News

ଉଜୁଡା କ୍ଷେତରେ କେନ୍ଦ୍ରୀୟ ଟିମ୍, ୬ ଜିଲ୍ଲା ବୁଲି ‘ଜଓ୍ବାଦ’କ୍ଷୟକ୍ଷତି କରୁଛି ଆକଳନ

ବାତ୍ୟା ଜଓ୍ବାଦ ଜନିତ କ୍ଷୟକ୍ଷତିର ଅନୁଧ୍ୟାନ ପାଇଁ ଓଡ଼ିଶାରେ ପହଞ୍ଚିଛି କେନ୍ଦ୍ରୀୟ ଟିମ୍ । କେନ୍ଦ୍ର ଗୃହ ବିଭାଗର ଯୁଗ୍ମ ସଚିବ ସୌରଭ ରୟଙ୍କ ନେତୃତ୍ବରେ ଓଡ଼ିଶା ଗସ୍ତରେ ଅଛନ୍ତି ୬ ଜଣିଆ ପ୍ରତିନିଧି ଦଳ ।

13 December, 2021 12:15 PM IST By: Sudesna Nayak

ବାତ୍ୟା ଜଓ୍ବାଦ ଜନିତ କ୍ଷୟକ୍ଷତିର ଅନୁଧ୍ୟାନ ପାଇଁ ଓଡ଼ିଶାରେ ପହଞ୍ଚିଛି କେନ୍ଦ୍ରୀୟ ଟିମ୍ । କେନ୍ଦ୍ର ଗୃହ ବିଭାଗର ଯୁଗ୍ମ ସଚିବ ସୌରଭ ରୟଙ୍କ ନେତୃତ୍ବରେ ଓଡ଼ିଶା ଗସ୍ତରେ ଅଛନ୍ତି ୬ ଜଣିଆ ପ୍ରତିନିଧି ଦଳ । ତିନୋଟି ଟିମ୍ ଗଞ୍ଜାମ, ପୁରୀ, ଜଗତସିଂହପୁର, କଟକ, ଯାଜପୁର, କେନ୍ଦ୍ରାପଡା ଗସ୍ତ କରିଛନ୍ତି । ବାତ୍ୟା ଜୱାଦ ପ୍ରଭାବରେ ବିଭିନ୍ନ ଜିଲ୍ଲାରେ କ୍ଷତିଗ୍ରସ୍ତ ହୋଇଥିବା ହଜାର ହଜାର ହେକ୍ଟର ଧାନ ଓ ପନିପରିବା ଫସଲ ଅନୁଧ୍ୟାନ କରିଛି କେନ୍ଦ୍ରୀୟ ଟିମ୍ ।

୧୧ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବାତ୍ୟା ଜୱାଦ ପ୍ରଭାବରେ କ୍ଷୟକ୍ଷତି ହୋଇଥିବା ଅଞ୍ଚଳ ଗସ୍ତ କରିଛନ୍ତି କେନ୍ଦ୍ରୀୟ ଟିମ । ସାମୁଦ୍ରିକ ବାତ୍ୟା ଜୱାଦ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାର ଅମଳ ହେବା ଥିବା ଧାନ ସହ ବିଭିନ୍ନ ପନିପରିବା ଚାଷ ବ୍ୟାପକ କ୍ଷତି ହୋଇଛି । ଫଳରେ ଚାଷୀ ଏବେ ଚିନ୍ତାରେ ।

ସରକାରୀ ସୂଚନା ଅନୁସାରେ, ଜୱାଦ ବାତ୍ୟା ପୂର୍ବରୁ ପ୍ରାୟ ୩୦ ହଜାର ହେକ୍ଟର ଜମିରୁ ଫସଲ ଅମଳ ହୋଇ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା । ହେଲେ ଏକ ଲକ୍ଷ ହେକ୍ଟର ଚାଷଜମିରୁ ଅମଳ ହୋଇପାରି ନଥିଲା । ଏବେବି ଜମିରେ ଆଣ୍ଠୁଏ ଉଚ୍ଚାର ପାଣି ଜମିଛି । ପାଣିରେ ଭାସୁଛି ପାଚିଲା ଫସଲ । ଫଳରେ ଧାନ ସହ ଅନ୍ୟାନ୍ୟ ଶସ୍ୟ ବ୍ୟାପକ ନଷ୍ଟ ହୋଇଯାଇଛି । ମୁଣ୍ଡ ଝାଳ ତୁଣ୍ଡରେ ମାରି ଫସଲ ଫଳାଇଥିବା ଚାଷୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

କ୍ଷୟକ୍ଷତି ଆକଳନ ସମୟରେ କେନ୍ଦ୍ରୀୟ ଟିମ ସଦସ୍ୟମାନେ କ୍ଷତିଗ୍ରସ୍ତ ଚାଷୀସ୍ଥାନୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଅମଳ ସମୟରେ ବ୍ୟାପକ ଫସଲ ନଷ୍ଟ ଯୋଗୁଁ ଚାଷୀମାନେ ହତାଶ ହୋଇପଡ଼ିଛନ୍ତି  । ଅନେକ ଅଞ୍ଚଳରେ ଅମଳକ୍ଷମ ଧାନ ପାଣିରେ ବୁଡ଼ି ଗଜା ହୋଇଗଲାଣି । ପନିପରିବା ପଚି ନଷ୍ଟ ହୋଇଯାଇଛି ।

କ୍ଷୟକ୍ଷତି ଆକଳନ କରି ୭ ଦିନ ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ରିପୋର୍ଟ ପ୍ରଦାନ କରିବ । ଦୁଇ ଦିନିଆ ଗସ୍ତ ସାରି କେନ୍ଦ୍ରୀୟ ଟିମ୍‌ ଆସନ୍ତାକାଲି ଅପରାହ୍ନରେ ମୁଖ୍ୟ ଶାସନ ସଚିବ, ସ୍ବତନ୍ତ୍ର ରିଲିଫ କମିଶନର, କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଓ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିବେ ।

‘ଜୱାଦ’ ଜନିତ କ୍ଷୟକ୍ଷତିର ଅନୁଧ୍ୟାନ ପାଇଁ ଓଡିଶା ଆସୁଛନ୍ତି କେନ୍ଦ୍ରୀୟ ଟିମ୍

ବାତ୍ୟା ଜୱାଦକୁ ନେଇ ଛାନିଆ ଚାଷୀ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)