1. କୃଷି ଖବର

ଭୁବନେଶ୍ବର ନାଇଜର କ୍ୟାମ୍ପସରେ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା କରିବେ କେନ୍ଦ୍ର ସରକାର

ଭୁବନେଶ୍ବରର ନାଇଜର କ୍ୟାମ୍ପସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ମାଣ ହେବ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ହେବ ।

Shuvanshu Kar
Shuvanshu Kar
Centre to set up cancer hospital at Bhubaneswar's NISER campus

Centre to set up cancer hospital at Bhubaneswar's NISER campus

ପୁରଣ ହେବାକୁଯାଉଛି ଓଡିଶାବାସୀଙ୍କ ସ୍ବପ୍ନ । ଭୁବନେଶ୍ବରର ନାଇଜର କ୍ୟାମ୍ପସ(NISER campus)ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ମାଣ ହେବ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ( cancer hospital ) ପ୍ରତିଷ୍ଠା ହେବ । ଏନେଇ ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଓ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ Skill India ବରିଷ୍ଠ ଅଧିକାରୀଙ୍କ ବୈଠକରେ ନିଆଯାଇଛି ନିଷ୍ପତ୍ତି ।

ନାଇଜର କ୍ୟାମ୍ପସରେ 650 କୋଟି ଟଙ୍କା ବ୍ୟୟରେ ଏହି ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ନିର୍ମାଣ କରାଯିବ । 3 ବର୍ଷରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ ସ୍ଥିର କରାଯାଇଛି । କେନ୍ଦ୍ର ସରକାର ଓ ଟାଟା ଟ୍ରଷ୍ଟର ମିଳିତ ସହଯୋଗରେ ହସ୍ପିଟାଲ ନିର୍ମାଣ କାର୍ଯ୍ୟ ହେବ । ଏନେଇ କେନ୍ଦ୍ର ସରକାର 400 କୋଟି ଓ ଟାଟା ଟ୍ରଷ୍ଟ ପକ୍ଷରୁ 250 କୋଟି ଟଙ୍କା ଦିଆଯିବ । ହସ୍ପିଟାଲ ନିର୍ମାଣ ପରେ ଟାଟା ଟ୍ରଷ୍ଟ ଏହାକୁ କେନ୍ଦ୍ର ସରକାରଙ୍କୁ ହସ୍ତାନ୍ତର କରିବ ।

ହସ୍ପିଟାଲରେ ବାସଗୃହ, ରୋଗୀଙ୍କ ପାଇଁ ଧର୍ମଶାଳା ସମେତ ଅନେକ ଅତ୍ୟାଧୁନିକ ସେବା ଉପଲବ୍ଧ । ଏଥିପାଇଁ 10 ଏକର ଜମି ଯୋଗାଇ ଦେବେ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ କରି କହିଛନ୍ତି, ନାଇଜର କ୍ୟାମ୍ପସରେ ଏହି ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ଏବଂ 'ଦକ୍ଷତା ବିକାଶ କେନ୍ଦ୍ର' ନିର୍ମାଣ ଦ୍ୱାରା ଏଠାରେ ଚିକିତ୍ସା ସୁବିଧା ସୁଦୃଢ଼ ହେବ । ସ୍ୱାସ୍ଥ୍ୟ କର୍ମଚାରୀଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି ହେବା ସହ ଉଚ୍ଚକୋଟୀର ଗବେଷଣା କରାଯାଇ ଅଙ୍କୋଲୋଜି କ୍ଷେତ୍ରରେ ସ୍ୱାସ୍ଥ୍ୟ ଆବଶ୍ୟକତାକୁ ପୂରଣ କରାଯିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନା ଆଧାରରେ କ୍ୟାନସର ହସ୍ପିଟାଲରେ ନିଯୁକ୍ତ ହେବାକୁ ଥିବା ମେଡ଼ିକାଲ କର୍ମଚାରୀମାନଙ୍କ ଦକ୍ଷତା ବୃଦ୍ଧି ପାଇଁ Skill India ପକ୍ଷରୁ ଏକ ‘ଦକ୍ଷତା ବିକାଶ କେନ୍ଦ୍ର’ ଖୋଲାଯାଇ ପ୍ରଶିକ୍ଷଣ ପ୍ରଦାନ କରାଯିବ ।

ଭୁବନେଶ୍ୱର ନାଇଜର କ୍ୟାମ୍ପସ ଠାରେ ୬୫୦ କୋଟି ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ନିର୍ମାଣ କରିବା ସମ୍ପର୍କୀତ ଏକ ବୈଠକରେ ରାଷ୍ଟ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ, ସାଂସଦ ଅପରାଜିତା ଷଡଙ୍ଗୀ, Skill India ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ହୋଇଛି ।

କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ

ଓଡିଶାକୁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ପ୍ରଶଂସା

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments