1. କୃଷି ଖବର

ଚାଷୀଙ୍କୁ ମିଳିବ ୩୬୦୦୦ ଟଙ୍କା

କୃଷକ ହେଉଛନ୍ତି ଦେଶର ମେରୁଦଣ୍ଡ । ଏହାକୁ ଦୃଷ୍ଟିରେ ରଖି ସରକାର ନିରନ୍ତର କୃଷକ ଅନୁକୂଳ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ମୋଦି ସରକାର ନିଜର ପ୍ରଥମ କାର୍ଯ୍ୟକାଳରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଆରମ୍ଭ କରିଥିଲେ । ବର୍ତ୍ତମାନ ୧୧.୫ କୋଟି କୃଷକ ଏହି ଯୋଜନାରେ ପଞ୍ଜୀକରଣ କରି ଏହି ଯୋଜନା ଅନ୍ତର୍ଗତ ବାର୍ଷିକ ୬୦୦୦ ଟଙ୍କାର ଲାଭ ଉଠାଉଛନ୍ତି । ଏଥି ସହିତ କୃଷକମାନେ ବାର୍ଦ୍ଧକ୍ୟ ବୟସରେ ବାର୍ଷିକ ୩୬୦୦୦ ଟଙ୍କା ପେନସନ ପାଇଥାନ୍ତି ।

Sudesna Nayak
Sudesna Nayak
pradhan mantri kisan maan dhan yojana PMKMY

pradhan mantri kisan maan dhan yojana PMKMY

କୃଷକଙ୍କ ଆୟ ବୃଦ୍ଧି ପାଇଁ କେନ୍ଦ୍ର ସରକାର ନିରନ୍ତର ଉଦ୍ୟମ କରୁଛନ୍ତି । ୨୦୧୯ରେ ପ୍ରଧାନମନ୍ତ୍ରୀ (pm Modi) ପିଏମ କିସାନ ସମାନ ନିଧି (PM Kisan Samman Nidhi Yojana ) ଏଥିପାଇଁ ସରକାର ଘୋଷଣା କରିଥିଲେ । ଏହି ଯୋଜନା ଅଧୀନରେ କୃଷକମାନଙ୍କୁ ବାର୍ଷିକ ୬ ହଜାର ଟଙ୍କା ଦିଆଯାଏ । ଏହା ବ୍ୟତୀତ ସରକାର ପ୍ରଧାନମନ୍ତ୍ରୀ କିସାନ ଫସଲ ଯୋଜନା ଏବଂ ସାର ଇତ୍ୟାଦି ଉପରେ ସବସିଡି ଦେବା ଆରମ୍ଭ କରିଥିଲେ ।

ସୂଚନା ଅନୁଯାୟୀ, କୃଷକ (Farmers) ହେଉଛନ୍ତି ଦେଶର ମେରୁଦଣ୍ଡ । ଏହାକୁ ଦୃଷ୍ଟିରେ ରଖି ସରକାର ନିରନ୍ତର କୃଷକ ଅନୁକୂଳ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ମୋଦି ସରକାର (Modi Govt) ନିଜର ପ୍ରଥମ କାର୍ଯ୍ୟକାଳରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା (PM Kisan Samman Nidhi Yojana) ଆରମ୍ଭ କରିଥିଲେ । ବର୍ତ୍ତମାନ ୧୧.୫ କୋଟି କୃଷକ ଏହି ଯୋଜନାରେ ପଞ୍ଜୀକରଣ କରି ଏହି ଯୋଜନା ଅନ୍ତର୍ଗତ ବାର୍ଷିକ ୬୦୦୦ ଟଙ୍କାର ଲାଭ ଉଠାଉଛନ୍ତି । ଏଥି ସହିତ କୃଷକମାନେ ବାର୍ଦ୍ଧକ୍ୟ ବୟସରେ ବାର୍ଷିକ ୩୬୦୦୦ ଟଙ୍କା ପେନସନ ପାଇଥାନ୍ତି । ଆୟ ପରିଚାଳନା ପାଇଁ ସରକାର ପ୍ରଧାନମନ୍ତ୍ରୀ କିସାନ ମାନଧନ ଯୋଜନା (Pradhan Mantri Kisan Maan-Dhan Yojana) ଆରମ୍ଭ କରିଛନ୍ତି । ଏହା ଅଧୀନରେ କୃଷକମାନେ ୩୦୦୦ ଟଙ୍କା କିମ୍ବା ୩୬୦୦ ଟଙ୍କାର ଆର୍ଥିକ ଲାଭ ପାଆନ୍ତି ।

ଏଥିସହିତ ଚଳିତ ବର୍ଷ ଜାନୁୟାରୀ ୧ ସୁଦ୍ଧା ୨୧,୧୦,୨୦୭ ଜଣ ଚାଷୀ ପେନସନ ଯୋଜନା ଅନ୍ତର୍ଗତ ପଞ୍ଜିକୃତ ହୋଇଛନ୍ତି । ୨ ହେକ୍ଟର କିମ୍ବା ୫ ଏକର ପର୍ଯ୍ୟନ୍ତ ଚାଷ ଜମି ଥିବା ସମସ୍ତ ୧୨ କୋଟି ଚାଷୀଙ୍କୁ ସରକାର ଏହାର ସୁବିଧା ଦେବାକୁ ଯୋଜନା କରିଛନ୍ତି । ୧୮ ବର୍ଷ ବୟସରେ ଏହି ଯୋଜନାରେ ସାମିଲ ହେଉଥିବା ଚାଷୀଙ୍କୁ ମାସିକ ୫୫ ଟଙ୍କା କିସ୍ତି ଦେବାକୁ ପଡିବ ଏବଂ ୪୦ ବର୍ଷ ବୟସରେ ଏହି ଯୋଜନାକୁ ଆସୁଥିବା ଚାଷୀଙ୍କୁ ମାସିକ ୨୦୦ ଟଙ୍କା କିସ୍ତି ଦେବାକୁ ହେବ । ସେମାନଙ୍କ ଯୋଗଦାନର ସମାନ ହିଁ ସରକାରଙ୍କ ତରଫରୁ ଯୋଗଦାନ କରାଯିବ ।

ପ୍ରକାଶ ଥାଉ ଯେ, ଚାଷୀଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ପାଇଁ ଉଭୟ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାର ନିଜ ତରଫରୁ ଅନେକ ଯୋଜନା ଚଳାଇଛନ୍ତି । ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି (PM Kisan Samman Nidhi Yojana ) ମଧ୍ୟ ଏକ ସମାନ ଯୋଜନା । ଏହା ଅଧୀନରେ ଚାଷୀଙ୍କୁ ପ୍ରତିବର୍ଷ 6 ହଜାର ଟଙ୍କା ଯୋଗାଇ ଦିଆଯାଉଛି ।

ଏବେ ପ୍ରତି ମାସରେ ସିନିୟର ସିଟିଜେନଙ୍କୁ 20 ହଜାର ଟଙ୍କା

ବଜେଟରେ ମହିଳାମାନଙ୍କୁ ମିଳିଲା ବଡ ଉପହାର, ମିଳିବ ଏତିକି ଟଙ୍କା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments