1. କୃଷି ଖବର

Pension New Rule: ଖୁସି ଖବର ; ପେନସନକୁ ନେଇ ସରକାର ଜାରୀ କଲେ ନୂଆ ନିୟମ, ଜାଣନ୍ତୁ କ'ଣ ?

କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଅଛି । ଫ୍ୟାମିଲି ପେନସନ୍ କୁ ନେଇ ସରକାର ଏକ ନୂତନ ନିୟମ ଜାରି କରିଛନ୍ତି ।

Sudesna Nayak
Sudesna Nayak
central government has issued new rules regarding pension it is very important for you to know

central government has issued new rules regarding pension it is very important for you to know

କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କ (Central Government Employees)ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଅଛି । ଫ୍ୟାମିଲି ପେନସନ୍ (Family Pension) କୁ ନେଇ ସରକାର ଏକ ନୂତନ ନିୟମ ଜାରି କରିଛନ୍ତି ।

ସୂଚନା ଅନୁଯାୟୀ, ଜାରି କରାଯାଇଥିବା ନିୟମ ଅନୁଯାୟୀ, ମୃତ ସରକାରୀ କର୍ମଚାରୀ (Deceased Government Employee)ଙ୍କ ଏପରି ସନ୍ତାନ ଯିଏ ମାନସିକ ସ୍ତରରେ ଅକ୍ଷମ ଅଛନ୍ତି, ସେମାନଙ୍କୁ ମଧ୍ୟ ଫ୍ୟାମିଲି ପେନସନର ସୁବିଧା ମିଳିବ । ମାନସିକ ବିକୃତି (Mental Disorder)ର ଶିକାର ହୋଇଥିବା ପିଲାମାନେ ମଧ୍ୟ ପରିବାର ପେନସନ୍ ପାଇବାକୁ ହକଦାର ଅଟନ୍ତି ।

ଆହୁରି ସୂଚନାଯୋଗ୍ୟ, ମାନସିକ ବିକୃତିର (Mental Disorder)ଶିକାର ହୋଇଥିବା ପିଲାମାନଙ୍କୁ ଫ୍ୟାମିଲି ପେନସନ (Family Pension)ର ସୁବିଧା ନ ମିଳିବାରୁ ସେମାନେ ନିଜର ଭରଣ ପୋଷଣ କରିପାରନ୍ତି ନାହିଁ । ଫଳରେ ସେମାନେ ଜୀବନଯାପନରେ ଅସମର୍ଥ ହୋଇଥାନ୍ତି । ଏହି କାରଣରୁ ସେମାନଙ୍କୁ ଅନ୍ୟମାନଙ୍କ ଉପରେ ନିର୍ଭର ରହିବାକୁ ପଡ଼େ ।

କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ (Union Minister Jitendra Singh) କହିଛନ୍ତି ଯେ, ପେନସନ ଓ ପେନସନର କଲ୍ୟାଣ ବିଭାଗ ଲୋକମାନଙ୍କ ସହ ବାର୍ତ୍ତାଳାପରେ ଜାଣିବାକୁ ପାଇଛି ଯେ ବ୍ୟାଙ୍କଗୁଡିକ ଏହିପରି ପିଲାମାନଙ୍କୁ ପରିବାର ପେନସନ୍‌ (Pension)ର ସୁବିଧା ଦେଉ ନାହାଁନ୍ତି । ଏଭଳି ମାନସିକ ବିକାରଗ୍ରସ୍ତ (Mental Disorder) ପିଲାମାନଙ୍କୁ ବ୍ୟାଙ୍କଗୁଡ଼ିକ ପେନସନ ଦେବାକୁ ମନା କରୁଛନ୍ତି । ବ୍ୟାଙ୍କଗୁଡ଼ିକ ଏହି ପିଲାମାନଙ୍କଠାରୁ କୋର୍ଟ ଦ୍ୱାରା ଦିଆଯାଇଥିବା ଅଭିଭାବକ ପ୍ରମାଣପତ୍ର ମାଗୁଛନ୍ତି ।

ନରେନ୍ଦ୍ର ମୋଦି (PM Modi)ଙ୍କ ନେତୃତ୍ୱରେ ସରକାର ସାଧାରଣ ଲୋକମାନଙ୍କ ଜୀବନକୁ ହିଁ ସହଜ କରିବାକୁ ଚେଷ୍ଟା କରୁଛନ୍ତି ଓ ଏଥିପାଇଁ ଉତ୍ତମ ଶାସନ ମନ୍ତ୍ର ଉପରେ ଗୁରୁତ୍ୱ ଦିଆଯାଉଛି ।

କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ (Union Minister Jitendra Singh)ଆହୁରି କହିଛନ୍ତି ଯେ, "ଏଭଳି ସ୍ଥିତିରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଫ୍ୟାମିଲି ପେନସନ (Family Pension)ରେ ନୋମିନେଶନର ପ୍ରାବଧାନକୁ ଜରୁରୀ କରାଯାଉଛି, ଯାହାଫଳରେ କର୍ମଚାରୀଙ୍କ ପିଲାମାନେ ବାଧା ବିନା ପେନସନ୍ (Pension)ପାଇପାରିବେ ।

ମାନସିକ ବିକାରଗ୍ରସ୍ତ (Mental Disorder) ପିଲାମାନେ ମଧ୍ୟ କୋର୍ଟରୁ ସହଜରେ ଅଭିଭାବକ ପ୍ରମାଣପତ୍ର ପାଇପାରିବେ, ଏହାକୁ ମଧ୍ୟ ସହଜ କରାଯାଇଛି । ମୃତ ସରକାରୀ କର୍ମଚାରୀଙ୍କ ପିଲାମାନଙ୍କୁ କେଉଁ ସରକାରୀ ପେନସନ୍ ଦିଆଯାଉଛି, ତାହା ଆଧାରରେ କୋର୍ଟରୁ ଏକ ପ୍ରମାଣପତ୍ର ଦିଆଯାଇଥାଏ । ବ୍ୟାଙ୍କଗୁଡିକ ଏହିପରି ପିଲାମାନଙ୍କ ଠାରୁ ଅଭିଭାବକ ପ୍ରମାଣପତ୍ର ଉପରେ ଜିଦ୍ ଧରି ପାରିବେ ନାହିଁ ଓ ପେନସନକୁ ମନା କରିପାରିବେ ନାହିଁ ଯେ ଆପଣ ପ୍ରଥମେ କୋର୍ଟରୁ ପ୍ରମାଣପତ୍ର ଆଣନ୍ତୁ ।"

ଏହି ଘୋଷଣା ପରେ ଯଦି କୌଣସି ବ୍ୟାଙ୍କ କୋର୍ଟ ଦ୍ୱାରା ଜାରି କରାଯାଇଥିବା ଅଭିଭାବକ ପ୍ରମାଣପତ୍ର ବିନା ମାନସିକ ବିକୃତିରେ (Mental Disorder)ପୀଡିତ ପିଲାମାନଙ୍କୁ ପରିବାର ପେନସନ୍ ଦେବାକୁ ମନା କରନ୍ତି, ତେବେ ଏହା କେନ୍ଦ୍ରୀୟ ସିଭିଲ ସର୍ଭିସ (ପେନସନ୍) ନିୟମ, ୨୦୨୧ର ନିୟମର ଉଲ୍ଲଂଘନ କରିବ । ଅର୍ଥାତ୍ ଏଭଳି ପରିସ୍ଥିତିରେ ବ୍ୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯଦି ମାନସିକ ବିକୃତିର (Mental Disorder)ଶିକାର ହୋଇଥିବା ପିଲା ତାଙ୍କ ପିତାମାତାଙ୍କ ପେନସନ୍ (Pension) ଯୋଜନାରେ ମନୋନୀତ ନୁହଁନ୍ତି ଓ ତାଙ୍କଠାରୁ କୋର୍ଟ ସାର୍ଟିଫିକେଟ୍ ମଗାଯାଏ, ତେବେ ଏହା ପେନସନ୍ (Pension)ଉଦ୍ଦେଶ୍ୟ ବିରୁଦ୍ଧରେ ହେବ ।

ପ୍ରକାଶ ଥାଉ ଯେ, ଏହି ଘୋଷଣା ପରେ ସମସ୍ତ ପେନସନ (Pension)ବିତରଣ କରୁଥିବା ବ୍ୟାଙ୍କଗୁଡ଼ିକର ପରିଚାଳନା ନିର୍ଦ୍ଦେଶକଙ୍କୁ ସରକାର ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ସରକାର ନିର୍ଦ୍ଦେଶକଙ୍କୁ କହିଛନ୍ତି ଯେ, ମାନସିକ ବିକୃତ (Mental Disorder)ପିଲାମାନଙ୍କ ପାରିବାରିକ ପେନସନର ସୁବିଧାସୁଯୋଗ ପାଇବାକୁ ସୁନିଶ୍ଚିତ କରିବା ପାଇଁ ସେମାନ ନିଜର କେନ୍ଦ୍ରୀୟ ପେନସନ୍ ପ୍ରକ୍ରିୟାକରଣ କେନ୍ଦ୍ର, ପେନସନ୍ ପେମେଣ୍ଟ୍ ଶାଖାକୁ ନିର୍ଦ୍ଦେଶ ଦିଅନ୍ତୁ । ଏହି ପେନସନ୍ ନାମାଙ୍କନ ମାଧ୍ୟମରେ ସେହି ପିଲାମାନଙ୍କୁ ଦିଆଯିବ । ଏହା ଏକ ଆଇନଗତ ବ୍ୟବସ୍ଥା ଯାହାକୁ କୌଣସି ଅନୁଷ୍ଠାନ ଅସ୍ୱୀକାର କରିପାରିବ ନାହିଁ । ଏହିପରି ପିଲାମାନଙ୍କ ପାଇଁ ବ୍ୟାଙ୍କଗୁଡିକ କୋର୍ଟର ଅଭିଭାବକ ପ୍ରମାଣପତ୍ର ମାଗି ପାରିବେ ନାହିଁ ।

Pension New Rule:ସରକାରୀ କର୍ମଚାରୀ ପିଲାଙ୍କ ପାଇଁ ଖୁସି ଖବର ; ମିଳିବ ଫ୍ୟାମିଲି ପେନସନ, ଜାଣନ୍ତୁ...

7th Pay Commission : ଆସିଲା ଖୁସି ଖବର, କର୍ମଚାରୀଙ୍କ ବେତନରେ ହେବ ବୃଦ୍ଧି

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ