News

ମାର୍ଚ୍ଚରେ ବଢ଼ିବ ମହଙ୍ଗା ଭତ୍ତା!

କେନ୍ଦ୍ର ସରକାର ନିକଟରେ ଗୋଟେ ପରେ ଗୋଟେ ସୁବିଧା କରି ଚାଲିଛନ୍ତି ଦେଶ ବାସୀଙ୍କ ପାଇଁ l ଯାହା କି ଦେଶ ବାସୀଙ୍କୁ ସାହାଯ୍ୟ ଦେଇ ପାରୁଛି l ଆଉ ଏବେ ପୁଣି କେନ୍ଦ୍ର ସରକାର କର୍ମଚାରୀଙ୍କୁ ଖୁବଶୀଘ୍ର ଏକ ବଡ଼ ଉପହାର ଦେବାକୁ ଯାଉଛନ୍ତି ।

21 February, 2023 2:00 AM IST By: Tanushree Mahapatra

କେନ୍ଦ୍ର ସରକାର ନିକଟରେ ଗୋଟେ ପରେ ଗୋଟେ ସୁବିଧା କରି ଚାଲିଛନ୍ତି ଦେଶ ବାସୀଙ୍କ ପାଇଁ l ଯାହା କି ଦେଶ ବାସୀଙ୍କୁ ସାହାଯ୍ୟ ଦେଇ ପାରୁଛି l ଆଉ ଏବେ ପୁଣି କେନ୍ଦ୍ର ସରକାର କର୍ମଚାରୀଙ୍କୁ ଖୁବଶୀଘ୍ର ଏକ ବଡ଼ ଉପହାର ଦେବାକୁ ଯାଉଛନ୍ତି । ଯାହା କୁ ନେଇ କର୍ମଚାରୀ ମହଲ ରେ ଖୁସି ର ମାହୋଲ ଦେଖିବାକୁ ମିଳିଛି l ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବାବଦରେ ଏକ ବଡ଼ ନିଷ୍ପତ୍ତି ହୋଇପାରେ ଆଗକୁ । ଏହା ପୂର୍ବରୁ କେନ୍ଦ୍ର ସରକାର ଡିଏ ୪ ପ୍ରତିଶତ ବୃଦ୍ଧି କରିଥିଲେ । ତେବେ ଆସନ୍ତା ୧୫ ଦିନ ମଧ୍ୟରେ କେନ୍ଦ୍ର କର୍ମଚାରୀଙ୍କର ମହଙ୍ଗା ଭତ୍ତା ଉପରେ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି । କର୍ମଚାରୀମାନେ ମଧ୍ୟ ଏହି ଖୁସି ଖବର ପାଇବା ପାଇଁ ଅପେକ୍ଷା କରି ରହିଛନ୍ତି ।

ସୂଚନା ମୁତାବକ, ଆସନ୍ତା ମାସରେ ବସିବାକୁ ଥିବା କ୍ୟାବିନେଟ ବୈଠକରେ ଡିଏ ବୃଦ୍ଧି ନେଇ ନିଷ୍ପତ୍ତି ହୋଇପାରେ । ବର୍ତ୍ତମାନ ସୁଦ୍ଧା ଏ ବାବଦରେ ଅଫିସିଆଲ ଭାବେ କୌଣସି ସୂଚନା ଦିଆଯାଇନାହିଁ । ଯଦି ସରକାର ଡିଏ ବୃଦ୍ଧି ଘୋଷଣା କରନ୍ତି, ତେବେ ଜାନୁଆରରୀ-ଫେବୃଆରୀର ଏରିୟର ମଧ୍ୟ ମିଳିବ ବୋଲି କୁହାଯାଉଛି । ଡିଏ ୪ ପ୍ରତିଶତ ବୃଦ୍ଧି ନେଇ କର୍ମଚାରୀ ସଂଗଠନ ପକ୍ଷରୁ ଦାବି କରାଯାଇଛି । ଯଦି ଏପରି ହୁଏ ତେବେ ମୋଟ ଡିଏ ୩୮ ପ୍ରତିଶତରୁ ବୃଦ୍ଧି ପାଇଁ ୪୨ ପ୍ରତିଶତରେ ପହଞ୍ଚିଯିବ ।

 

ସୂଚନା ଅନୁଯାୟୀ, ନିକଟରେ ପଶ୍ଚିମବଙ୍ଗ ବିଧାନସଭାରେ ବଜେଟ୍ (budget) ଉପସ୍ଥାପନ ସମୟରେ ରାଜ୍ୟ ସରକାର (state government)ମହଙ୍ଗା ଭତ୍ତା (DA)କୁ ଆହୁରି ୩ ପ୍ରତିଶତ ବୃଦ୍ଧି କରିଛନ୍ତି । ପଶ୍ଚିମବଙ୍ଗର ଅର୍ଥମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ଘୋଷଣା କରିଛନ୍ତି ଯେ ପଶ୍ଚିମବଙ୍ଗ ସରକାର (government)ସରକାରୀ କର୍ମଚାରୀ (government employees)ଙ୍କ ପାଇଁ ଡିଏ (da)କୁ ୩% ବୃଦ୍ଧି କରିଛନ୍ତି । ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ବିଧାନସଭାରେ ରାଜ୍ୟ ବଜେଟ୍ (budget 2023-2024)୨୦୨୩-୨୪ ଉପସ୍ଥାପନ କରିଥିଲେ । ବଜେଟ୍‌ରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦ୍ଦେଶରେ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ DA ଘୋଷଣା କରାଯାଇଛି ।

ତେବେ ଡିଏ ବୃଦ୍ଧି ହେବା ଫଳରେ କର୍ମଚାରୀଙ୍କର ସାଲାରିରେ ମଧ୍ୟ ବୃଦ୍ଧି ଘଟିବ । ଯଦି ସରକାର ହୋଲି ପୂର୍ବରୁ ଡିଏ ବୃଦ୍ଧି ନିଷ୍ପତ୍ତି ନିଅନ୍ତି, ତେବେ ଏହାର ଫାଇଦା ୪୮ ଲକ୍ଷ କେନ୍ଦ୍ର କର୍ମଚାରୀ ଓ ୬୩ ଲକ୍ଷ ପେନସନଧାରୀଙ୍କୁ ମିଳିବ । ନିୟମ ମୁତାବକ, ଡିଏ ଓ ଡିଅରନେନ୍ସ ଆଲାଉନ୍ସ (ଡିଆର) ବର୍ଷର ଜାନୁଆରୀ ଓ ଫେବୃଆରୀ ମାସରେ ବୃଦ୍ଧି ହେବାର ନିୟମ ରହିଛି । ମାତ୍ର ଗତ କିଛିବର୍ଷ ଧରି ଏ କ୍ଷେତ୍ରରେ ବିଳମ୍ବ ହେଉଥିବା ଦେଖାଯାଉଛି । ତେବେ ଏହା କାର୍ଯ୍ୟକାରୀ ହେବ ପରେ ଏହା ଦ୍ୱାରା ପ୍ରାୟ ଗୋଟିଏ କୋଟି କର୍ମଚାରୀ ଏବଂ ପେନସନଭୋଗୀ ଉପକୃତ ହେବେ।

ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର, ୩% ବଢିଲା ମହଙ୍ଗା ଭତ୍ତା

ଚାଷୀଙ୍କୁ ମିଳିବ ୩୬୦୦୦ ଟଙ୍କା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)