1. କୃଷି ଖବର

ବଜେଟରେ ମହିଳାମାନଙ୍କୁ ମିଳିଲା ବଡ ଉପହାର, ମିଳିବ ଏତିକି ଟଙ୍କା

ଚଳିତ ବର୍ଷର ବଜେଟରେ ମହିଳାମାନଙ୍କୁ ଏକ ବଡ ଉପହାର ଦେବାକୁ ଯାଇ ସୀତାରମଣ ସେମାନଙ୍କ ପାଇଁ ଏକ ନୂଆ ସ୍ମଲ୍ ସେଭିଂ ସ୍କିମ୍ ଘୋଷଣା କରିଛନ୍ତି । ଯେଉଁଥିରେ ନିର୍ମଳା ସୀତାରମଣ ଏକ ଯୋଜନା ଘୋଷଣା କରିଛନ୍ତି । ଘୋଷଣା କରି ଥିବା ଏହି ଯୋଜନାର ନାମ ହେଉଛି ମହିଳା ସମ୍ମାନ ବଚ୍ଚତ ପାତ୍ର । ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଦୁଇ ବର୍ଷ ପାଇଁ ଏହି ଯୋଜନା ଉପଲବ୍ଧ ହେବ ବୋଲି ଅର୍ଥମନ୍ତ୍ରୀ ନିଜ ବଜେଟ୍ ଅବିଭାଷଣରେ କହିଛନ୍ତି ।

Sudesna Nayak
Sudesna Nayak
Women in Budget 2023: Mahila samman bachat patra scheme women can get 15 thousand

Women in Budget 2023: Mahila samman bachat patra scheme women can get 15 thousand

ବୁଧବାର ସଂସଦରେ ବଜେଟ ଉପସ୍ଥାପନା ( budjet 2023 ) କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Nirmala Sitharaman) । ଚଳିତ ବର୍ଷର ବଜେଟରେ ମହିଳାମାନଙ୍କୁ ଏକ ବଡ ଉପହାର ଦେବାକୁ ଯାଇ ସୀତାରମଣ ସେମାନଙ୍କ ପାଇଁ ଏକ ନୂଆ ସ୍ମଲ୍ ସେଭିଂ ସ୍କିମ୍ ଘୋଷଣା କରିଛନ୍ତି । ଯେଉଁଥିରେ ନିର୍ମଳା ସୀତାରମଣ (Nirmala Sitharaman) ଏକ ଯୋଜନା ଘୋଷଣା କରିଛନ୍ତି । ଘୋଷଣା କରି ଥିବା ଏହି ଯୋଜନାର ନାମ ହେଉଛି ମହିଳା ସମ୍ମାନ ବଚ୍ଚତ ପାତ୍ର (Mahila samman bachat patra scheme)। ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଦୁଇ ବର୍ଷ ପାଇଁ ଏହି ଯୋଜନା ଉପଲବ୍ଧ ହେବ ବୋଲି ଅର୍ଥମନ୍ତ୍ରୀ ନିଜ ବଜେଟ୍ ଅବିଭାଷଣରେ କହିଛନ୍ତି ।

ସୂଚନା ଅନୁୟାୟୀ, ମହିଳା ସମ୍ମାନ ବଚ୍ଚତ ପାତ୍ର (Mahila samman bachat patra scheme) ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଦୁଇ ବର୍ଷ ପାଇଁ ଏହି ସ୍କିମ୍ ଉପଲବ୍ଧ ହେବ ବୋଲି ଅର୍ଥମନ୍ତ୍ରୀ ବଜେଟ୍ ଭାଷଣରେ କହିଛନ୍ତି । ମହିଳା କିମ୍ବା ଝିଅମାନେ ଏଥିରେ ନିବେଶ କରିବାକୁ ସମର୍ଥ ହେବେ । ଏହି ସ୍ମଲ୍ ସେଭିଂ ସ୍କିମରେ ମହିଳାମାନେ ୭.୫ ପ୍ରତିଶତ ଫିକ୍ସ ଇଣ୍ଟ୍ରେଷ୍ଟ ହାରରେ ସୁଧ ପାଇବେ । ବଜେଟ୍ ଭାଷଣ ଅନୁଯାୟୀ 'ମହିଳା ସମ୍ମାନ ବଚ୍ଚତ ପତ୍ର' ସ୍କିମ (Mahila samman bachat patra scheme)ରେ ସର୍ବାଧିକ ଜମା ରାଶି ୨ ଲକ୍ଷ ଟଙ୍କା ରଖାଯାଇଛି । ଏହା ବ୍ୟତୀତ ନିବେଶକମାନେ ଏହି ଯୋଜନାରେ ଆଂଶିକ ପ୍ରତ୍ୟାହାରର ସୁବିଧା ମଧ୍ୟ ପାଇବେ ।

ସଂସଦରେ ଉପସ୍ଥାପିତ ହୋଇଛି ବଜେଟ୍ ୨୦୨୩-୨୪ । ବଜେଟ୍ ଉପସ୍ଥାପନ ସହ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Nirmala Sitharaman) ଆୟକର ସୀମାରେ ପରିବର୍ତ୍ତନ ନେଇ ଘୋଷଣା କରିଛନ୍ତି । ଦେଶର ଆୟକର ସୀମା ବଦଳିଲା । ୦ ରୁ ୩ ଲକ୍ଷ ପର୍ଯ୍ୟନ୍ତ ଶୂନ ପ୍ରତିଶତ ଆୟକର । ଅର୍ଥାତ ୩ ଲକ୍ଷ ପର୍ଯ୍ୟନ୍ତ କାରବାର କଲେ ଦେବାକୁ ପଡିବ ନାହିଁ କୌଣସି ଆୟକର ବା ଟ୍ୟାକ୍ସ । ୩ ଲକ୍ଷ ପରେ ଦେବାକୁ ପଡିବ ଟ୍ୟାକ୍ସ ।

ପ୍ରକାଶ ଥାଉ ଯେ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Nirmala Sitharaman)ଙ୍କ ଘୋଷଣା ମୁତାବକ ୩ରୁ ୬ ଲକ୍ଷ ପର୍ଯ୍ୟନ୍ତ ଆୟକର ୫ ପ୍ରତିଶତ ବୃଦ୍ଧି ଘଟିଛି । ସେହିପରି ୬ରୁ ୯ ଲକ୍ଷ ପର୍ଯ୍ୟନ୍ତ ଆୟକର ୧୦ ପ୍ରତିଶତ ରହିଛି । ୯ରୁ ୧୨ ଲକ୍ଷ ପର୍ଯ୍ୟନ୍ତ ୧୫ ପ୍ରତିଶତ ଆୟକର ରହିଛି । ୧୨ରୁ ୧୫ ଲକ୍ଷ ପର୍ଯ୍ୟନ୍ତ ଆୟକର ୨୦ ପ୍ରତିଶତ ରହିଥିବାବେଳେ ୧୫ରୁ ଅଧିକ ପର୍ଯ୍ୟନ୍ତ କାରବାର ହେଲେ ୩୦ ପ୍ରତିଶତ ଆୟକର ଦେବାକୁ ପଡିବ ବୋଲି ଘୋଷଣା କରଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେହିପରି ଆୟକର ସ୍ଲାବ ସୀମା ବୃଦ୍ଧି ଘୋଷଣା କରିଛନ୍ତି ଅର୍ଥ ମନ୍ତ୍ରୀ । ଆୟକର ସ୍ଲାବ ସୀମା ୫ ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି ହୋଇଛି ।

ଏଥିସହିତ ଭାରତକୁ ‘ଶ୍ରୀଅନ୍ନ’ର (ମିଲେଟ୍‌) ବୈଶ୍ବିକ ନାଭିକେନ୍ଦ୍ର ବା ‘ହବ୍‌’ କରାଯିବ ବୋଲି ଆଜି ବଜେଟ୍‌ ଅଭିଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Nirmala Sitharaman) କହିଛନ୍ତି ।

ମହିଳା ସମ୍ମାନ ବଚ୍ଚତ ପତ୍ର (Mahila samman bachat patra scheme)ରେ ସରକାର ୭.୫ ପ୍ରତିଶତ ସୁଧ ହାର ସ୍ଥିର କରିଛନ୍ତି । ଏହି ସ୍ମଲ୍ ସେଭିଂ ସ୍କିମରେ ଜଣେ ମହିଳା ସର୍ବାଧିକ ୨ ଲକ୍ଷ ଟଙ୍କା ନିବେଶ କରିପାରିବେ । ଏହି ଉପାୟରେ ସେ ୭.୫ ପ୍ରତିଶତ ହାରରେ ୧୫,୦୦୦ ଟଙ୍କା ଲାଭ ପାଇବେ । ସୀତାରମଣ ଏହା ମଧ୍ୟ କହିଛନ୍ତି ଯେ ମହିଳାମାନଙ୍କର ଆର୍ଥିକ ସଶକ୍ତିକରଣ ପାଇଁ ଦେନ୍ଦାୟଲ ଅନ୍ତୋଦୟ ଯୋଜନା ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ ଗ୍ରାମାଞ୍ଚଳର ମହିଳାମାନଙ୍କ ସହ ୮୧ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇଛି । ସେ କହିଛନ୍ତି ଯେ ବୃହତ ଉତ୍ପାଦନକାରୀ ଉଦ୍ୟୋଗ କିମ୍ବା ସାମୂହିକ ମାଧ୍ୟମରେ ଅର୍ଥନୈତିକ ସଶକ୍ତିକରଣର ପରବର୍ତ୍ତୀ ପର୍ଯ୍ୟାୟରେ ପହଞ୍ଚିବା ପାଇଁ ସେ ଏହି ଗୋଷ୍ଠୀମାନଙ୍କୁ ସାହାଯ୍ୟ କରିବେ ।

ସୀତାରମଣ ଘୋଷଣା କରିଛନ୍ତି ଯେ ସିନିୟର ସିଟିଜେନ ସେଭିଂ ସ୍କିମରେ ସର୍ବାଧିକ ନିବେଶ ପରିମାଣ ୧୫ ଲକ୍ଷରୁ ୩୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏଥି ସହିତ ଡାକଘରର ମାସିକ ଆୟ ଯୋଜନାରେ ନିବେଶ ସୀମା ମଧ୍ୟ ବୃଦ୍ଧି କରାଯାଇଛି । ବର୍ତ୍ତମାନ ଜଣେ ବ୍ୟକ୍ତି ୪.୫ ଲକ୍ଷ ଟଙ୍କା ବଦଳରେ ୯ ଲକ୍ଷ ଟଙ୍କା ନିବେଶ କରିପାରିବେ ।

ବର୍ତ୍ତମାନ ଘରେ ବସି ମହିଳା ପାଇବେ ୧୫,୦୦୦ ଟଙ୍କା

Budget 2023: ଜାଣନ୍ତୁ କ’ଣ ହେଲା ଶସ୍ତା, କ’ଣ ମହଙ୍ଗା…

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments