1. କୃଷି ଖବର

ଖରିଫ ଫସଲର MSP ବୃଦ୍ଧିକୁ କ୍ୟାବିନେଟ୍ ମଞ୍ଜୁରି

ଉତ୍ପାଦନ ଖର୍ଚ୍ଚରେ ଫସଲ ଅମଳ ପାଇଁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କରାଯାଉଥିବା ସବୁ ବ୍ୟୟ ସାମିଲ ରହିଛି ।

Tanushree Mahapatra
Tanushree Mahapatra
Cabinet approves MSP for Kharif Crops, image source - pexels

Cabinet approves MSP for Kharif Crops, image source - pexels

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୨୦୨୪-୨୫ ବିପଣନ ଋତୁ ପାଇଁ ସମସ୍ତ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧିକୁ ଅନୁମୋଦନ କରାଯାଇଛି ।

କୃଷକମାନଙ୍କୁ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ଲାଭଦାୟକ ମୂଲ୍ୟ ସୁନିଶ୍ଚିତ କରିବା ପାଇଁ ସରକାର ବିପଣନ ଋତୁ ୨୦୨୪-୨୫ ପାଇଁ ଖରିଫ ଫସଲର ଏମଏସପି ବୃଦ୍ଧି କରିଛନ୍ତି । ଗତ ବର୍ଷ ତୁଳନାରେ ତୈଳବୀଜ ଏବଂ ଡାଲି ଜାତୀୟ ଫସଲ ଯଥା କଳା ରାଶି (କ୍ୱିଣ୍ଟାଲ ପିଛା ୯୮୩ ଟଙ୍କା) ଏବଂ ରାଶି (କ୍ବିଣ୍ଟାଲ ପିଛା ୬୩୨/- ଟଙ୍କା) ଏବଂ ହରଡ଼ (କ୍ବିଣ୍ଟାଲ ପିଛା ୫୫୦ ଟଙ୍କା) ପାଇଁ ଏମଏସପିରେ ସର୍ବାଧିକ ନିରପେକ୍ଷ ବୃଦ୍ଧି ସୁପାରିସ କରାଯାଇଛି।

ଉତ୍ପାଦନ ଖର୍ଚ୍ଚରେ ଫସଲ ଅମଳ ପାଇଁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କରାଯାଉଥିବା ସବୁ ବ୍ୟୟ ସାମିଲ ରହିଛି । ଏଥିରେ ଶ୍ରମିକ, ବଳଦ ଶ୍ରମ/ମେସିନ ଶ୍ରମ, ଜମି ଭାଗ ପାଇଁ ଖର୍ଚ୍ଚ, ବିହନ, ସାର, ଖତ, ଜଳସେଚନ ଶୁଳ୍କ, ଉପକରଣ ଏବଂ କୃଷି ଭବନ ଉପଯୋଗ ବାବଦ ଖର୍ଚ୍ଚ, ଚଳନ୍ତି ପୁଞ୍ଜି ଉପରେ ସୁଧ, ପମ୍ପ ସେଟ୍‌ ପରିଚାଳନା ପାଇଁ ଡିଜେଲ/ବିଦ୍ୟୁତ ଖର୍ଚ୍ଚ ଆଦି ସମେତ ଅନ୍ୟାନ୍ୟ ଖର୍ଚ୍ଚ ଏବଂ ପାରିବାରିକ ଶ୍ରମର ଲାଗୁ ମୂଲ୍ୟ ସାମିଲ ରହିଛି । ଧାନ (ଗ୍ରେଡ୍ ଏ), ଜୁଆର (ମାଲଦାଣ୍ଡି) ଏବଂ କପା (ଲଙ୍ଗ ଷ୍ଟେପଲ) ପାଇଁ ଏକ ମୂଲ୍ୟ ତଥ୍ୟ ପୃଥକ ଭାବରେ ସଂକଳିତ କରାଯାଏ ନାହିଁ।

ସର୍ବଭାରତୀୟ ସ୍ତରରେ ଲାଗୁ ହାରାହାରି ଉତ୍ପାଦନ ମୂଲ୍ୟର ଅତି କମରେ ୧.୫ ଗୁଣ ସ୍ତରରେ ଏମଏସପି ନିର୍ଦ୍ଧାରଣ କରିବାକୁ କେନ୍ଦ୍ର ବଜେଟ ୨୦୧୮-୧୯ରେ ଘୋଷଣା କରାଯାଇଥିଲା। ଏହାକୁ ଆଧାର କରି ବିପଣନ ଋତୁ ୨୦୨୪-୨୫ ପାଇଁ ଖରିଫ ଫସଲର ଏମଏସପି ବୃଦ୍ଧି କରାଯାଇଛି। କୃଷକମାନଙ୍କୁ ସେମାନଙ୍କ ଉତ୍ପାଦନ ଖର୍ଚ୍ଚ ଉପରେ ଆଶାନୁରୂପ ଲାଭ ସୀମା ବାଜରା (୭୭%) ଏବଂ ହରଡ଼ (୫୯%) କ୍ଷେତ୍ରରେ ସର୍ବାଧିକ ହେବ ବୋଲି ଆକଳନ କରାଯାଇଛି। ଏହାପଛକୁ ମକା (୫୪%) ଓ ହରଡ଼ (୫୨%)ରୁ ଦ୍ୱିତୀୟ ସର୍ବାଧିକ ଲାଭ ମିଳିବ । ଅବଶିଷ୍ଟ ଫସଲ ପାଇଁ ଚାଷୀଙ୍କୁ ସେମାନଙ୍କ ଉତ୍ପାଦନ ଖର୍ଚ୍ଚ ବାବଦରେ ୫୦ ପ୍ରତିଶତ ମାର୍ଜିନ ମିଳିବ ବୋଲି ଆକଳନ କରାଯାଇଛି l ବିଗତ ବର୍ଷମାନଙ୍କରେ ସରକାର ଡାଲି ଜାତୀୟ ଓ ତୈଳବୀଜ ଏବଂ ପୋଷ-ଶସ୍ୟ/ ଶ୍ରୀ ଅନ୍ନ ଭଳି ଶସ୍ୟ ବ୍ୟତୀତ ଅନ୍ୟ ଫସଲ ଚାଷକୁ ପ୍ରୋତ୍ସାହିତ କରୁଛନ୍ତି।

ଖରିଫ ବିପଣନ ଋତୁ ଅଧୀନରେ ୨୦୦୩-୦୪ରୁ ୨୦୧୩-୧୪ ମଧ୍ୟରେ ୧୪ଟି ଫସଲକୁ ସାମିଲ କରାଯାଇଥିଲା। ଏହି ସମୟ ମଧ୍ୟରେ ଏମଏସପିରେ ସର୍ବନିମ୍ନ ନିରପେକ୍ଷ ବୃଦ୍ଧି ବାଜରା ପାଇଁ କ୍ୱିଣ୍ଟାଲ ପିଛା ୭୪୫/- ଟଙ୍କା ଥିଲା ଏବଂ ମୁଗ ପାଇଁ କ୍ୱିଣ୍ଟାଲ ପିଛା ସର୍ବାଧିକ ନିରପେକ୍ଷ ବୃଦ୍ଧି ୩,୧୩୦/- ଟଙ୍କା ଥିଲା । ଅନ୍ୟପକ୍ଷରେ ୨୦୧୩-୧୪ରୁ ୨୦୨୩-୨୪ ମଧ୍ୟରେ ମକା ପାଇଁ ସର୍ବନିମ୍ନ ଏମଏସପି କୁଇଣ୍ଟାଲ ପିଛା ୭୮୦/- ଟଙ୍କା ଏବଂ କଳା ରାଶି ପାଇଁ କ୍ୱିଣ୍ଟାଲ ପିଛା ସର୍ବାଧିକ ୪,୨୩୪/- ଟଙ୍କା ବୃଦ୍ଧି ହୋଇଥିଲା। ଏହାର ବିବରଣୀ ସଂଲଗ୍ନକ -୧ରେ ରହିଛି।

୨୦୦୪-୦୫ରୁ ୨୦୧୩-୧୪ ମଧ୍ୟରେ ଖରିଫ ବିପଣନ ଋତୁରେ ଅନ୍ତର୍ଭୁକ୍ତ ୧୪ଟି ଫସଲ କ୍ରୟ ପରିମାଣ ୪,୬୭୫.୯୮ ଲକ୍ଷ ମେଟ୍ରିକ୍ ଟନ୍ (ଏଲ୍ଏମଟି) ହୋଇଥିବା ବେଳେ ୨୦୧୪-୧୫ରୁ ୨୦୨୩-୨୪ ମଧ୍ୟରେ ଏହି ଫସଲ କ୍ରୟ ୭,୧୦୮.୬୫ ଲକ୍ଷ ମେଟ୍ରିକ ଟନ୍ ଥିଲା। ବର୍ଷ ପିଛା ବିବରଣୀ ସଂଲଗ୍ନକ-୨ରେ ରହିଛି। ୨୦୨୩-୨୪ ପାଇଁ ଉତ୍ପାଦନର ତୃତୀୟ ଅଗ୍ରୀମ ଆକଳନ ଅନୁଯାୟୀ, ଦେଶରେ ସମୁଦାୟ ଖାଦ୍ୟଶସ୍ୟ ଉତ୍ପାଦନ ୩୨୮୮.୬ ଲକ୍ଷ ମେଟ୍ରିକ୍ ଟନ୍ (ଏଲ୍ଏମଟି) ଏବଂ ତୈଳବୀଜ ଉତ୍ପାଦନ ୩୯୫.୯ ଲକ୍ଷ ଏଲଏମଟି ଛୁଇଁଛି। ୨୦୨୩-୨୪ ରେ ଚାଉଳ, ଡାଲି, ତୈଳବୀଜ ଓ ପୁଷ୍ଟିକର ଖାଦ୍ୟଶସ୍ୟ/ଶ୍ରୀ ଅନ୍ନ ଓ କପାର ଖରିଫ ଉତ୍ପାଦନ ଯଥାକ୍ରମେ ୧୧୪୩.୭ ଏଲଏମଟି, ୬୮.୬ ଏଲଏମଟି, ୨୪୧.୨ ଏଲଏମଟି, ୧୩୦.୩ ଲକ୍ଷ ଏଲଏମଟି ଓ ୩୨୫.୨ ଲକ୍ଷ ଗଣ୍ଠିଲି ହେବ ବୋଲି ଆକଳନ କରାଯାଇଛି।

ଅଧିକ ପଢ଼ନ୍ତୁ

ମଧ୍ୟପ୍ରଦେଶ ଦେୱାସରେ ସମ୍ରିଦ୍ଧ କିସାନ ଉତ୍ସବ ଆୟୋଜିତ

Fish Farming: ମାଛ ଚାଷରେ ରୋଗ ନିରାକରଣ !

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ