1. କୃଷି ଖବର

ବାହୁଡ଼ିଲେ ଦାରୁବ୍ରହ୍ମ !ଆଜି ସୁନାବେଶ

ବାହୁଡ଼ିଲେ ଦାରୁବ୍ରହ୍ମ !ଆଜି ସୁନାବେଶ

KJ Staff
KJ Staff

ଶ୍ରୀଗୁଣ୍ଡିଚା ମନ୍ଦିର ଆଡପମଣ୍ଡପ ରୁ ବାହାରି ସିଂହଦ୍ୱାର କୁ ବାହୁଡ଼ିଛନ୍ତି ଦାରୁବ୍ରହ୍ମ |ଭକ୍ତ ଏବଂ ଲକ୍ଷାଧିକ ଶ୍ରଦ୍ଧାଳୁ ଙ୍କ ଗହଣରେ ଏବେ ଶ୍ରୀଜୀୟୁ |ଆଜି ସୁନ୍ଦର ସୁନାବେଶ ରେ ସୁସଜ୍ଜିତ ହେବେ ଜଗନ୍ନାଥ ଙ୍କ ସମେତ ୨ ଭାଇ ଭଉଣୀ |ପ୍ରାୟେ ୭ ଲକ୍ଷ ଲୋକ ଶ୍ରୀଜିଉ ଙ୍କ ବାହୁଡା ଯାତ୍ରା ରେ ସାମିଲ ହୋଇଛନ୍ତି |ମହାବେଦୀ ମୋହତ୍ସବ ଶେଷକରି ରତ୍ନବେଦୀ ଅଭିମୁଖେ ବାଢୁଛନ୍ତି ମହାବାହୁ ରଥ ଉପରେ ବସି ବ୍ରହ୍ମାଣ୍ଡ ଠାକୁର ,କୋଟି କୈବଲ୍ୟ ନିଧି ,ମହାପ୍ରଭୁ ପ୍ରିୟଭକ୍ତାଙ୍କୁ ଦର୍ଶନ ଦେଉଛନ୍ତି |ଶ୍ରୀମନ୍ଦିର ସିଂହଦ୍ୱାର ସମୁଖଛରେ ଜମିଛି ଭକ୍ତଙ୍କ ଭିଡ |

ପରମ୍ପରା ଅନୁଯାୟୀ ରାତିରେ ହରିଶୟନ ନୀତି ସମ୍ପନ ହୋଇଛି|ଶୁକ୍ରବାର ସକାଳ ୬:୩୦ ରେ ଆଡପମଣ୍ଡପ ରେ ମହାପ୍ରଭୁଙ୍କ ମଙ୍ଗଳାଳତି ହୋଇଥିଲା |ଅନ୍ୟାନ୍ୟ ନୀତି ପରେ ଖେଚୁଡ଼ି ଖାଇ ଦାରୁବ୍ରହ୍ମ ୯ ଟା ୧୦ ରେ ପହଣ୍ଡି କରି ରଥ ଉପରେ ବିଜେ କରିଥିଲେ | ନିର୍ଧାରିତ ସମୟରେ ପ୍ରାୟେ ୩ ଘଣ୍ଟା ପୂର୍ବରୁ ରଥଟଣା ଆରମ୍ଭ ହୋଇଥିଲା ଏବଂ ଅପରାହ୍ନ ୫ ଟା ୩୦ ରେ ଶେଷ ହୋଇଥିଲା |

ଶନିବାର ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥ ଉପରେ ପ୍ରଭୁଙ୍କୁ ବଡ଼ତଢାଉ ବା ସୁନା ବେଶ କରାଯିବ |ପ୍ରାୟେ ୧୫ ଲକ୍ଷ ଭକ୍ତ ସମାବେଶ କୁ ଦୃଷ୍ଟି ରେ ରଖି ପ୍ରଶାନସନ ପକ୍ଷରୁ ଆବଶ୍ୟକ ବ୍ୟବସ୍ତା କରାଯାଇଛି |ଶନିବାର ଅପରାହ୍ନ ୪ ଟା ରୁ ୫ ଟା ୩୦ ମଧ୍ୟରେ ଶ୍ରୀଜୀୟୁଙ୍କ ସୁନାବେଶ କରାଯିବ ବୋଲି ମନ୍ଦିର ପ୍ରସନ ପକ୍ଷରୁ ସୂଚନା ମିଳିଛି |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments