News

Azadi Ka Amrit Mohtsav: ଆସନ୍ତାକାଲି ଦେଶବ୍ୟାପୀ ହେବ ବୃକ୍ଷରୋପଣ

17 ଜୁଲାଇରେ ଭାରତୀୟ ଜାତୀୟ ରାଜମାର୍ଗପ୍ରାଧିକରଣ( NHAI) କରିବ ଦେଶବ୍ୟାପୀ ବୃକ୍ଷରୋପଣ କାର୍ଯ୍ୟକ୍ରମ ପାଳନ ।

16 July, 2022 4:43 PM IST By: Shuvanshu Kar

ସ୍ବାଧିନତାର ଅମୃତ ମହୋତ୍ସବ(Azadi Ka Amrit Mohtsav) ଅନ୍ତର୍ଗତ ଭାରତୀୟ ଜାତୀୟ ରାଜମାର୍ଗପ୍ରାଧିକରଣ( NHAI) 17 ଜୁଲାଇରେ କରିବ ଦେଶବ୍ୟାପୀ ବୃକ୍ଷରୋପଣ କାର୍ଯ୍ୟକ୍ରମ ପାଳନ । ସାରା ଦେଶରେ ଗୋଟିଏ ଦିନରେ ଏକ ଲକ୍ଷ ଚାରା ରୋପଣ କରିବାର ଲକ୍ଷ ରଖାଯାଇଛି ।

ଏନଏଚଏଆଇ(NHAI)ର ଆଞ୍ଚଳିକ କାର୍ଯ୍ୟାଳୟଗୁଡ଼ିକ ବୃକ୍ଷରୋପଣ ପାଇଁ 100 ଟି ସ୍ଥାନର ଚିହ୍ନଟ କରିଛନ୍ତି ଯାହାକି ଜାତୀୟ ରାଜପଥ ପାର୍ଶ୍ବ, ଏନଏଚଏଆଇ ଲ୍ୟାଣ୍ଡ ପାର୍ସଲ୍ ଓ ଟୋଲ୍ ପ୍ଲାଜା ନିକଟରେ ରହିଛି । ଭାରତ ସ୍ବାଧୀନତାର 75 ବର୍ଷ ପାଳନ ଅବସରରେ ଅମୃତ ମହୋତ୍ସବକୁ ସ୍ମରଣୀୟ କରିବା ପାଇଁ ଏନଏଚଏଆଇ 15 ଅଗଷ୍ଟ 2022 ସୁଦ୍ଧା 75 ଲକ୍ଷ ବୃକ୍ଷରୋପଣ କରିବାର ଲକ୍ଷ୍ୟ ରଖିଛି ।

କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ, ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ଏନଏଚଏଆଇର ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଏହା ମାଧ୍ୟମରେ ପରିବେଶ ସୁରକ୍ଷାର ବାର୍ତ୍ତା ପ୍ରଦାନ କରାଯିବ। ଏହି ଅଭିଯାନରେ ଜନ ପ୍ରତିନିଧିଙ୍କ ସମେତ ସାମାଜିକ କର୍ମୀ, ଏନଜିଓ ଓ କଲେଜ୍ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ । ରାଜସ୍ଥାନ, ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ, ଆସାମ, ଆନ୍ଧ୍ର ପ୍ରଦେଶ ରାଜ୍ୟର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଏସଏଚଜି)ଙ୍କୁ ଚାରା ରୋପଣ ଓ ରକ୍ଷଣାବେକ୍ଷଣ ପାଇଁ ମଧ୍ୟ ସାମିଲ୍ କରାଯିବ।


ପରିବେଶ ଉପଯୋଗୀ ଜାତୀୟ ରାଜପଥର ବିକାଶ ପାଇଁ ଏନଏଚଏଆଇ ବୃକ୍ଷରୋପଣ କାର୍ଯ୍ୟକ୍ରମର ଆୟୋଜନ କରୁଛି। ଏହାର ଲକ୍ଷ୍ୟ ହେଉଛି ଜନସାଧାରଣ, ରାଜ୍ୟ ସରକାର ଏଜେନ୍ସି, ଘରୋଇ ବୃକ୍ଷ ରୋପଣ ଏଜେନ୍ସି, ମହିଳା ଏସଏଚଜିଙ୍କୁ ଜାତୀୟ ଗ୍ରାମୀଣ ଜୀବିକା ମିଶନ୍ (ଏସଆରଏଲ୍‌ଏମ୍‌) ଓ ଜଙ୍ଗଲ ଓ ଉଦ୍ୟାନ କୃଷି ବିଶେଷଜ୍ଞଙ୍କ ମାଧ୍ୟମରେ ସାମିଲ୍ କରି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା।

ବୃକ୍ଷମିତ୍ର ଅଭିଯାନ ଆରମ୍ଭ, ଲାଗିବ 3.4 ଲକ୍ଷ ଗଛ

ବିଶ୍ବ ପରିବେଶ ଦିବସ: ମଣିଷ ପାଇଁ ଅଭିଷାପ ପାଲଟିଛି ପ୍ରକୃତି ଆଖିର ଲୁହ