
Cabinet approves Pradhan Mantri Awas Yojana-Urban 2.0 Scheme
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆଜି ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳ ୨.୦କୁ ମଞ୍ଜୁର କରିଛି, ଯାହା ଅଧୀନରେ ୫ ବର୍ଷ ମଧ୍ୟରେ ସହରାଞ୍ଚଳରେ ସୁଲଭ ମୂଲ୍ୟରେ ଘର ନିର୍ମାଣ, କ୍ରୟ କିମ୍ବା ଭଡ଼ା ଦେବା ପାଇଁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ପିଆରଆଇ ମାଧ୍ୟମରେ ୧ କୋଟି ସହରାଞ୍ଚଳ ଗରିବ ଓ ମଧ୍ୟବିତ୍ତ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ଏହି ଯୋଜନା ରେ ୨.୩୦ ଲକ୍ଷ କୋଟି ଟଙ୍କାର ସରକାରୀ ସହାୟତା ଯୋଗାଇ ଦିଆଯିବ ।
ସହରାଞ୍ଚଳରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସର୍ବକାଳୀନ ପକ୍କା ଘର ଯୋଗାଇଦେବା ପାଇଁ ପିଏମଏୱାଇ-ୟୁ ହେଉଛି ଭାରତ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଏହା ଏକ ପ୍ରମୁଖ କାର୍ଯ୍ୟକ୍ରମ । ପିଏମଏୱାଇ-ୟୁ ଅଧୀନରେ ୧.୧୮ କୋଟି ଘର ମଞ୍ଜୁର ହୋଇଥିବା ବେଳେ ୮୫.୫ ଲକ୍ଷରୁ ଅଧିକ ଘର ନିର୍ମାଣ କରାଯାଇ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି।
ମାନ୍ୟବର ପ୍ରଧାନମନ୍ତ୍ରୀ ୧୫ ଅଗଷ୍ଟ୨୦୨୩ ରେ ଲାଲକିଲ୍ଲା ପ୍ରାଚୀରରୁ ସ୍ୱାଧୀନତା ଦିବସ ଅଭିଭାଷଣରେ ଘୋଷଣା କରିଥିଲେ ଯେ ଦୁର୍ବଳ ବର୍ଗ ଏବଂ ମଧ୍ୟବିତ୍ତ ପରିବାରମାନଙ୍କୁ ଘର ମାଲିକ ହେବାରେ ସୁବିଧା ପ୍ରଦାନ କରିବା ପାଇଁ ଭାରତ ସରକାର ଆଗାମୀ ବର୍ଷଗୁଡ଼ିକ ପାଇଁ ଏକ ନୂତନ ଯୋଜନା ଆଣିବେ ।
୨୦୨୪ ଜୁନ୍ ୧୦ତାରିଖରେ କେନ୍ଦ୍ର କ୍ୟାବିନେଟ୍ ୩ କୋଟି ଅତିରିକ୍ତ ଗ୍ରାମୀଣ ଓ ସହରାଞ୍ଚଳ ପରିବାରକୁ ଘର ନିର୍ମାଣ ପାଇଁ ସହାୟତା ପ୍ରଦାନ କରିବାକୁ ସଂକଳ୍ପ ନେଇଥିଲା, ଯାହା ଯୋଗ୍ୟ ପରିବାରସଂଖ୍ୟା ବୃଦ୍ଧି ଯୋଗୁଁ ସୃଷ୍ଟି ହୋଇଥିବା ଗୃହ ଆବଶ୍ୟକତାକୁ ପୂରଣ କରିବ । ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ଅନୁଯାୟୀ ପିଏମଏୱାଇ-ୟୁ ୨.୦ରେ ୧୦ ଲକ୍ଷ କୋଟି ଟଙ୍କା ନିବେଶ ସହିତ, ଏକ କୋଟି ପରିବାରର ଆବାସ ଆବଶ୍ୟକତାକୁ ପୂରଣ କରିବ ଏବଂ ପ୍ରତ୍ୟେକ ନାଗରିକ ଯେପରି ଉନ୍ନତ ମାନର ଜୀବନ ଯାପନ କରିବେ ତାହା ସୁନିଶ୍ଚିତ କରିବ ।
ଏହାବ୍ୟତୀତ ବ୍ୟାଙ୍କ / ହାଉସିଂ ଫାଇନାନ୍ସ କମ୍ପାନି ପ୍ରାଥମିକ ଋଣ ପ୍ରଦାନକାରୀ ଅନୁଷ୍ଠାନ ରୁ ସୁଲଭ ଗୃହ ଋଣ ଉପରେ ଋଣ ଗ୍ୟାରେଣ୍ଟିର ଲାଭ ଅର୍ଥନୈତିକ ଦୁର୍ବଳ ବର୍ଗ ନିମ୍ନ ଆୟ ବର୍ଗ ବର୍ଗଙ୍କୁ ସେମାନଙ୍କର ପ୍ରଥମ ଘର ନିର୍ମାଣ / କ୍ରୟ ପାଇଁ ପ୍ରଦାନ କରିବା ପାଇଁ କ୍ରେଡିଟ୍ ରିସ୍କ ଗ୍ୟାରେଣ୍ଟି ଫଣ୍ଡ ଟ୍ରଷ୍ଟ ର କର୍ପସ ପାଣ୍ଠିକୁ ୧,୦୦୦ କୋଟି ଟଙ୍କାରୁ ୩,୦୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। କ୍ରେଡିଟ୍ ରିସ୍କ ଗ୍ୟାରେଣ୍ଟି ପାଣ୍ଠିର ପରିଚାଳନା ନ୍ୟାସନାଲ ହାଉସିଂ ବ୍ୟାଙ୍କ ରୁ ନ୍ୟାସନାଲ କ୍ରେଡିଟ୍ ଗ୍ୟାରେଣ୍ଟି କମ୍ପାନୀ କୁ ହସ୍ତାନ୍ତର କରାଯିବ । କ୍ରେଡିଟ୍ ରିସ୍କ ଗ୍ୟାରେଣ୍ଟି ଫଣ୍ଡ ସ୍କିମ୍ ର ପୁନର୍ଗଠନ କରାଯାଉଛି ଏବଂ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ସଂଶୋଧିତ ମାର୍ଗଦର୍ଶିକା ଜାରି କରାଯିବ।
ସୁଲଭ ଆବାସ ନୀତି
ପିଏମଏୱାଇ-ୟୁ ୨.୦ ଅଧୀନରେ ଲାଭ ପାଇବା ପାଇଁ, ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସରକାରୀ/ବେସରକାରୀ ସଂସ୍ଥାଗୁଡ଼ିକର ସକ୍ରିୟ ଅଂଶଗ୍ରହଣ ସୁନିଶ୍ଚିତ କରିବା ଏବଂ ସୁଲଭ ଗୃହ ନିର୍ମାଣ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ସଂସ୍କାର ଏବଂ ପ୍ରୋତ୍ସାହନ ସମ୍ବଳିତ "ସୁଲଭ ଗୃହ ନିର୍ମାଣ ନୀତି" ପ୍ରସ୍ତୁତ କରିବାକୁ ପଡିବ । 'ସୁଲଭ ଗୃହ ନୀତି'ରେ ଏଭଳି ସଂସ୍କାର ଅନ୍ତର୍ଭୁକ୍ତ ହେବ ଯାହା 'ସୁଲଭ ଗୃହ ନିର୍ମାଣ'ର ସାମର୍ଥ୍ୟରେ ଉନ୍ନତି ଆଣିବ।
ପ୍ରଭାବ:
ପିଏମଏୱାଇ-ୟୁ ୨.୦ ଇଡବ୍ଲ୍ୟୁଏସ୍ / ଏଲଆଇଜି ଏବଂ ଏମଆଇଜି ବର୍ଗର ଗୃହ ସ୍ୱପ୍ନକୁ ସାକାର କରି 'ସମସ୍ତଙ୍କ ପାଇଁ ଗୃହ' ଲକ୍ଷ୍ୟ ହାସଲ କରିବ । ଏହି ଯୋଜନା ବସ୍ତିବାସିନ୍ଦା, ଏସସି/ଏସଟି, ସଂଖ୍ୟାଲଘୁ, ବିଧବା, ଭିନ୍ନକ୍ଷମ ଏବଂ ସମାଜର ଅନ୍ୟାନ୍ୟ ଅବହେଳିତ ବର୍ଗଙ୍କ ଆବଶ୍ୟକତାକୁ ପୂରଣ କରି ଜନସଂଖ୍ୟାର ବିଭିନ୍ନ ବର୍ଗରେ ସମାନତା ସୁନିଶ୍ଚିତ କରିବ । ପିଏମ୍ ସ୍ବନିଧି ଯୋଜନାରେ ଚିହ୍ନଟ ହୋଇଥିବା ରାସ୍ତାକଡ଼ ଦୋକାନୀ ସଫେଇ କର୍ମୀ ଏବଂ ପ୍ରଧାନମନ୍ତ୍ରୀ-ବିଶ୍ୱକର୍ମା ଯୋଜନାରେ ଚିହ୍ନଟ ହୋଇଥିବା ବିଭିନ୍ନ କାରିଗର, ଅଙ୍ଗନବାଡ଼ି କର୍ମୀ, ବିଲ୍ଡିଂ ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ, ବସ୍ତି/ଚାଳଘର ବାସିନ୍ଦା ଓ ପିଏମ୍ଏୱାଇ-ୟୁ-୨.୦ ପରିଚାଳନା ସମୟରେ ଚିହ୍ନଟ ହୋଇଥିବା ଅନ୍ୟାନ୍ୟ ଗୋଷ୍ଠୀ ଉପରେ ବିଶେଷ ଧ୍ୟାନ ଦିଆଯିବ।
ଅଧିକ ପଢ଼ନ୍ତୁ
Share your comments