
Centre extends time period for stock limits of tur and urad , image source - pexels.com
ହରଡ଼ ଓ ବିରି ଡାଲି ସଂକ୍ରାନ୍ତରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ, ୧୯୫୫ ଅଧୀନରେ ପ୍ରଚଳିତ ଷ୍ଟକ୍ ସୀମାର ଅବଧିକୁ ସରକାର ୩୦ ଅକ୍ଟୋବର, ୨୦୨୩ ରୁ ୩୧ ଡିସେମ୍ବର, ୨୦୨୩ କୁ ବୃଦ୍ଧି କରିଛନ୍ତି ଏବଂ କେତେକ ଷ୍ଟକ୍ ହୋଲ୍ଡିଂ ସଂସ୍ଥା ପାଇଁ ଷ୍ଟକ୍ ହୋଲ୍ଡିଂ ସୀମା ମଧ୍ୟ ସଂଶୋଧନ କରିଛନ୍ତି । ଆଜି ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ଡିପୋରେ ହୋଲସେଲର ଏବଂ ବଡ଼ ଶୃଙ୍ଖଳାର ଖୁଚୁରା ବେପାରୀ ମାନଙ୍କ ସହିତ ଷ୍ଟକ୍ ସୀମା ୨୦୦ ମେଟ୍ରିକ୍ ଟନ୍ରୁ ୫୦ ମେଟ୍ରିକ୍ ଟନକୁ ହ୍ରାସ କରାଯାଇଛି ଏବଂ ମିଲର ମାନଙ୍କ ପାଇଁ ସୀମା ଗତ ୩ ମାସର ଉତ୍ପାଦନ କିମ୍ବା ବାର୍ଷିକ କ୍ଷମତାର ୨୫% ରୁ କମ୍ କରି ଦିଆଯାଇଛି, ଯାହା ବିଗତ ୧ ମାସର ଉତ୍ପାଦନ କିମ୍ବା ବାର୍ଷିକ କ୍ଷମତାର ୧୦%, ଯାହା ତନ୍ମଧ୍ୟରୁ ଅଧିକ ଥିବ ।
ଷ୍ଟକ ସୀମାରେ ସଂଶୋଧନ ଏବଂ ସମୟ ଅବଧି ବୃଦ୍ଧି ହେଉଛି ଜମାଖୋରୀକୁ ରୋକିବା ଏବଂ ବଜାରକୁ ପର୍ଯ୍ୟାପ୍ତ ପରିମାଣରେ ହରଡ଼ ଓ ବିରି ଡାଲିକୁ କ୍ରମାଗତ ଭାବରେ ମୁକ୍ତ କରିବାକୁ ସୁନିଶ୍ଚିତ କରିବା ଏବଂ ଉପଭୋକ୍ତା ମାନଙ୍କ ପାଇଁ ସୁଲଭ ମୂଲ୍ୟରେ ହରଡ଼ ଓ ବିରି ଡାଲି ଉପଲବ୍ଧ କରାଇବା ।
ସଦ୍ୟତମ ଆଦେଶ ଅନୁଯାୟୀ, ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୨୦୨୩ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ହରଡ଼ ଓ ବିରି ଡାଲି ପାଇଁ ଷ୍ଟକ୍ ସୀମା ଧାର୍ଯ୍ୟ କରାଯାଇଛି । ହୋଲସେଲର ମାନଙ୍କ ପାଇଁ ପ୍ରତ୍ୟେକ ଡାଲି ନିମନ୍ତେ ବ୍ୟକ୍ତିଗତ ଭାବେ ଲାଗୁ ହେଉଥିବା ଷ୍ଟକ୍ ସୀମା ୫୦ ମେଟ୍ରିକ୍ ଟନ୍ ହେବ; ଖୁଚୁରା ବ୍ୟବସାୟୀ ମାନଙ୍କ ପାଇଁ ୫ ମେଟ୍ରିକ୍ ଟନ୍; ପ୍ରତ୍ୟେକ ଖୁଚୁରା ଦୋକାନରେ ୫ ମେଟ୍ରିକ୍ ଟନ୍ ଏବଂ ବଡ଼ ଶୃଙ୍ଖଳା ଖୁଚୁରା ବେପାରୀ ମାନଙ୍କ ପାଇଁ ଡିପୋରେ ୫୦ ମେଟ୍ରିକ୍ ଟନ୍; ମିଲର୍ ମାନଙ୍କ ପାଇଁ ଉତ୍ପାଦନର ଶେଷ ୧ ମାସ ବା ବାର୍ଷିକ ସ୍ଥାପିତ କ୍ଷମତାର ୧୦% ଯାହା ଅଧିକ ଥିବ । ଆମଦାନୀକାରୀଙ୍କ କ୍ଷେତ୍ରରେ ଆମଦାନୀକାରୀମାନେ ସୀମା ଶୁଳ୍କ ମଞ୍ଜୁରୀ ତାରିଖ ଠାରୁ ୩୦ ଦିନରୁ ଅଧିକ ଆମଦାନୀ ଷ୍ଟକ୍ ରଖି ପାରିବେ ନାହିଁ ।
ସମ୍ପୃକ୍ତ ଆଇନଗତ ସଂସ୍ଥାଗୁଡ଼ିକ ଉପଭୋକ୍ତା ବ୍ୟାପାର ବିଭାଗର ପୋର୍ଟାଲ https://fcainfoweb.nic.in/psp ରେ ଷ୍ଟକ୍ ସ୍ଥିତି ଘୋଷଣା କରିବେ ଏବଂ ଯଦି ସେମାନଙ୍କ ପାଖରେ ଥିବା ଷ୍ଟକ୍ ନିର୍ଦ୍ଧାରିତ ସୀମା ଠାରୁ ଅଧିକ ହୁଏ, ତେବେ ସେମାନେ ବିଜ୍ଞପ୍ତି ଜାରି ହେବାର ୩୦ ଦିନ ମଧ୍ୟରେ ଏହାକୁ ନିର୍ଦ୍ଧାରିତ ଷ୍ଟକ୍ ସୀମାକୁ ଆଣିବେ ।
ଏହା ପୂର୍ବରୁ ଜମାକାରୀ ଓ ଅସାଧୁ କାର୍ଯ୍ୟକୁ ରୋକିବା ଏବଂ ଉପଭୋକ୍ତାଙ୍କ ସାମର୍ଥ୍ୟରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ସରକାର ୨୦୨୩ ଜାନୁଆରୀ ୨ ତାରିଖରେ ହରଡ଼ ଓ ବିରି ଡାଲି ପାଇଁ ଷ୍ଟକ୍ ସୀମାକୁ ନେଇ ବିଜ୍ଞପ୍ତି ଜାରି କରିଥିଲେ । ରାଜ୍ୟ ସରକାରଙ୍କ ସହ ସାପ୍ତାହିକ ଭିତ୍ତିରେ ସମୀକ୍ଷା କରାଯାଇଥିବା ଷ୍ଟକ ପ୍ରକଟୀକରଣ ପୋର୍ଟାଲ ଜରିଆରେ ଉପଭୋକ୍ତା ବ୍ୟାପାର ବିଭାଗ ହରଡ଼ ଓ ବିରି ଡାଲିର ଷ୍ଟକ୍ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି ।
Share your comments