1. କୃଷି ଖବର

ସରକାରୀ କର୍ମଚାରୀଙ୍କୁ ରିହାତି ଦେଲେ ସରକାର, ସମସ୍ତଙ୍କୁ ମିଳିବ ଲାଭ

କେନ୍ଦ୍ରର ମୋଦି ସରକାର ସରକାରୀ କର୍ମଚାରୀଙ୍କୁ ବଡ଼ ରିହାତି ପ୍ରଦାନ କରିଛନ୍ତି । ଏନେଇ ସରକାର ତରଫରୁ ଏକ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି ।

Sudesna Nayak
Sudesna Nayak
central government employees can now avail house building advance at reduced rate

central government employees can now avail house building advance at reduced rate

କେନ୍ଦ୍ରର ମୋଦି ସରକାର (Modi Govt) ସରକାରୀ କର୍ମଚାରୀଙ୍କୁ ବଡ଼ ରିହାତି ପ୍ରଦାନ କରିଛନ୍ତି । କର୍ମଚାରୀ (Central Government Employees)ଙ୍କୁ ଘର ତିଆରି ପାଇଁ ବିଲଡିଂ ଆଡଭାନ୍ସ (HBA) ଅର୍ଥାତ ବ୍ୟାଙ୍କରୁ ନିଆଯାଇଥିବା ହୋମ୍ ଲୋନର ସୁଧ ହାର ୭.୯ ପ୍ରତିଶତରୁ ହ୍ରାସ କରି ୭.୧ ପ୍ରତିଶତ କରିଦେଇଛନ୍ତି । ଏନେଇ ସରକାର ତରଫରୁ ଏକ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି ।

ସୂଚନା ଅନୁଯାୟୀ, ସରକାର ଚଳିତ ବର୍ଷ ଏପ୍ରିଲ ୧ରୁ ୨୦୨୩ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କର୍ମଚାରୀଙ୍କୁ ଘର ତିଆରି, ଘର ବା ଫ୍ଲାଟ କିଣିବା ପାଇଁ ବ୍ୟାଙ୍କରୁ ନିଆଯାଇଥିବା ହୋମ୍ ଲୋନ୍ ପରିଶୋଧ ପାଇଁ ଦିଆଯାଉଥିବା ଆଡଭାନ୍ସର ସୁଧ ହାରରେ ୮୦ ବେସିକ ଅର୍ଥାତ ୦.୮ ପ୍ରତିଶତର ହ୍ରାସ କରିଛନ୍ତି । ଅର୍ଥାତ ବର୍ତ୍ତମାନ କେନ୍ଦ୍ର କର୍ମଚାରୀ (Central Government Employees)ଙ୍କ ନିଜ ଘରର ସ୍ୱପ୍ନ ଆହୁରି ସହଜ ହୋଇଯିବ । ଗୃହ ଓ ସହରାଞ୍ଚଳ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରି ସୁଧ ହାରରେ ହ୍ରାସ ସମ୍ପର୍କରେ ସୂଚନା ପ୍ରଦାନ କରିଛି । ସରକାରଙ୍କ ଏହି ଘୋଷଣା ପରେ ମାର୍ଚ୍ଚ ୩୨, ୨୦୨୩ ପର୍ଯ୍ୟନ୍ତ କର୍ମଚାରୀମାନେ ବାର୍ଷିକ ୭.୧ ପ୍ରତିଶତ ହାରରେ ଆଡଭାନ୍ସ ନେଇପାରିବେ, ଯାହା ପୂର୍ବରୁ ୭.୯ ପ୍ରତିଶତ ଥିଲା ।

କହି ରଖୁଛୁ ଯେ, ସରକାରଙ୍କ ଦ୍ୱାରା ଦିଆଯାଇଥିବା ଏହି ବିଶେଷ ସୁବିଧା ଅନୁଯାୟୀ କେନ୍ଦ୍ର କର୍ମଚାରୀ (Central Government Employees)ମାନେ ଦୁଇଟି ଉପାୟରେ ଅର୍ଥାତ୍ ନିଜର ମୂଳ ବେତନ ହିସାବରେ ୩୪ ମାସ ପର୍ଯ୍ୟନ୍ତ କିମ୍ବା ସର୍ବାଧିକ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆଡଭାନ୍ସ ନେଇପାରିବେ । ଆହୁରି ମଧ୍ୟ ଘରର ମୂଲ୍ୟ କିମ୍ବା ଦେୟ ଦେବାର କ୍ଷମତା ଠାରୁ ଯାହା ବି କର୍ମଚାରୀଙ୍କ ପାଇଁ କମ୍ ହେଉଛି ସେତିକି ରାଶି ଆଡଭାନ୍ସ ଭାବରେ ନେଇପାରିବେ ।

ପ୍ରକାଶ ଥାଉ ଯେ, କେନ୍ଦ୍ର ସରକାର (Central Government) ନିଜର କର୍ମଚାରୀମାନଙ୍କୁ ଗୃହ ନିର୍ମାଣ ଆଡଭାନ୍ସ ଦିଅନ୍ତି (House Building Advance) । ଏଥିରେ କର୍ମଚାରୀ ନିଜେ କିମ୍ବା ତାଙ୍କ ପତ୍ନୀଙ୍କ ପ୍ଲାଟରେ ଘର ତିଆରି ପାଇଁ ଆଡଭାନ୍ସ ନେଇପାରିବେ । ଏହି ଯୋଜନା ୧ ଅକ୍ଟୋବର ୨୦୨୦ରୁ ଆରମ୍ଭ ହୋଇଥିଲା ଓ ଏହା ଅନ୍ତର୍ଗତ ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ କେନ୍ଦ୍ର ସରକାର କର୍ମଚାରୀମାନଙ୍କୁ ୭.1 ପ୍ରତିଶତ ସୁଧ ହାରରେ ଗୃହ ନିର୍ମାଣ ଆଡଭାନ୍ସ ପ୍ରଦାନ କରିବେ ।

ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର;୧୩ ପ୍ରତିଶତ ବଢ଼ିବ ମହଙ୍ଗା ଭତ୍ତା, ମିଳିବ ୩ ମାସର ବକେୟା ରାଶି

ସରକାରୀ କର୍ମଚାରୀଙ୍କ ପାଇଁ ଗୁଡନ୍ୟୁଜ; କମିବ ପଦୋନ୍ନତି ଅବଧି

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments