1. କୃଷି ଖବର

ଖାଦ୍ୟ ଡେ଼ଲିଭରି କମ୍ପାନୀ ଜୋମାଟୋ ରେ ଧର୍ମ କୁ ନେଇ ବିବାଦ ..

ଖାଦ୍ୟ ଡେ଼ଲିଭରି କମ୍ପାନୀ ଜୋମାଟୋ ରେ ଧର୍ମ କୁ ନେଇ ବିବାଦ ..

KJ Staff
KJ Staff

ଅଣ ହିନ୍ଦୁ ରାଇଡର ଖାଦ୍ୟ ଆଣିବାରୁ ଅର୍ଡର କ୍ୟାନ୍ସଲା  କରିଲେ ଗ୍ରାହକ !କହିଲେ ଅଣହିନ୍ଦୁ ହାତରୁ ଖାଇବି ନାହିଁ |ଏହି ଘଟଣା କୁ ନେଇ ଏବେ ଚାଂଚଲ୍ୟ ଖେଳିଯାଇଛି |ଧର୍ମ ,ବର୍ଣ ,ଜାତି ନିର୍ବିଶେଷରେ ଗଢ଼ିଉଠିଥିବା ଦେଶ ଭାରତ ଉପରେ ଲାଗିଛି ଏବେ ପ୍ରଶ୍ନବାଚୀ |

ଗ୍ରାହକ ଖାଦ୍ୟ ର ଅର୍ଡର କ୍ୟାନ୍ସଲା କରିବା ସହ ଟ୍ୱିଟର ରେ ଉପେକ୍ଷାଜନ ଏକ ପୋଷ୍ଟ ଦ୍ୱାରା ଦେଶବ୍ୟାପୀ  ସମସ୍ତଙ୍କ ଦୃଷ୍ଟି ରେ ଆସିଛନ୍ତି |ଅଣ ହିନ୍ଦୁ ବୋଲି କହିବାରୁ ,ଏହି ଘଟଣା କୁ ବେଶ ଗୁରୁତ୍ୱ ଦେଇଛି ମଧ୍ୟ ପ୍ରଦେଶ ର ପୋଲିସ ଏବଂ ଫଳରେ ତାଙ୍କୁ ଏହି ପରି ବିବାଦ  ଜନକ ପୋଷ୍ଟ ଆଗାମୀ ୬ ମାସ ମଧ୍ୟରେ ପୁନ୍ନର୍ବାର କରିଲେ ମାମଲା ରୁଜୁ ହେବ ସାଙ୍ଗରେ ଜେଲ ହେବାର ମଧ୍ୟ ନୋଟିସ ଜାରି କରିଛି |

ଗତ ମଙ୍ଗଳବାର ରାତିରେ ଗ୍ରାହକ ଜଣକ ନିଜ ଟ୍ୱିଟର ମାଧ୍ୟମରେ ପୋଷ୍ଟ କରିଥିଲେ ଯେ" ଜୋମାଟୋ  ଖାଦ୍ୟ ଡେ଼ଲିଭରି କରିବାକୁ ଏକ ଅଣ ହିନ୍ଦୁ ଙ୍କୁ ନିୟୋଜିତ କରିଥିଲା ,ରାଇଡର ପରିବର୍ତନ କରିବାର ଅନୁରୋଧ କରିବାରୁ ସେମାନେ ମାନିଲେ ନାହିଁ ବା ମୋତେ ଟଙ୍କା ଫେରସ୍ତ କରିଲେ ନାହିଁ |ଏଣୁ ମୁ ବାଧ୍ୟ ହୋଇ ଅର୍ଡର କ୍ୟାନ୍ସଲା କରିଥିଲି |"

ଜବଲପୁର ବାସିନ୍ଦା ଅମିତ ଶୁକ୍ଲା ଙ୍କ ର ଏହି ପରି ପୋଷ୍ଟ ଜୋମାଟୋ କମ୍ପାନୀ ତୁରନ୍ତ ପ୍ରତିକ୍ରିୟା ଦେଖାଇଥିଲା ଏବଂ ଧର୍ମ ଉପରେ ଲାଞ୍ଚନ ଲଗାଉଥିବା ଏହି ପୋଷ୍ଟ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିବାକୁ ଅଧିକ ସମୟ ନେଇ ନଥିଲା |ଏହାର ପ୍ରତିକ୍ରିୟା ରେ ଜୋମାଟୋ କମ୍ପାନୀ କହିଥିଲେ ଯେ "ଖାଦ୍ୟ ର କୌଣସି ଧର୍ମ ନଥାଏ ;ଖାଦ୍ୟ ନିଜେ ଏକ ଧର୍ମ "|


ଏହା ପରେ ଜୋମାଟୋ ର ପ୍ରତିଷ୍ଠାତା ଦୀପିନ୍ଦର ଗୋୟଲ କହିଥିଲେ ଯେ ,"ଆମ ଭାରତ କୁ ନେଇ ଗର୍ବିତ ଏବଂ ଏହା ସହ ଜାତି ଧର୍ମ ନିର୍ବିଶେଷ ରେ ଆମ ହୋଟେଲ ଏବଂ ଗ୍ରାହକ ତଥା ଡେ଼ଲିଭରି ମ୍ୟାନ ମାନଙ୍କୁ ମଧ୍ୟ ସମ୍ମାନ କରୁ ;ଏହାକୁ ରକ୍ଷା କରିବାକୁ ଯାଇ ଯଦି କୌଣସି ପ୍ରକାର କ୍ଷେତି ହୁଏ ସେଥିପାଇଁ ଆମେ କ୍ଷମା ପ୍ରାଥନା କରୁଛୁ|
ଜୋମାଟୋର ଏହି ପ୍ରତିକ୍ରିୟା କୁ ଉବର ଇଟ୍ସ ପରି କମ୍ପାନୀ ସମର୍ଥନ କଲା ବେଳେ ଅନ୍ୟ କେତେଜଣ ଜୋମାଟୋ ର "ହଲାଲ ମିଟ" ଟ୍ୟାଗ ଉପରେ ପ୍ରଶ୍ନବାଚୀ ଲଗାଇଛନ୍ତି |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments