବ୍ଲିଙ୍କିଟ୍ କିଣିବା ପାଇଁ ଡିଲ୍ ପରେ ଜୋମାଟୋ ଲାଭ କରିବାକୁ ଅଧିକ ସମୟ ନେଇପାରେ । ଜୋମାଟୋ ଶେୟାରରେ ନିବେଶକମାନେ କ୍ରମାଗତ ଭାବରେ ବିକ୍ରୟ କରିବାର ଏହା ହେଉଛି ଏକ କାରଣ ।

ଶେୟାରଗୁଡ଼ିକ ସେମାନଙ୍କ ଉଚ୍ଚ ସ୍ତରରୁ 64 ପ୍ରତିଶତ ହ୍ରାସ ପାଇଛି । 2021ରେ, ଜୋମାଟୋ ଏହାର ଆଇପିଓକୁ ଶେୟାର ପିଛା 76 ଟଙ୍କା ମୂଲ୍ୟରେ ଆଣିଥିଲା । ତା’ପରେ କମ୍ପାନୀ IPO ରେ ନିବେଶ କରିଥିବା ନିବେଶକଙ୍କୁ 122 ପ୍ରତିଶତ ରିଟର୍ଣ୍ଣ ଦେଇଥିଲା । ଏହି ଶେୟାର 169 ଟଙ୍କା ସ୍ତରରେ ପହଞ୍ଚିଛି । ହେଲେ ଏବେ ଶେୟାର ଏହାର ପୂର୍ବ ରେକର୍ଡରୁ 64 ପ୍ରତିଶତ ହ୍ରାସ ସହିତ 61 ଟଙ୍କା ପାଖାପାଖି କାରବାର କରୁଛି ।

ଖାଦ୍ୟ ଡେ଼ଲିଭରି କମ୍ପାନୀ ଜୋମାଟୋ ରେ ଧର୍ମ କୁ ନେଇ ବିବାଦ ..

ଜଙ୍କ ଫୁଡ୍ ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ ...

ଦୁଇ ଦିନ ଧରି ଜୋମାଟୋର ଶେୟାରରେ ଲାଭ ଦେଖାଯାଉଥିଲେ ମଧ୍ୟ ଘରୋଇରୁ ବିଦେଶୀ ନିବେଶକମାନଙ୍କୁ ଜୋମାଟୋ ଶେୟାର କିଣିବାକୁ ପରାମର୍ଶ ଦିଆଯାଉଛି । ଜେଫରିଜ (Jefferies) ଜୋମାଟୋର ଶେୟାର କିଣିବାକୁ ପରାମର୍ଶ ଦେଇଛି । ଜେଫେରୀ ଆକଳନ କରିଛି ଯେ ଜୋମାଟୋର ଶେୟାର 100 ଟଙ୍କା ପର୍ଯ୍ୟନ୍ତ ଯାଇପାରେ । ତାହା ହେଉଛି ବର୍ତ୍ତମାନର ସ୍ତରରୁ 51 ପ୍ରତିଶତ ରିଟର୍ନ ଦେଇପାରେ । ଶେୟାର ବାବଦରେ ଏଡେଲୱାଇସ୍( Edelweiss) ମଧ୍ୟ ସକାରାତ୍ମକ ରହିଛି ।

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments