1. କୃଷି ଖବର

ଖାଇବା ତେଲକୁ ନେଇ ଆସିଲା ବଡ ଖବର, ୫ ମାସ ପର୍ଯ୍ୟନ୍ତ ଲାଗୁ ହେଲା ନିର୍ଦ୍ଦେଶ,ଜାଣନ୍ତୁ...

ଖାଇବା ତେଲକୁ ନେଇ ସରକାରଙ୍କ ବଡ଼ ପଦକ୍ଷେପ । ପାଞ୍ଚ ମାସ ପର୍ଯ୍ୟନ୍ତ ହେବ ନାହିଁ ପରିବର୍ତ୍ତନ ।

Sudesna Nayak
Sudesna Nayak
centre imposed stock limits on edible oils and oilseeds till june 30

centre imposed stock limits on edible oils and oilseeds till june 30

ଖାଇବା ତେଲକୁ ନେଇ ସରକାରଙ୍କ ବଡ଼ ପଦକ୍ଷେପ (Big news)। ପାଞ୍ଚ ମାସ ପର୍ଯ୍ୟନ୍ତ ହେବ ନାହିଁ ପରିବର୍ତ୍ତନ । ଦେଶର ବର୍ଦ୍ଧିତ ଖାଇବା ତେଲ (Cooking Oil)ର ଦରଦାମ ନିୟନ୍ତ୍ରଣ କରିବାକୁ ସରକାର ଗତ ତିନି ତାରିଖରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଛନ୍ତି । ତେଲ ଓ ତୈଳବୀଜ ଷ୍ଟକ୍ ନିର୍ଦ୍ଧାରଣ କରାଯାଇଛି ।

ସୂଚନା ଅନୁଯାୟୀ, ଖାଇବା ତେଲ (Cooking Oil) ମୂଲ୍ୟକୁ ହ୍ରାସ କରିବା ଉଦ୍ଦେଶ୍ୟରେ ତେଲ ଏବଂ ତୈଳବୀଜ ଉପରେ ଷ୍ଟକ୍ ସୀମା ଧାର୍ଯ୍ୟ କରାଯାଇଛି । ଏହା ଆସନ୍ତା ଜୁନ ୩୦ (June 30) ପର୍ଯ୍ୟନ୍ତ ଲାଗୁ ରହିବ ।

ଅଧିକାଂଶ ରାଜ୍ୟ ସରକାର ତେଲ ଏବଂ ତୈଳବୀଜ ଉପରେ ଷ୍ଟକ୍ ସୀମା ନିର୍ଦ୍ଧାରଣ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଥିଲେ । ଗତ ଅକ୍ଟୋବରରେ ଜାରି ହୋଇଥିବା ସମାନ ନିର୍ଦ୍ଦେଶନାମାକୁ ଦେଶର କେବଳ ୬ଟି ରାଜ୍ୟ ସଫଳତାର ସହ କାର୍ଯ୍ୟକାରୀ କରିଥିଲେ ।

ଫେବୃଆରୀ ୩ରେ କେନ୍ଦ୍ର ଦ୍ୱାରା ସୂଚିତ କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ, ଖୁଚୁରା ବ୍ୟବସାୟୀ ତଥା ବଡ ଚେନର ଆଉଟଲେଟ୍ ପାଇଁ ୩୦ କ୍ୱିଣ୍ଟାଲ୍, ହୋଲସେଲରମାନଙ୍କ ପାଇଁ ୫୦୦ କ୍ୱିଣ୍ଟାଲ୍ ଏବଂ ବଡ ଚେନ୍ ରିଟେଲରଙ୍କ ଡିପୋ ପାଇଁ ୧୦୦୦ କ୍ୱିଣ୍ଟାଲ୍ ଖାଇବା ତେଲ ଉପରେ ଷ୍ଟକ୍ ସୀମା ସ୍ଥିର କରାଯାଇଛି । ତୈଳବୀଜ ପାଇଁ ଖୁଚୁରା ବ୍ୟବସାୟୀମାନଙ୍କ ପାଇଁ ୧୦୦ କ୍ୱିଣ୍ଟାଲ ଏବଂ ହୋଲସେଲରମାନଙ୍କ ପାଇଁ ୨୦୦୦ କ୍ୱିଣ୍ଟାଲରେ ଷ୍ଟକ୍ ସୀମା ଧାର୍ଯ୍ୟ କରାଯାଇଛି।

ପ୍ରକାଶ ଥାଉ ଯେ,ସୋମବାର (Monday) ଜାରି ହୋଇଥିବା ଅର୍ଥନୈତିକ ସର୍ଭେ ଅନୁସାରେ ୨୦୩୦ ପର୍ଯ୍ୟନ୍ତ ଭାରତର ଖାଇବା ତେଲ ଆମଦାନୀ ବାର୍ଷିକ ୩.୪% ଅଭିବୃଦ୍ଧି ହାରରେ ବୃଦ୍ଧି ପାଇବ । ସହରୀକରଣ ବୃଦ୍ଧି ହେତୁ ଖାଦ୍ୟପେୟ ଅଭ୍ୟାସରେ ପରିବର୍ତ୍ତନ ହୋଇ ଅଧିକ ତୈଳଯୁକ୍ତ ପଦାର୍ଥ ସହିତ ଅଧିକ ପ୍ରକ୍ରିୟାକୃତ ଖାଦ୍ୟକୁ ପରିବର୍ତ୍ତନ ହେବ ବୋଲି ସର୍ଭେରେ କୁହାଯାଇଛି । ଦେଶରେ ଯେତିକି ଖାଇବା ତେଲ (Cooking Oil)ଆବଶ୍ୟକ ଅଛି, ତାହାର ୬୦% ବିଦେଶରୁ ଆମଦାନୀ ହୋଇଥାଏ ।

ଖୁସି ଖବର, ପୁଣି ଶସ୍ତା ହେଲା ଖାଇବା ତେଲ

ପୁଣି ଶସ୍ତା ହେଲା ଖାଇବା ତେଲ, ୨୨ ଟଙ୍କା ପର୍ଯ୍ୟନ୍ତ ତଳକୁ ଖସିଲା ଦର, ନୂଆ ରେଟ୍ ଜାଣନ୍ତୁ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments