ରେଙ୍ଗାଲି : ଲପଙ୍ଗା ସ୍ଥିତ ଆଦିତ୍ୟ ଆଲୁମିନା ପକ୍ଷରୁ ଗତକାଲି ଜାତୀୟ କୃଷକ ଦିବସ ପାଳିତ ହୋଇଯାଇଛି। ୫ମ ପ୍ରଧାନମନ୍ତ୍ରୀ ଛୋଧୁରୀ ଚରଣ ସିଂ ଙ୍କ ଜନ୍ମ ଦିବସକୁ ଜାତୀୟ କୃଷକ ଦିବସ ଭାବରେ ଦେଶବ୍ୟାପି ପାଳନ କରଯାଉଥିବା ପରିପ୍ରେକ୍ଷୀରେ ଆଦିତ୍ୟ ଆଲୁମିୟମ୍ ଆନୁକୂଲ୍ୟରେ ଏହି ଅବସରରେ ଏକ ଶିକ୍ଷଣୀୟ ପରିଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଆନ୍ତଃ ଜିଲ୍ଲାସ୍ତରୀୟ ଏହି କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ କମିଟି ଏବଂ ସ୍ୱୟଂ ସହାୟକ ଗୋଷ୍ଠିର ୩୦ ଜଣ ସଭ୍ୟ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ କୃଷି ଉତ୍ପାଦକ ସଂଘ ସେମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀ ମିଲ୍କ ମନ୍ତ୍ର, ଦୁଗ୍ଧ ସମବାୟ, ଛତୁ ଏବଂ ପନିପରିବା ଚାଷ ସମ୍ପର୍କିତ କ୍ଷେତ୍ର ପରିଦର୍ଶନ କରାଯାଇଥିଲା। ପ୍ରକଳ୍ପ ସମୃଦ୍ଧି ଅନ୍ତର୍ଗତ ଆଗ୍ରୋ ସୋସିଆଲ୍ ଏବଂ ଦେବଦତ୍ତ କ୍ଳବ୍ ଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ହେମନ୍ତକୁମାର ବାର୍ଲା,ଅବିନାଶ ତ୍ରିପାଠି,ବିଜୟମାଝି ମୁଖ୍ୟ ଆଲୋଚକ ଭାବରେ ଯୋଗ ଦେଇଥିଲେ। ଆଦିତ୍ୟ ଆଲୁମିନା ସିଏସ୍ଆର୍ ବିଭାଗ ର ମନୋରଞ୍ଜନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ସଫଳତାର ସହିତ ସମ୍ପନ୍ନ ହୋଇଥିଲା।

Celebrates National Farmer Day
Share your comments