1. କୃଷି ଖବର

କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଭେଟି, ବଢ଼ିଲା ମହଙ୍ଗା ଭତ୍ତା

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ମୋଦି ସରକାର ଦେଲେ ବଡ ଉପହାର । ଏଥିର ମହଙ୍ଗା ଭତ୍ତା ବା ଡିଏ (DA)୩ ପ୍ରତିଶତ ବୃଦ୍ଧି କରିଛନ୍ତି ମୋଦି ସରକାର ।

Sudesna Nayak
Sudesna Nayak
cabinet approves da hike of central govt employees by 3 percent

cabinet approves da hike of central govt employees by 3 percent

କେନ୍ଦ୍ରୀୟ କର୍ମଚାରୀ (Central Government Employees) ଙ୍କ ପାଇଁ ମୋଦି ସରକାର (Modi Government)ଦେଲେ ବଡ ଉପହାର । ନୂଆ ଆର୍ଥିକ ବର୍ଷ ଆସିବା ପୂର୍ବରୁ କର୍ମଚାରୀଙ୍କ ବଢ଼ିଲା ମହଙ୍ଗା ଭତ୍ତା । ଏଥିର ମହଙ୍ଗା ଭତ୍ତା ବା ଡିଏ (DA)୩ ପ୍ରତିଶତ ବୃଦ୍ଧି କରିଛନ୍ତି ମୋଦି ସରକାର ।

କେନ୍ଦ୍ରୀୟ କର୍ମଚାରୀ (Central Government Employees)ଙ୍କ ୩% DA ବୃଦ୍ଧିକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ପେନସନଭୋଗୀ (Pensioners)ଙ୍କ DR ମଧ୍ୟ ୩% ବୃଦ୍ଧି କରିଛନ୍ତି ସରକାର। ବର୍ଦ୍ଧିତ ୩% DA ଅତିରିକ୍ତ ଇନଷ୍ଟଲମେଣ୍ଟରେ ଦେବାକୁ ନିର୍ଦ୍ଦେଶ ହୋଇଛି। ୨୦୨୨ ଜାନୁଆରୀ ୧ରୁ ପିଛିଲା ଭାବେ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଲାଗୁ ହେବା ପରେ କେନ୍ଦ୍ର କର୍ମଚାରୀ (Central Government Employees)ଏବଂ ପେନ୍‌ସନ୍‌ଭୋଗୀ (Pensioners)ଙ୍କୁ ଏବେ ୩୧% ବଦଳରେ ୩୪% ମହଙ୍ଗା ଭତ୍ତା ମିଳିବ । ଏହି ଘୋଷଣା ପରେ କର୍ମଚାରୀଙ୍କୁ ବର୍ଦ୍ଧିତ ଡିଏ ସହିତ ଜାନୁଆରୀ ଓ ଫେବ୍ରୁଆରୀ ୨୦୨୨ର ବକେୟା ଅର୍ଥ ମଧ୍ୟ ମିଳିବ । ମାର୍ଚ୍ଚ ମାସରେ କେନ୍ଦ୍ର କର୍ମଚାରୀ (Central Government Employees)ଙ୍କୁ ନୂଆ ଦରମା ମିଳିବ । ସରକାରଙ୍କ ଏହି ଘୋଷଣା ଦ୍ୱାରା ଏକ କୋଟିରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ଲାଭବାନ ହେବେ ।

ଏହି ବର୍ଦ୍ଧିତ ନିଷ୍ପତ୍ତି ଦ୍ୱାରା କେନ୍ଦ୍ର ସରକାର (Central Government)ଙ୍କ ଉପରେ ୯,୫୪୪.୫୦ କୋଟି ଟଙ୍କାର ଅତିରିକ୍ତ ବୋଝ ପଡିବ। ଏହାଦ୍ୱାରା ୪୭.୬୮ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଓ ୬୮.୬୨ ପେନସନଭୋଗୀ (Pensioners)ଉପକୃତ ହେବେ ।

ପ୍ରକାଶ ଥାଉ ଯେ, ଗତ ବର୍ଷ ଅକ୍ଟୋବରରେ କେନ୍ଦ୍ର ସରକାର (Central Government)ମହଙ୍ଗା ଭତ୍ତା ୨୮%ରୁ ୩୧% ବୃଦ୍ଧି କରିଥିଲେ। ଏହାପୂର୍ବରୁ ସେହିବର୍ଷ ଜୁଲାଇରେ ମହଙ୍ଗା ଭତ୍ତା ୧୭%ରୁ ୨୮%କୁ ବଢ଼ିଥିଲା । ପ୍ରଥମ ଥର ପାଇଁ ଗୋଟିଏ ବର୍ଷରେ କେନ୍ଦ୍ରୀୟ କର୍ମଚାରୀଙ୍କ DA ଦୁଇଥର ବଢ଼ାଇଥିଲେ ସରକାର ।

କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଭେଟି; ୩% ବଢ଼ିଲା ମହଙ୍ଗା ଭତ୍ତା,ଜାଣନ୍ତୁ...

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଜରୁରୀ ଖବର! ମାର୍ଚ୍ଚ ଶେଷ ସୁଦ୍ଧା କରିନିଅନ୍ତୁ ଏହି କାମ; ମିଳିବ ୪,୫୦୦ ଟଙ୍କା

 

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments