1. କୃଷି ଖବର

କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କୁ ଅବହେଳା କରୁଛନ୍ତି: ଦେବାଶିଷ ପଟ୍ଟନାୟକ

କେନ୍ଦ୍ର ଓ ରାଜ୍ୟ ସରକାର ଓଡ଼ିଶାର ଚାଷୀମାନଙ୍କୁ ଅବହେଳା ପ୍ରଦର୍ଶନ କରୁଛନ୍ତି ବୋଲି ଶ୍ରୀଯୁକ୍ତ ଦେବାଶିଷ ପଟ୍ଟନାୟକ ଦାବି କରିଛନ୍ତି l କଂଗ୍ରେସ ଭବନ‌ରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳୀନରେ ଶ୍ରୀଯୁକ୍ତ ଦେବାଶିଷ

Sugyan Kumar Nayak
Sugyan Kumar Nayak
Odisha Farmers

Odisha Farmers

କେନ୍ଦ୍ର ଓ ରାଜ୍ୟ ସରକାର ଓଡ଼ିଶାର ଚାଷୀମାନଙ୍କୁ ଅବହେଳା ପ୍ରଦର୍ଶନ କରୁଛନ୍ତି ବୋଲି ଶ୍ରୀଯୁକ୍ତ ଦେବାଶିଷ ପଟ୍ଟନାୟକ ଦାବି କରିଛନ୍ତି l କଂଗ୍ରେସ ଭବନ‌ରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳୀନରେ ଶ୍ରୀଯୁକ୍ତ ଦେବାଶିଷ

ପଟ୍ଟନାୟକ  କହିଲେ ଯେ, ରାଜ୍ୟରେ ନବୀନ ସରକାର ସମୟରେରେ ୮ହଜାରରୁ ଅଧିକ ଚାଷୀ ଆତ୍ମହତ୍ୟା କରିଛନ୍ତି, କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଚାପରେ ଜିଲ୍ଲାପାଳମାନେ ରାଜ୍ୟରେ ଜଣେ ହେଲେ ବି ଚାଷୀ ଆତ୍ମହତ୍ୟା କରି ନ ଥିବା ରିପୋର୍ଟ ଦେଇଛନ୍ତି l ସେହିପରି ମୋଦୀ ସରକାର ଚାଷୀଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇ ୩ଟି କଳା କୃଷି ଆଇନ ପ୍ରଣୟନ କରିଛନ୍ତି। କଳା କୃଷି ଆଇନରେ ମୋଦୀଙ୍କ କର୍ପୋରେଟ୍‌ ବନ୍ଧୁମାନେ ଲାଭବାନ ହେବେ ଓ ଚାଷୀ ରସାତଳକୁ ଯିବେ ତାହାର ବ୍ୟବସ୍ଥା ରହିଛି। ତେଣୁ ନବୀନ ଓ ମୋଦୀଙ୍କ ଶାସନରେ ଚାଷୀମାନେ ଉପେକ୍ଷିତ ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି। କଂଗ୍ରେସ ଭବନ‌ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳୀନରେ ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ କହିଲେ, ଦୀର୍ଘ ୨୧ବର୍ଷ ଧରି ନବୀନ ସରକାର ରାଜ୍ୟର ଚାଷୀଙ୍କୁ ପ୍ରତାରିତ କରି ଆସିଛନ୍ତି। ଚାଷୀ ଆତ୍ମହତ୍ୟା ମାନିବାକୁ ରାଜ୍ୟ ସରକାର ନାରାଜ। ଚାଷୀ ଆତ୍ମହତ୍ୟାକୁ ଦୃଷ୍ଟିରେ ରଖି ତତ୍କାଳୀନ ପ୍ରଧାନମନ୍ତ୍ରୀ

ମନ‌ମୋହନ ସିଂ ଚାଷୀଙ୍କ ଉପରୁ ୭୦ହଜାର କୋଟି ଟଙ୍କା ଋଣ ଛାଡ଼ କରିଥିଲେ। ହେଲେ ନବୀନ ସରକାର ଚାଷୀଙ୍କ ଭୋଟକୁ ହାତେଇବା ପାଇଁ ଯେଉଁ ଯୋଜନା କରିଛନ୍ତି କେବଳ ଭୁଆଁ ବୁଲାଇବା ପାଇଁ ଉଦ୍ଦିଷ୍ଟ। ‘କାଳିଆ’ ଯୋଜନାରେ ଅଯୋଗ୍ୟ ହିତାଧିକାରୀ ଯୋଜନାକୁ ହଡ଼ପ କରିଛନ୍ତି। କୃଷି ମନ୍ତ୍ରୀ ୨୦୧୯ ମସିହାରେ ରାଜ୍ୟରେ ୩.୪୧ଲକ୍ଷ ହିତାଧିକାରୀ ଅଯୋଗ୍ୟ ବୋଲି ଦର୍ଶାଇଥିବା ବେଳେ ବିଜେଡି ମୁଖପାତ୍ର ମାତ୍ର ୩୨ହଜାର ଅଯୋଗ୍ୟ ହିତାଧିକାରୀ ରହିଥିବା କହିଥିଲେ। ଏଭଳି ଭାବେ ଲୋକଙ୍କ ଟିକସରେ ‌କାର୍ଯ୍ୟକାରୀ ହେଉଥିବା ଯୋଜନାକୁ ହରିଲୁଟ୍‌ କରାଯାଉଛି। ସେହିପରି ବିଜୁ କୃଷକ କଲ୍ୟାଣ ଯୋଜନାରେ ଟଙ୍କା ପଇଠ ପରେ ବି ଚାଷୀଙ୍କୁ ବୋରୱେଲ ମିଳୁନାହିଁ। ୨୦୦୫/୦୬ରେ ରାଜ୍ୟ ସରକାର ୩୧୪ ବ୍ଲକ୍‌ରେ ୩୫ ପ୍ରତିଶତ ଚାଷଜମିକୁ ଜଳସେଚିତ କରିବା ପାଇଁ ଘୋଷଣା କରିଥିଲେ। ହେଲେ ୨୦୧୯ ସୁଦ୍ଧା ବାକି ୭୨ ବ୍ଲକ୍‌ରେ ୩୫ ପ୍ରତିଶତ ଚାଷଜମିକୁ ଜଳସେଚିତ ହୋଇପାରି ନାହିଁ।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ