1. ଅନ୍ୟାନ୍ୟ

ଜଙ୍କ ଫୁଡ୍ ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ ...

Sudesna Nayak
Sudesna Nayak
bad effects of eating junk food daily

bad effects of eating junk food daily

ଆଜିକାଲିର ବଦଳୁଥିବା ଲାଇଫଷ୍ଟାଇଲର କାରଣରୁ ଆମର ଖାଇବା ପିଇବାରେ ମଧ୍ୟ ବହୁତ କିଛି ବଦଳି ଯାଇଛି । ସମୟର ଅଭାବ କାରଣରୁ ଲୋକେ ବହୁତ ଜଙ୍କ ଫୁଡ ଖାଉଥିବା ଦେଖାଯାଉଛି। ଏହା ଖାଇବାକୁ ବହୁତ ସ୍ବାଦିଷ୍ଟ ହୋଇଥିବାବେଳେ କମ ସମୟରେ ହୋଇଥାଏ । କିନ୍ତୁ ଜଙ୍କ ଫୁଡ ଦ୍ବାରା କେତେକ କ୍ଷତି ମଧ୍ୟ ହୋଇଥାଏ । ଏହା ବହୁତ ଅସ୍ବାସ୍ଥ୍ୟକର ହୋଇଥାଏ । ତେଣୁକରି ଭୋକ ହେବା ସମୟରେ  କିଛି ଖାଦ୍ୟ ଠାରୁ ଦୂରତା ରଖିବା ଆବଶ୍ୟକ ଅଟେ । ଏହି ଖାଦ୍ୟ ଗୁଡ଼ିକ ଜଙ୍କ ଫୁଡ ହୋଇପାରେ କିମ୍ବା ସ୍ୱାସ୍ଥ୍ୟଗତ ଖାଦ୍ୟ ମଧ୍ୟ ହୋଇପାରେ । ଯେଉଁ ଲୋକମାନେ ଏଭଳି ଜଙ୍କ ଫୁଡ ପ୍ରତ୍ୟେକ ଦିନ ଖାଇଥାନ୍ତି ସେମାନେ ବହୁ ପ୍ରକାରର ରୋଗରେ ପଡ଼ିପାରନ୍ତି ।

ପ୍ରତିଦିନ ଜଙ୍କ ଫୁଡ ଖାଇବା ଦ୍ବାରା ଶରୀରର ଓଜନ ବଢିବା ସହ ମୁହଁର ସମସ୍ୟା ମଧ୍ୟ ଭୋଗିବାକୁ ପଡିଥାଏ । ଯେଉଁମାନେ ପ୍ରତିଦିନ ଜଙ୍କ ଫୁଡ ସେମାନେ ପିମ୍ପଲ୍ ସମସ୍ୟାରେ ପଡ଼ଥାନ୍ତି ।

 

ତେବେ ଆସନ୍ତୁ ଜାଣିବା କ’ଣ ରହିଛି ପ୍ରତ୍ୟେକ ଦିନ ଜଙ୍କ ଫୁଡ୍ ଖାଇବା ଦ୍ବାରା ହେଉଥିବା କ୍ଷତି ବିଷୟରେ ।

 

ସ୍ମରଣ ଶକ୍ତି କମ ହୋଇଥାଏ -ବଜାରରେ ମିଳୁଥିବା ଜଙ୍କ ଫୁଡରେ ଅପପୁଷ୍ଟି ଖାଦ୍ୟ ମିଳିଥାଏ । ଏହାର ନିୟମିତ ବ୍ୟବହାର ଦ୍ବାରା ଶରୀରରେ କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଭିଟାମିନ୍, ଫସଫରସ୍, ଜିଙ୍କ, ତମ୍ବା, ମାଙ୍ଗାନିଜ୍ ଇତ୍ୟାଦି ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱର ଶରୀରରେ ଅଭାବ ଦେଖାଯାଏ । ଏହି କାରଣରୁ ଏହା ଆମର ଚିନ୍ତା ଶକ୍ତି ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ସ୍ମୃତି ଶକ୍ତି ଦୁର୍ବଳ ହୋଇଯାଏ । ତେଣୁ, ଜଙ୍କ ଫୁଡ୍ ବଦଳରେ ଅଧିକରୁ ଅଧିକ ଫଳ ଏବଂ ପନିପରିବା ଖାଆନ୍ତୁ ।

 

ମୋଟାପଣର ଶିକାର- ଜଙ୍କ ଫୁଡ୍ ଖାଇବା ଦ୍ବାରା ଆପଣ ମୋଟାପଣର ଶିକାର ହୋଇପାରନ୍ତି । ଏହିପରି ପ୍ରକ୍ରିୟାକୃତ ଖାଦ୍ୟରେ କ୍ୟାଲୋରୀ ପରିମାଣ ବହୁତ ଅଧିକ ଥାଏ । ଯାହାଦ୍ବାରା ଓଜନ ବହୁତ ବଢିଥାଏ । ଏଥିରେ ପ୍ରଚୁର ପରିମାଣରେ ଚିନି ଏବଂ ଲୁଣ ଥାଏ । ଯାହା ମଧୁମେହ ଏବଂ ଉଚ୍ଚ ରକ୍ତଚାପ ସୃଷ୍ଟି କରିପାରେ ।

 

ଅସ୍ଥି ଦୁର୍ବଳ ହୋଇପାରେ- ପ୍ରକ୍ରିୟାକୃତ ଖାଦ୍ୟକୁ ସ୍ୱାଦିଷ୍ଟ କରିବା ପାଇଁ ଏଥିରେ ଫସଫେଟ୍ ନାମକ ଏକ ଉପାଦାନ ଥାଏ । ସେଥିପାଇଁ ଏହା ସ୍ୱାଦିଷ୍ଟ ଲାଗିଥାଏ । କିନ୍ତୁ, ଅଧିକ ପରିମାଣର ଫସଫେଟ୍ ହେତୁ ହାଡ ଦୁର୍ବଳ ହୋଇଯାଏ । ଯେଉଁମାନେ ଅଧିକ ଜଙ୍କ ଫୁଡ୍ ଖାଆନ୍ତି ସେମାନେ ମଧ୍ୟ ଗଣ୍ଠି ଯନ୍ତ୍ରଣା ସମସ୍ୟାର ଶିକାର ହୋଇପାରନ୍ତି ।

 

ଗର୍ଭଧାରଣ କ୍ଷମତା ପ୍ରଭାବିତ ହୁଏ- ବହୁତ ପରିମାଣରେ ଜଙ୍କ୍ ଫୁଡ୍ ଖାଇବା ଦ୍ବାରା ଗର୍ଭଧାରଣ କ୍ଷମତା ପ୍ରଭାବିତ ହୋଇଥାଏ । 

 

ହୃଦଘାତ ହେବାର ଆଶଙ୍କା- ଜଙ୍କ ଫୁଡରେ ବହୁ ପରିମାଣରେ ଖରାପ କୋଲେଷ୍ଟ୍ରଲ ମିଳିଥାଏ । ଯାହା ହୃଦଘାତର କାରଣ ହୋଇପାରେ । 

 

 

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments