
By 2025, 50% youth will be empowered: Dharmendra Pradhan
ଭଏସ୍ ଅଫ୍ ଗ୍ଲୋବାଲ ସାଉଥ ସମ୍ମିଟ”ରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ l ୨୦୨୫ ସୁଦ୍ଧା ଭାରତର ୫୦% ଯୁବବର୍ଗଙ୍କୁ ଧନ୍ଦାମୂଳକ ଶିକ୍ଷାରେ ସଶକ୍ତ କରିବା ଆମର ଲକ୍ଷ୍ୟ- ଧର୍ମେନ୍ଦ୍ର ପ୍ରଧାନ ( Dharmendra pradhan ) l ଗ୍ଲୋବାଲ ସାଉଥ ଦେଶ ଗୁଡିକର ବାର୍ତ୍ତାକୁ ଜି-୨୦ ମଞ୍ଚରେ ଉପସ୍ଥାପନା କରିବାରେ ଭଏସ ଅଫ୍ ଗ୍ଲୋବାଲ ସାଉଥ ସମ୍ମିଟ ଏକ ଭଲ ପ୍ଲାଟଫର୍ମ l ଜାତୀୟ ଶିକ୍ଷା ନୀତିର କାର୍ଯ୍ୟକାରୀ ଓ ଗୁରୁତ୍ୱ ଉପରେ କହିଲେ କେନ୍ଦ୍ରମନ୍ତ୍ରୀ l
ସର୍ବବ୍ୟାପୀ, ସର୍ବସ୍ପର୍ଶୀ, ଗୁଣାତ୍ମକ, ସୁଲଭ ଏବଂ ଉତ୍ତରଦାୟିତ୍ୱ ଉପରେ ଜାତୀୟ ଶିକ୍ଷା ନୀତି ପର୍ଯ୍ୟବେସିତ l ସମ୍ପୂର୍ଣ୍ଣ ମାନବ ସାମର୍ଥ୍ୟ ହାସଲ କରିବା ହିଁ ଶିକ୍ଷାର ମୂଳ ଆଧାର l ଜାତୀୟ ଶିକ୍ଷା ନୀତି ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣିବା l ଆମ ଯୁବପିଢିଙ୍କୁ ବୈଶ୍ୱିକ ନାଗରିକ ଭାବରେ ବିକଶିତ କରିବା ଆମର ଲକ୍ଷ୍ୟ l ପିଏମ ଇବିଦ୍ୟା ପଦକ୍ଷେପସ୍ୱରୂପ ଦୀକ୍ଷା, ଇ-ପାଠଶାଳା, ସ୍ୱୟଂ ପ୍ରଭା ଟିଭି ଏବଂ ୨୬୦ରୁ ଅଧିକ ଟିଭି ଚ୍ୟାନେଲର ବ୍ୟବସ୍ଥା କରାଯାଇଛି l
ମାତୃଭାଷାରେ ଶିକ୍ଷା ଆହରଣ ଓ ଶିକ୍ଷାଦାନକୁ ବିଶେଷ ମହତ୍ୱ ଦିଆଯାଇଛି l ସ୍କୁଲ ଶିକ୍ଷା ସ୍ତରରେ ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷାକୁ ପ୍ରାଥମିକତା ଦିଆଯାଇଛି l ଜାତୀୟ ଡିଜିଟାଲ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏକ ବଡ ପରିବର୍ତ୍ତନ ଆଣିବ l ବିଦେଶର ଉଚ୍ଚ ଶିକ୍ଷାନୁଷ୍ଠାନ ସହ ମିଶି ଛାତ୍ରଛାତ୍ରୀଙ୍କୁ ଡୁଆଲ ଡିଗ୍ରୀ ପ୍ରଦାନ କରାଯାଉଛି l ୨୦୨୫ ସୁଦ୍ଧା ଭାରତର ୫୦ ପ୍ରତିଶତ ଯୁବବର୍ଗଙ୍କୁ ଧନ୍ଦାମୂଳକ ଶିକ୍ଷାରେ ସଶକ୍ତ କରାଯିବାର ଲକ୍ଷ୍ୟ ରଖାଯାଇଛି ଏବଂ ସ୍କୁଲ, ଦକ୍ଷତା ଓ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ନ୍ୟାସନାଲ କ୍ରେଡିଟ୍ ଫ୍ରେମଓ୍ୱାର୍କ(ଏନସିଏଫ୍) ବିକଶିତ କରାଯାଇଛି ବୋଲି ଶୁକ୍ରବାର “ଭଏସ ଅଫ୍ ଗ୍ଲୋବାଲ ସାଉଥ ସମ୍ମିଟ”ରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଯେତେବେଳେ ଭାରତ ଜି୨୦ର ଅଧ୍ୟକ୍ଷତା କରୁଛି, ସେହି ସମୟରେ “ଭଏସ ଅଫ୍ ଗ୍ଲୋବାଲ ସାଉଥ ସମ୍ମିଟ” ନୂଆ ଆଇଡିଆ ଏବଂ ଗ୍ଲୋବାଲ ସାଉଥ ଦେଶ ଗୁଡିକର ବାର୍ତ୍ତାକୁ ଜି-୨୦ ମଞ୍ଚରେ ଉପସ୍ଥାପନା କରିପାରିବାର ଏକ ଭଲ ପ୍ଲାଟଫର୍ମ । ଜି-୨୦ ସମ୍ମିଳନୀର କଥାବସ୍ତୁ ରହିଛି ‘ଗୋଟିଏ ପୃଥିବୀ, ଗୋଟିଏ ପରିବାର ଏବଂ ଗୋଟିଏ ଭବିଷ୍ୟତ’, ଯାହା ଭାରତୀୟ ବିଚାର ଏବଂ ମୂଲ୍ୟବୋଧ “ବସୁଧୈବ କୁଟୁମ୍ବକମ” ଉପରେ ଆଧାରିତ । ଜି୨୦ ଶିକ୍ଷା କାର୍ଯ୍ୟକାରୀ ଗ୍ରୁପରେ ପୌଢ ଶିକ୍ଷା, ଗଣନା, ପ୍ରଯୁକ୍ତିବିଦ୍ୟା ଆଧାରିତ ଶିକ୍ଷା ଆହରଣ, ଭବିଷ୍ୟତର କାର୍ଯ୍ୟ ପରିପ୍ରେକ୍ଷୀରେ ଜୀବନବ୍ୟାପୀ ଶିକ୍ଷା ଆରହଣ, ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଉଦ୍ଭାବନ ଓ ଗବେଷଣା ଉପରେ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି । ମାନବ ସମ୍ବଳ ବିକାଶ, ଦକ୍ଷତା ବୃଦ୍ଧି, ଭବିଷ୍ୟତ ପାଇଁ ଦକ୍ଷ ମାନବ ସମ୍ବଳ, ଧନ୍ଦାମୂଳକ ଶିକ୍ଷାକୁ ଅଧିକ ସୁଦୃଢ଼ କରିବା ପାଇଁ ଅଂଶଗ୍ରହଣ କରୁଥିବା ଦେଶ ଗୁଡିକର ପ୍ରଚଳିତ ସର୍ବୋତ୍ତମ ଯୋଜନା ଗୁଡିକ ଉପରେ ଆଲୋଚନା କରାଯିବ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କ କଥାକୁ ଦୋହରାଇ କହିଛନ୍ତି ଯେ ଯେ ଗ୍ଲୋବାଲ ସାଉଥର ଦେଶ ଭାବରେ ବିଭିନ୍ନ ରାଷ୍ଟ୍ର ଗୁଡିକ ସାମ୍ନା କରୁଥିବା ଆହ୍ୱାନର ସମାଧାନର ସୂତ୍ର ବାହାର କରିବା ସହ ମାନବ କ୍ଷମତା ଗଠନ ଉପରେ ହିଁ ସମାଧାନର ରାସ୍ତା ବାହାର କରିବା । ସମ୍ପୂର୍ଣ୍ଣ ମାନବ ସାମର୍ଥ୍ୟ ହାସଲ କରିବା ହିଁ ଶିକ୍ଷାର ମୂଳ ଆଧାର । ଏକବିଂଶ ଶତାବ୍ଦୀରେ ଆବଶ୍ୟକ ଜ୍ଞାନ ଏବଂ ସାମର୍ଥ୍ୟ ମାଧ୍ୟମରେ ସଫଳତାକୁ ସୁନିଶ୍ଚିତ କରିବା ପାଇଁ ଆମ ଜନସାଧାରଣଙ୍କ ଦକ୍ଷତା ବିକାଶ ଓ ଶିକ୍ଷା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ । ବିଶ୍ୱର ସବୁଠୁ ଅଧିକ ଯୁବବର୍ଗ ଭାରତରେ ଅଛନ୍ତି । ୧୫ ଲକ୍ଷରୁ ଉର୍ଦ୍ଧ୍ୱ ବିଦ୍ୟାଳୟ, ପ୍ରାୟ ୧ ହଜାର ବିଶ୍ୱବିଦ୍ୟାଳୟ ସହ ଭାରତରେ ବିଶ୍ୱର ବିବିଧତା ଶିକ୍ଷା ବ୍ୟବସ୍ଥା ରହିଛି । ଡେମୋଗ୍ରାଫିକ ଡିଭିଡେଣ୍ଡର ସମ୍ପୂର୍ଣ୍ଣ ସାମର୍ଥ୍ୟ ହାସଲ କରିବା ପାଇଁ ବହୁ ଆକାଂକ୍ଷୀତ ଜାତୀୟ ଶିକ୍ଷାନୀତି ୨୦୨୦କୁ କାର୍ଯ୍ୟକାରୀ କରାଯାଉଛି , ଯାହା ଦ୍ୱାରା ଆମ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଅଣାଯାଉଛି ।
ସ୍କିଲ୍ ଲ୍ୟାବ୍ ଏବଂ ଶିଳ୍ପ ଶିକ୍ଷାନୁଷ୍ଠାନ ମଧ୍ୟରେ ସଂଯୋଗୀକରଣ କରାଯାଇ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଧନ୍ଦାମୂଳକ ଶିକ୍ଷା ସହ ଯୋଡାଯାଉଛି । ନିଯୁକ୍ତି କ୍ଷେତ୍ରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କୁ ଶିଳ୍ପ କ୍ଷେତ୍ରରେ ଇଣ୍ଟର୍ଣ୍ଣସିପ୍ ଏବଂ ଆପ୍ରେଣ୍ଟିସିପ୍ ପ୍ରଦାନ କରାଯାଇ ଛାତ୍ରଛାତ୍ରୀଙ୍କୁ ଅଭିଜ୍ଞତା ପ୍ରଦାନ କରିବା ଦିଗରେ ପ୍ରାଧାନ୍ୟ ଦିଆଯାଇଛି । ପିଏମ ଇବିଦ୍ୟା ପଦକ୍ଷେପସ୍ୱରୂପ ଦୀକ୍ଷା, ଇ-ପାଠଶାଳା, ସ୍ୱୟଂ ପ୍ରଭା ଟିଭି ଏବଂ ୨୬୦ରୁ ଅଧିକ ଟିଭି ଚ୍ୟାନେଲର ବ୍ୟବସ୍ଥା କରାଯାଇଛି । ଜାତୀୟ ଡିଜିଟାଲ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଉଛି, ଯାହା ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏକ ବଡ ପରିବର୍ତ୍ତନ ଆଣିବ ।
କ୍ଷାର ଅନ୍ତର୍ଜାତୀୟକରଣ ହେଉଛି ଜାତୀୟ ଶିକ୍ଷା ନୀତିର ମୂଳ ଅଂଶ । ଜାତୀୟ ଶିକ୍ଷା ନୀତି ଭାରତକୁ ଗ୍ଲୋବାଲ ଷ୍ଟଡି ଡେଷ୍ଟିନେସନ ଭାବରେ ପ୍ରୋତ୍ସାହିତ କରୁଛି, ଯାହା ଦ୍ୱାରା ସୁଲଭ ମୂଲ୍ୟରେ ଗୁଣାତ୍ମକ ଶିକ୍ଷାର ଲାଭ ଛାତ୍ରଛାତ୍ରୀମାନେ ପାଇପାରିବେ । ଭାରତରେ ଥିବା ଶିକ୍ଷାନୁଷ୍ଠାନ ବିଦେଶର ଉଚ୍ଚ ଶିକ୍ଷାନୁଷ୍ଠାନ ସହ ମିଶି ଛାତ୍ରଛାତ୍ରୀଙ୍କୁ ଡୁଆଲ ଡିଗ୍ରୀ ପ୍ରଦାନ କରିବା ପାଇଁ ପଦକ୍ଷେପ ନିଆଯାଇଛି । ଆଇଆଇଟି ଭଳି ପ୍ରମୁଖ ଶିକ୍ଷାନୁଷ୍ଠାନ ଗୁଡିକ ବିଦେଶରେ ନିଜ କ୍ୟାମ୍ପସ ଆରମ୍ଭ କରିବା ପାଇଁ ଯାଉଛନ୍ତି । ଏହାବ୍ୟତିତ ଭାରତରେ ବୈଦେଶିକ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ପଦକ୍ଷେପ ନିଆଯାଇଛି । ଗ୍ଲୋବାଲ ସାଉଥ ଦେଶର ସହଭାଗୀତାରେ ଭାରତ ଏକବିଂଶ ଶତାବ୍ଦୀରେ ନିଜ ଦେଶ ଗୁଡିକରେ ସାର୍ବଭୌମିକ ଶିକ୍ଷା ଏବଂ ମାନବ ସମ୍ବଳ ବିକାଶର ଲକ୍ଷ୍ୟକୁ ହାସଲ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।
ଆନ୍ତର୍ଜାତୀୟ ମିଲେଟ୍ ବର୍ଷକୁ ନେଇ କୃଷି ଜାଗରଣର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଲେ ଗଣେଶ ଯୋଶୀ
Share your comments